Breaking News

ଗୁଆଳି ପୁର ଗ୍ରାମର ଶତାୟୁ ବ୍ୟକ୍ତିଙ୍କ ପରଲୋକ |    (07-Aug-2026)       ||      ଜଣେ ଅଭିଯୁକ୍ତ ଅପିଲ କୁ ନେଇ ହାଇକୋର୍ଟ ଙ୍କ ଅଭିମୁଖ୍ୟ ନେଇ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମକୋର୍ଟ |    (07-Aug-2026)       ||      ଆର ଉଦୟଗିରି ପୋଲିସ ଦ୍ୱାରା 251 କେଜି ଗଂଜେଇ ସହ ଦୁଇ ଅଭିଯୁକ୍ତ ଗିରଫ |   (06-Aug-2026)       ||      ଦ୍ଇ ଜଣ ସନ୍ଦେହୀ ଯୁବକଙ୍କ ଠାରୁ ଦୁଇ ଦେଶୀ ପିସ୍ତଲ, ଗୁଳି ଓ ଅଭିଯୁକ୍ତ ଙ୍କୁ ଗିରଫ କଲା ବେଲଙ୍ଗା ପୋଲିସ |   (06-Aug-2026)       ||      ବାଲିପଦର ପୋଲିସ କୁ ବଡ଼ ସଫଳତା, ଦେଶୀ ବନ୍ଧୁକ କାରଖାନା ରୁ ସରଞ୍ଜାମ,ଦୁଇବନ୍ଧୁକଓ ଦୁଇବ୍ୟକ୍ତି ଗିରଫ |    (06-Aug-2026)       ||      ସଂସ୍କୃତି ଅନୁଷ୍ଠାନ ର ନୂତନ କାର୍ଯ୍ୟକାରିଣୀ ଗଠନ, ସରସ୍ୱତୀ ହେଲେ ସଭନେତ୍ରୀ |   (06-Aug-2026)       ||      ପଞ୍ଜିକୃତଚାଷୀ,ସମବାୟ ବ୍ୟଙ୍କ ରୁ ଋଣ ନେଇଥିବା ଚାଷୀ ମିଳୁଛି ସାର, ଅନ୍ୟଚାଷୀଙ୍କୁ ନାହିଁ |   (06-Aug-2026)       ||      ବାଲିଗୁଡା ଓ ସିପାଞ୍ଜିରୀ ଦଳ ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନ ସିପ ରେ ବିଜୟୀ |   (06-Aug-2026)       ||      ମ ରାମ ପୁର ରେ ବିଜେପି ମଣ୍ଡଳ ଉପ ସଭାପତି ଙ୍କୁ ନିର୍ମମ ହତ୍ୟା    (06-Aug-2026)       ||      କଲ୍ୟାଣ ସିଂହ ପୁର ଗାଁରେ ପଶିଲେ ଦୁଇ ହାତୀ ବ୍ୟାପକ କଲେ କ୍ଷୟ କ୍ଷତି ||   (06-Aug-2026)       ||      ଆରପାରିରେ ଗଜନୀ ର ଖଳନାୟକ ତଥା ମହାଭାରତ ର ଅଶ୍ୱସ୍ତମା ପ୍ରଦୀପ ରାୱାତ |    (06-Aug-2026)       ||      ସ୍କୁଲ କାନ୍ଥ ଭୁଷୁଡ଼ି 2ଛାତ୍ର ଗୁରତର , ମେଡିକାଲ ରେ ଚିକିତ୍ସିତ |   (06-Aug-2026)       ||      ଖଡ଼ିଆଳ ରାଜସ୍ବ ସହାୟକ ଙ୍କ ଉପରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ନେଲେ ଜିଲ୍ଲା ପାଳ ||   (06-Aug-2026)       ||      ଭାରତ ରେ ଅଛି ଅଜବ ଗାଁ ଯେଉଁଠି ମହିଳା ମାନେ ପାଞ୍ଚଦିନ ଲୁଗା ପନ୍ଧନ୍ତି ନାହିଁ ||   (06-Aug-2026)       ||      କବିସୂର୍ଯ୍ୟ ନଗର ର ପୂର୍ବତନ ବିଧୟିକା ଙ୍କ ସ୍ମୃତିରେ ରକ୍ତଦାନ ଶିବିର ଅନୁଷ୍ଠିତ |    (06-Aug-2026)       ||      ରାଜ୍ୟ ଓଷ୍ଟା ସଙ୍ଘ ପକ୍ଷରୁ ପ୍ରତିବାଦ ସଭା |   (06-Aug-2026)       ||      ଭୟା ଭୟ ଅଗ୍ନି କାଣ୍ଡରେ କେଶପୁର ବଜାର ରେ ଜଳିଗଲା 4ଗୋଟି ଦୋକାନ |    (06-Aug-2026)       ||      କାନ୍ଧୁଣିଦେବୀ ଙ୍କୁ ଦର୍ଶନ କରି ଫେରିଲେ ମହାମହିମ ରାଷ୍ଟ୍ରପତି |   (05-Aug-2026)       ||      ଭୂମିହୀନ ଙ୍କୁ ଜମି ପଟା ଶିକ୍ଷା ଓ ସୁବିଧା ଦାବିରେ ସ୍ଵାସ୍ତ୍ୟ ଆଇଆରଳ ବୈଠକ |    (05-Aug-2026)       ||      ଖରିପଡ଼ିଆ କୋର କୋରା ରାସ୍ତାରେ 4ଫୁଟ ଉଚର ବନ୍ୟାଜଳ ପ୍ରବାହିତ |    (05-Aug-2026)       ||     

କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ,

31-Jan-2026

କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିପର୍ଯ୍ୟସ୍ତ : ♦ ପାଳି କରି ଛୁଟିରେ ରହୁଛନ୍ତି ଡାକ୍ତର 

ଓଡ଼ିଶା ଜନମତ,କନ୍ଧମାଳ, ତା, ୩୧/୦୧:

ସଞ୍ଜୟ କୁମାର ପାଣିଗ୍ରାହୀ:--

 ଆଦିବାସୀ ଅଧ୍ଯୁଷିତ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏବେ ରୋଗୀସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ସ୍ଥିତି ଏମିତି ଯେ, ଗୁରୁତର ରୋଗୀଙ୍କୁ ଉଚିତ ସେବା ମିଳି ପାରୁ ନଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ରେଫର୍ କରାଯାଉଛି। ମେଡିକାଲ କଲେଜ ନିର୍ମାଣ ଫଳରେ ଡାକ୍ତର ଅଭାବଜନିତ ସମସ୍ୟା ଦୂର ହୋଇଛି, ମାତ୍ର ଏବେ ବି ଗୁରୁତର ରୋଗୀଙ୍କୁ ବ୍ରହ୍ମପୁର ରେଫର କରାଯାଉଛି। ଡାକ୍ତରଖାନାରେ ଆବଶ୍ୟକ ୧୩୪ ଡାକ୍ତରଙ୍କ ସ୍ଥାନରେ ମାତ୍ର ୪୧ ଜଣ ଡାକ୍ତର ଅଛନ୍ତି। ୯୩ ଡାକ୍ତର ପଦବି ଖାଲି ପଡ଼ିଛି । ମେଡିକାଲ କଲେଜ ପାଇଁ ୧୨୦ ଜଣ ଡାକ୍ତର ନିଯୁକ୍ତି ହୋଇଛନ୍ତି। କିନ୍ତୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସେମାନେ ଆଉଟଡୋର୍ ରୋଗୀଙ୍କୁ ଦେଖୁଛନ୍ତି। ଗୋଟିଏ ଦୃଷ୍ଟିରୁ ବୁଝିବାକୁ ଗଲେ ଡାକ୍ତର ଅଭାବ ସମସ୍ୟା ନାହିଁ। ମାତ୍ର, ଏହି ଡାକ୍ତରମାନେ ପରସ୍ପର ମଧ୍ୟରେ ଆପୋସ ବୁଝାମଣା କରି ଛୁଟିରେ ରହୁଛନ୍ତି। ଫଳରେ ସ୍ଥିତି ଯଥା ପୂର୍ବଂ ତଥା ପରଂ ପାଲଟିଛି। କେବଳ କାଗଜକଲମରେ ଡାକ୍ତରମାନଙ୍କୁ ଉପସ୍ଥିତ ଦର୍ଶାଯାଉଛି। ମାତ୍ର, ବାସ୍ତବରେ ସେମାନେ ପାଳି କରି ଲମ୍ବା ଛୁଟିରେ ରହୁଛନ୍ତି। ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସନ୍ତୋଷ ପାଢ଼ୀଙ୍କ ଦୃଷ୍ଟି ଆକର୍ଷଣ
କରିବାରୁ ଏଭଳି ଅଭିଯୋଗ ତାଙ୍କ ନିକଟରେ ନାହିଁ ବୋଲି କହିବା ସହ ଅନୁସନ୍ଧାନ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସୂଚନା ଦେଇଛନ୍ତି। ସେହିଭଳି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କ ମଧ୍ୟରେ ସମନ୍ଵୟ ଅଭାବ କାରଣରୁ ଡାକ୍ତରମାନେ ରୋଗୀ ଦେଖିବାରେ ଢିଲା ମାରୁଛନ୍ତି ବୋଲି ଅନେକ ସମୟରେ ଅଭିଯୋଗ ହେଉଛି। ଏହାବ୍ୟତୀତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯକ୍ଷ୍ମାରୋଗ, ରେଡିଓଲୋଜି, ନିଶ୍ଚେତକ, ସ୍ତ୍ରୀ ଓ ପ୍ରସୂତି ରୋଗ, ଶିଶୁରୋଗ, ଚର୍ମରୋଗ ଓ ସର୍ଜରି ବିଶେଷଜ୍ଞ ନଥିବାରୁ ସ୍ବାସ୍ଥ୍ୟସେବା ଏକ ପ୍ରକାର ବିପର୍ଯ୍ୟସ୍ତ ହୋଇପଡ଼ିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଲ୍‌ଟ୍ରା ସାଉଣ୍ଡ୍, ଏମ୍‌ଆର୍‌ଆଇ ଏଣ୍ଡୋସ୍କୋପି ଓ ଏକ୍ସରେ ମେସିନ୍ ସ୍ଥାପିତ ହୋଇନାହିଁ। ଯଦିଓ ସିଟିସ୍କାନ୍ ମେସିନ୍ ଅଛି, ବିଶେଷଜ୍ଞ ଡାକ୍ତର ନଥିବାରୁ ତାହା ଅବ୍ୟବହୃତ ହୋଇ ପଡ଼ିରହୁଛି। ବର୍ତ୍ତମାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗର ଲିଫ୍‌ଟ କାମ କରୁ ନଥିବାରୁ ତୃତୀୟ ଓ ଚତୁର୍ଥମହଲାକୁ ରୋଗୀ ଓ ଗର୍ଭବତୀଙ୍କୁ ନେବା ଆଣିବାରେ ଅନେକ ସମସ୍ୟା ଦେଖା ଦେଉଛି। ମେଡିକାଲର ପାନୀୟ ଜଳ ଯୋଗାଣ ଏବଂ ବିଜୁଳି ଯୋଗାଣ ଅନିୟମିତ ରହୁଥିବାରୁ ରୋଗୀସେବା ବ୍ୟାହତ ହେଉଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅତି ନିକଟରେ ସ୍ଥାପନ କରାଯାଇଥିବା ପାନୀୟ ଜଳ ବିଶୋଧକ ମେସିନ୍ ଅଚଳ ହୋଇ ପଡ଼ିଥିବାରୁ ରୋଗୀ ଦୂଷିତ ଜଳ ପିଉଛନ୍ତି । ଆଜି ପର୍ଯ୍ୟନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବର୍ଣ୍ଣ କେୟାର ୟୁନିଟ୍ ସ୍ଥାପନ ହୋଇପାରୁ ନଥିବାରୁ ପୋଡ଼ି ହୋଇ ଗୁରୁତର ରୋଗୀଙ୍କ ଚିକିତ୍ସା ସମ୍ଭବପର ହୋଇପାରୁନି। ଆଗକୁ ଗ୍ରୀଷ୍ମଋତୁ ଆସୁଥିବା ବେଳେ ଅଂଶୁଘାତ ୱାର୍ଡ ମଧ୍ୟ ଅବ୍ୟବସ୍ଥିତ ହୋଇ ପଡ଼ିରହିଛି । ଏହି ୱାର୍ଡରେ ଥିବା କୌଣସି ଏସି କାମ କରୁନାହିଁ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସମସ୍ୟା ଅନେକ ଥିବା ସତ୍ତ୍ବେ କର୍ତ୍ତୃପକ୍ଷ ସେଥିପ୍ରତି ଧ୍ୟାନ ଦେଉ ନଥିବାରୁ ରୋଗୀମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି|

News Comment

You Might Also Like

BACK TO TOP