Breaking
News
Breaking
News
02-Feb-2026
ଟ୍ରକ ଦୁର୍ଘଟଣା ରେ ୫ ଜଣ ମୃତକଙ୍କ ପରିବାରବର୍ଗଙ୍କୁ ଭେଟି ସାନ୍ତ୍ୱନା ଦେଲେ ପରିବହନ ମନ୍ତ୍ରୀ,
ସମସ୍ତ ପାଞ୍ଚ ଟି ପରିବାରଙ୍କୁ ଭେଟି ତାଙ୍କୁ ସାନ୍ତ୍ୱନା ଦେବା ସହ ସମବେଦନା ଜଣାଇଛନ୍ତି ପରିବହନ ମନ୍ତ୍ରୀଓ ଅନ୍ୟନ୍ୟ ଦଳୀୟ କର୍ମ କର୍ତ୍ତା, ଜିଲ୍ଲପାଳଏବଂପ୍ରଶାସନିକ ଅଧିକାରୀ ମାନେ |
ଗତକାଲି ହଳଦିଆପଦର ଠାରେ ଘଟିଥିବା ମର୍ମନ୍ତୁଦ
ଦୁର୍ଘଟଣା ସମସ୍ତଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଛି । ଆଜି ଓଡ଼ିଶା ସରକାରଙ୍କ ମାନ୍ୟବର ବାଣିଜ୍ୟ ଓ ପରିବହନ ଏବଂ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଙ୍କ ସହ ସମସ୍ତ ୫ ଜଣ ମୃତକଙ୍କ ପରିବାରବର୍ଗଙ୍କୁ ଭେଟି ସାନ୍ତନା ଦେବା ସହ ସମବେଦନା ଜଣାଇଛନ୍ତି । ଫୁଲଟା ଗ୍ରାମର କୃଷ୍ଣ ନାହାକ ଏବଂ ଚନ୍ଦୁରୁ ନାହାକଙ୍କ ପରିବାରବର୍ଗଙ୍କୁ ଭେଟି ସାନ୍ତ୍ୱନା ଦେବା ସହ ସମବେଦନା ଜଣାଇଥିଲେ । ପରେ ମାନ୍ୟବର ମନ୍ତ୍ରୀ ଶ୍ରୀ ଜେନା ବ୍ରହ୍ମପୁର ଅଯୋଧା ନଗର ସ୍ଥିତ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ରାମଚନ୍ଦ୍ର ପଣ୍ଡାଙ୍କ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇବା ସହ ସବୁ ପ୍ରକାର ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ସେଠାରୁ କୁକୁଡ଼ାଖଣ୍ଡି ବ୍ଳକ୍ ଗୁଣ୍ଡବନ୍ଧ ଗ୍ରାମର ଶିବରାମ ଜେନାଙ୍କ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇବା ସହ ଏହି କଠିନ ସମୟରେ ସେ ପରିବାରଙ୍କ ସହ ଅଛନ୍ତି ଏବଂ ସବୁ ପ୍ରକାର ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥଲେ । ପରେ ସେଠାରୁ ଦିଗପହଣ୍ଡି ସମାସିଂଶାସନ ଗ୍ରାମର ସତ୍ୟନାଥ ବେଜଙ୍କ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଥିଲେ । ଏକ ଦୁର୍ଘଟଣାର କରୁଣ ପରିଣତି କଣ ହୋଇପାରିବ ଏଥିରୁ ଅନୁମୟ । ଜଣକର ଭୁଲ୍ ଆଜି ପାଞ୍ଚଟି ପରିବାରକୁ ନଷ୍ଟ କରିଦେଲା । ସେ ବିଷୟରେ ଟିକେ ଭାବିକି ସଚେତନତାର ସହ ଗାଡ଼ି ଚଲାଇ ମୁଲ୍ୟବାନ ଜୀବନର ସୁରକ୍ଷା କରିବାକୁ ମାନ୍ୟବର ମନ୍ତ୍ରୀ ବିଭୂତି ଭୂଷଣ ଜେନା ଜନସାଧାରଣଙ୍କୁ ଅନୁରୋଧ କରିଥିଲେ। ଏହାସହ ଗତକାଲି ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଡ୍ରାଇଭର ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲାପାଳ ଏବଂ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କୁ ମାନ୍ୟବର ମନ୍ତ୍ରୀ ଶ୍ରୀ ଜେନା ନିର୍ଦ୍ଦେଶ ଦେଇଥିଲେ । ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ରିଲିଫ ପାଣିରୁ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କୁ ୪ ଲକ୍ଷ ଟଙ୍କା ଅନୂକମ୍ପାମୂଳକ ସହାୟତା ଘୋଷଣା କରିଥିଲେ । ଆଜି ମାନ୍ୟବର ମନ୍ତ୍ରୀ ବିଭୂତି ଭୂଷଣ ଜେନା ପ୍ରତି ପରିବାରବର୍ଗଙ୍କୁ ରେଡକ୍ରସ୍ ତରଫରୁ ୩୦ ହଜାର ଟଙ୍କାର ଚେକ୍ ପ୍ରଦାନ କରିଥିଲେ । ଆଜି ତାଙ୍କ ସହ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ସୁନିଲ କୁମାର ସାହୁ, ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ ଗୌରୀ ସାମନ୍ତରା, ଜିଲ୍ଲା ଉପସଭାପତି ପ୍ରଭାତ କିରଣ ଷଡ଼ଙ୍ଗୀ,ଜିଲ୍ଲା ସମ୍ପାଦକ ଶିବ ଶଙ୍କର ନାୟକ,ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ର,ଅଶୋକ ଶୁକ୍ଳା,ବାଳକୃଷ୍ଣ ସାମନ୍ତରା,ରାମ କୁମାର ପାତ୍ର,ଅନିଲପତି,ବ୍ରଜମୋହନ ନାୟକ,ବି.ସୋମନାଥ ପାତ୍ର,କୃଷ୍ଣ ପଲାଇ,ଶୀତଲ ଜେନା,କମଲ୍ ପାତ୍ର ପ୍ରମୁଖଙ୍କ ସମେତ ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତିଭାସନ,ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଡା ଶ୍ରବଣ ବିବେକ ଏମ୍.ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର,ବ୍ରହ୍ମପୁର ମହାନଗର ନିଗମ କମିଶନର ପ୍ରଥମେଶ ଅରବିନ୍ଦରାଜକଶିର୍କେ,ବ୍ରହ୍ମ
ପୁରତହସିଲଦାର,କୁକୁଡାଖଣ୍ଡି ତହସିଲଦାର ଏବଂବିଡ଼ିଓ,
ଦିଗପହଣ୍ଡି ତହସିଲଦାର ଏବଂ ବିଡ଼ିଓ ପ୍ରମୁଖ ଉପସ୍ଥିତ ଥିଲେ । ଫେରାର ଡ୍ରାଇଭର କୁ ଟ୍ରାଫିକ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି |
BACK TO TOP