Breaking News

ଗଣ୍ଡଳା ଗାଁ ପୋଖରୀ ନିଲାମକୁ ବାତିଲ ପାଈଁ ଗ୍ରାମବାସୀ ବିଡ଼ିଓ ଓ ସରପଞ୍ଚ ଙ୍କୁ ଦେଲେ ଦାବିପତ୍ର ||   (25-Aug-2026)       ||      କନ୍ଧମାଳ ରେ ଦାଦନ ଶ୍ରମିକ ତଥ୍ୟ ସଂଗ୍ରହ ଆପ ଉନ୍ମୋଚିତ |    (25-Aug-2026)       ||      ଗୋଲିଆ ଆଦର୍ଶ ବିଦ୍ୟାଳୟ ରେ ଛାତ୍ର ଆଶୁ ତୋଷ ବିଶୋଇ ଙ୍କ ସଫଳତା |   (25-Aug-2026)       ||      ମରଣ ଯନ୍ତା ସାଜିଛି ଖୋର୍ଦ୍ଧା ଗୁରୁଜଙ୍ଗଟାଙ୍ଗୀ ସାହି ନୂଆଙ୍ଗା ରାସ୍ତା |   (25-Aug-2026)       ||      ବେଗୁନିଆପଡା ଜନତା ହାଇସ୍କୁଲ ଛାତ୍ରୀ ନିବାସ ଅବ୍ୟବସ୍ଥା ଘେର ରେ |    (25-Aug-2026)       ||      ଶୁଣିଲାନି ପ୍ରଶାସନ, ଘର ଉଛେଦ ପରେ ଗଛ ମୂଳହିଁ ଭରସା |    (25-Aug-2026)       ||      ଅତିଶୀଘ୍ର ଶ୍ରୀମନ୍ଦିର ରେ ଆରମ୍ଭ ହେବ ଧାଡି ଦର୍ଶନ |    (25-Aug-2026)       ||      ଛେଳି ଚୋରିକରି ବୋଲରା ଗାଡ଼ିରେ ନେଉଥିଲା ବେଳେ ପୋଲିସ ଦ୍ୱାରାତିନି ଗିରଫ ||   (25-Aug-2026)       ||      ବର୍ଷା ଯୋଗୁଁ ଭାଙ୍ଗିଲା ନୂଆବନ୍ଧ,, ଚାଷ ଜମି ହେଲା ବାଲିଚର |    (25-Aug-2026)       ||      ଲଡଶ ରେ ଶେଷ ମୁହୂର୍ତ୍ତ ରେ ଟିମ ଇଣ୍ଡିଆ ର ଦମ ଦେଖି ପ୍ରଶଂସା କଲେ ଗୃହ ମନ୍ତ୍ରୀ |    (25-Aug-2026)       ||      ମେଡିକାଲ ଆଗରେ ଜବର ଦଖଲ ଉଛେଦ ଯୋଗୁଁ ବ୍ୟବସାୟୀ ଙ୍କ ଉଜୁଡି ଗଲା ବେଉସା |    (25-Aug-2026)       ||      ବେଆଇନ ଭାବେ ଚାଲୁଥିବା ସ୍କୁଲ ବସକୁ ଜବତ କଲେ କଟକ ଆର ଟି ଓ ବିଭାଗ ଅଧିକାରୀ |    (24-Aug-2026)       ||      ଭିଜିଲାନ୍ସ ହାତରେ ଧରା ପଡିଲେଅବସର ପ୍ରାପ୍ତ ସିନିଏର ରେଭେନ୍ୟୁ ଆସିଷ୍ଟାଣ୍ଡ ଅଧିକାରୀ |    (24-Aug-2026)       ||      ବାଣପୁର ବ୍ଲକରେ ଜିଲ୍ଲା ପାଳ ଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ||   (24-Aug-2026)       ||      ବଡ଼ ମାଣିଝୋଲା ନଦୀରୁ ନିଖୋଜ ଛାତ୍ର ଙ୍କ ମୃତ ଦେହ ଉଦ୍ଧାର |   (24-Aug-2026)       ||      ଦିଗିପଡି ଗାଁରେ ଲଗାଣ ବର୍ଷା ରେ ମାଟି ଅତଡ଼ା ଖସି ରାସ୍ତାରେ ବିରାଟ ଗର୍ତ୍ତ ||   (24-Aug-2026)       ||      ବାଲିଗୁଡା ନିର୍ବାଚନ ମଣ୍ଡଳୀ ରପୂର୍ବତନ ବିଧାୟକ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ |    (24-Aug-2026)       ||      ଶ୍ରାବଣ ଶେଷ ସୋମବାର ରେ କନ୍ଧମାଳ ଜଳେଶ୍ୱର ରେ କାଉଡିଆ ଙ୍କ ପ୍ରବଳ ଭିଡ଼ |    (24-Aug-2026)       ||      ପୋଲିସ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି, ରମ୍ଭା ଅଞ୍ଚଳରେ ଏବେବି ଚାଲିଛି କଙ୍ଗାରୁ କୋର୍ଟ |   (24-Aug-2026)       ||      ପରଲୋକରେ ବରିଷ୍ଟ ବିଜେପି କର୍ମୀ ରମେଶ ଚନ୍ଦ୍ର ମିଶ୍ର, ଶୋକବ୍ୟକ୍ତ କଲେ ବହୁ ବ୍ୟକ୍ତି ବିଶେଷ |    (24-Aug-2026)       ||     

ମରଣ ଯନ୍ତା ସାଜିଛି ଖୋର୍ଦ୍ଧା ଗୁରୁଜଙ୍ଗଟାଙ୍ଗୀ ସାହି ନୂଆଙ୍ଗା ରାସ୍ତା |

25-Aug-2026

ଖୋର୍ଦ୍ଧା ଗୁରୁଜଙ୍ଗ ଟାଙ୍ଗୀସାହି ନୂଆଗାଁ  ରାସ୍ତା ସାଜିଛି ମରଣ ଯନ୍ତା :::ଏ ରାସ୍ତା କାହାର, ଗ୍ରାମ୍ୟ ଉନ୍ନୟନ ବିଭାଗ ର  ନା ପୂର୍ତ୍ତ ବିଭାଗ ର,

ଓଡିଶା ଜନ ମତ, ଖୋର୍ଦ୍ଧା, ଗୋପାଳ କୃଷ୍ଣ ପ୍ରଧାନ :---

ଖୋର୍ଦ୍ଧା ପୌରପରିଷଦ ଅଧୀନ ଗୁରୁଜଙ୍ଗ 18 ନମ୍ବର ୱାର୍ଡ ଟାଙ୍ଗୀ ସାହି ଓ ନୂଆଗାଁ ମୁଖ୍ୟ ରାସ୍ତା ପାଲଟିଛି ମରଣ ଯନ୍ତା l ଏହି ରାସ୍ତାର  ନିର୍ମାଣ କାର୍ଯ୍ୟ ଖୋର୍ଦ୍ଧା ଗ୍ରାମ୍ୟ ଉନ୍ନୟନ କରୁନି କି ଖୋର୍ଦ୍ଧା ପୂର୍ତ୍ତ ବିଭାଗ କରୁନି, ତେବେ ଏହି ରାସ୍ତା ଟି କାହାର, ଯାହା ଫଳରେ ଏହି ରାସ୍ତା କୁ ନେଇ ଲୋକ ମାନେ ନାହିଁ ନ ଥିବା ଅସୁବିଧା ଭୋଗ କରୁଛନ୍ତି l  ଦୈନିକ ଏହି ରାସ୍ତା ଦେଇ ଖୋର୍ଦ୍ଧା, ଆଖ ପାଖ ଲୋକ ଙ୍କ ସହିତ ନୂଆଗାଁ, ଅରାଙ୍ଗ, ମହୁଲ, ମଧୁପୁର, ମାଜଣା, ଅଙ୍ଗାରପଡା, ପଳାସପୁର, ବିନ୍ଧଗିରି, ଛତାବର, ମିନଚୀନ ପାଟଣା, ମେଣ୍ଢାଶାଳ, ଅରିଶଲ,  ଭୁବନେଶ୍ୱର, କଟକ ପର୍ଯ୍ୟନ୍ତ ଲୋକମାନେ ଓ ଏହି ସବୁ ଗ୍ରାମ ର ଛୋଟ ପିଲା ବିଦ୍ୟାଳୟ, ମହାବିଦ୍ୟାଳୟ କୁ  ଯାଉଛନ୍ତି ଓ ସେହିପରି ଗର୍ଭବତୀ ମହିଳା ଓ ସାଧାରଣ ରୋଗୀ ମଧ୍ୟ ଯାଉଛନ୍ତି l ହେଲେ ଏହି ରାସ୍ତା ଏଭଳି ହୋଇଛି ଯେ ସେପଟେ ଯାତାୟାତ କରିବା କଷ୍ଟ ସାଧ୍ୟ ହୋଇ ପଡ଼ିଲାଣି, ଲୋକ ମାନେ ରାସ୍ତା ରେ ଗଲା ବେଳେ ଭଗବାନ କୁ ଭରସା କରି ଯାଉଛନ୍ତି l ରାସ୍ତା ସାରା ଆଣ୍ଠୁଏ ଆଣ୍ଠୁଏ ଗର୍ତ୍ତ, ଏହି ଗର୍ତ୍ତ ରେ ପଡି ୨ ମାସ ମଧ୍ୟ ରେ 40/50 ଜଣ ଖଣ୍ଡିଆ ଖବରା ହୋଇ ଖୋର୍ଦ୍ଧା ମେଡିକାଲ ରେ ଚିକିତ୍ସା ହେଲେଣି,, ଆମ୍ବୁଲାନ୍ସ କୁ ଡାକିଲେ ଏହି ରାସ୍ତା ନାମ ଶୁଣି ଭୟ କରୁଛନ୍ତି,, ରାସ୍ତା ମଝିରେ ଏଭଳି ବଡ଼ ଗର୍ତ୍ତ ହୋଇଛି ଯେ ପିଲାମାନେ ସ୍କୁଲ ଯିବାକୁ ଅମଙ୍ଗ ହେଉଛନ୍ତି, ଏହି ରାସ୍ତା ଦେଇ ଥରେ ଯିଏ ଯାଉଛି, ଦ୍ୱିତୀୟ ଥର ଉକ୍ତ ରାସ୍ତା ଦେଇ ଯାଉନାହାନ୍ତି l ପୂର୍ବରୁ ଯେହେତୁ ଏହି ରାସ୍ତା ଟି ଅଳ୍ପ ଅଳ୍ପ ଗର୍ତ୍ତ ସୃଷ୍ଟି ହୋଇଥିଲା,ଲୋକ ମାନେ ଚଳ ପ୍ରଚଳ କରି ପାରୁଥିଲେ l ହେଲେ ଯେବେଠୁ ଜିଲ୍ଲା ପ୍ରଶାସନ ଅରାଙ୍ଗ ମୌଜା ରେ ଶିଳ୍ପନୁଷ୍ଠାନ କାର୍ଯ୍ୟ ଆରମ୍ଭ କଲେ ସେବେଠାରୁ ଅର୍ଥାତ ଏହି ୨ ମାସ ଭିତରେ ବଡ଼ ବଡ଼ ମାଲ ବାହି ଗାଡି ଯାତାୟାତ ଦ୍ୱାରା ଏହି ରାସ୍ତା ଏବେ ବେହାଲ ହୋଇ ଯାଇଛି l ସରକାର ଅରାଙ୍ଗ ଶିଳ୍ପ ନୁଷ୍ଠାନ ପାଇଁ ନୂତନ ରାସ୍ତା ନ କରି ଗ୍ରାମ ର ମାତ୍ର 10/12 ପୁଟିଆ ଛୋଟ ରାସ୍ତା ରେ ଏଭଳି ବଡ଼ ବଡ଼ ଗାଡି ର ଯାତାୟାତ ଫଳରେ ସାଧାରଣ ଲୋକ ଙ୍କ ପାଇଁ ଉର୍ଦ୍ଧିଷ୍ଠ ରାସ୍ତା ଟି ଏବେ ଶୋଚନୀୟ ହୋଇଗଲାଣି, ସବୁ ଜିଲ୍ଲା ସ୍ତରୀୟ ଅଧିକାରୀ, କମ୍ପାନୀ କର୍ତ୍ତୃପକ୍ଷ, ଇଡ଼କୋ ଅଧିକାରି, ତହସିଲଦାର, ପ୍ରତିଦିନ ଯାତାୟାତ କରୁଛନ୍ତି ହେଲେ କାହାର ହୃଦୟ ତରଳୁ ନାହିଁ,ସମସ୍ତେ ଦେଖି ନ ଦେଖିଲା ପରି ଅଭିନୟ କରି ନିଜ ସ୍ୱଳ୍ପ ସମୟ କାମ ସାରି  ଚାଲି ଯାଉଛନ୍ତି, ଏଠାକାର ଲୋକ ଙ୍କ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି.l   ସେହି ପରି ପିତାପଲି ଠାରୁ ଶରଧା ପୁର ପର୍ଯ୍ୟନ୍ତ   ନୂଆ 57 ନମ୍ବର ଜାତୀୟ ରାଜପଥ ଦୀର୍ଘ ବର୍ଷ ଧରି ନ ସରି କାମ ଚାଲି ଥିବାରୁ ଗୁରୁଜଙ୍ଗ ଓ ନୂଆଗାଁ ଓଭରବ୍ରିଜ ତଳ ଖାଲ ଖମା ହୋଇ ପାଣି ଜମି ରହୁଛି,, ଯାହାକି ଲୋକ ଙ୍କ ଦୁର୍ଦଶା ନ କହିଲେ ଭଲ l ଏ ନେଇ ଜାତୀୟ ରାଜପଥ କର୍ତ୍ତ୍ତୃପକ୍ଷ ସବୁ ଦେଖି ଚୁପ ହୋଇ ବସିଛନ୍ତି l ଏନେଇ ପୂର୍ବରୁ ପୂର୍ବ  ଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ନେଉ ନ ଥିବା ସାମାଜିକ କର୍ମୀ ଗୋପାଳ କୃଷ୍ଣ ପ୍ରଧାନ ଅଭିଯୋଗ କରିଛନ୍ତି l ଏହି ରାସ୍ତା ର ଅବସ୍ଥା କୁ ସୁଧାରିବ କିଏ, ଏ ନେଇ ପୂର୍ତ୍ତ ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ସହିତ ସାମାଜିକ କର୍ମୀ ଯୋଗାଯୋଗ କରିଥିଲେ ମଧ୍ୟ ଏହି ରାସ୍ତା ଟି କେଉଁ ବିଭାଗ ର କେହି କହି ପାରୁନାହାନ୍ତି l ସମସ୍ତେ କହୁଛନ୍ତି ଆମେ ଦେଖିଲେ କହିବୁ,, ତେବେ ଉକ୍ତ 15/20 ଖଣ୍ଡ ଗ୍ରାମ ର ଦୈନ ଦିନ ଯାତାୟାତ କରୁଥିବା ଲୋକମାନେ ଏହି ରାସ୍ତା ର ଅବସ୍ଥା ସୁଧାରିବା ପାଇଁ କାହାକୁ କହିବେ ତାହା ଏବେ ଚିନ୍ତାର ବିଷୟ ଥିବା ବେଳେ ଏହି ରାସ୍ତାରେ ଦୁର୍ଘଟଣା ଘଟି ମୃତ୍ୟୁ ବରଣ ନ କଲା ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ର ଦୃଷ୍ଟି କୁ ଆସିବ ନାହିଁ ବୋଲି ସ୍ଥାନୀୟ ଲୋକ ମାନେ ମତ ଦେଇଛନ୍ତି l ତେଣୁ ଜିଲ୍ଲାପାଳ,ଏଥିପ୍ରତ ତୁରନ୍ତ ଦୃଷ୍ଟି ଦିଅନ୍ତୁ, ନ ଚେତ ଆଗକୁ ଏହି ରାସ୍ତା ନେଇ ଏକ ବିରାଟ ଆନ୍ଦୋଳନ ମୁଣ୍ଡ ଟେକିବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ l ରିପୋର୍ଟର -ଗୋପାଳ କୃଷ୍ଣ ପ୍ରଧାନ

News Comment

You Might Also Like

BACK TO TOP