Breaking News

ଗଣେଶ ପୂଜା କୁ ଆସୁଛି ହରର ଓଡ଼ିଆସିନେମା " ଦାହନ " |    (22-Aug-2026)       ||      ଭଞ୍ଜନଗର ଉତ୍ତର ଘୁମୁସର ବନ ଖଣ୍ଡ ରେ ଦୁଇଟି ବାଘ ଛୁଆ ରାସ୍ତା ପାରହେଉଥିବା ଦୃଶ୍ୟ |    (22-Aug-2026)       ||      ଅନ୍ଧବିଶ୍ୱାସ ର କରୁଣ ପରିଣତି , ଧନ ପ୍ରାପ୍ତି ପାଇଁ ଘରେ ଦେଇଥିଲେ ନର ବଳି |   (22-Aug-2026)       ||      ଜଗନ୍ନାଥ ପ୍ରସାଦ ରାସ୍ତାରେ ଦୁଇ ବାଘ ଛୁଆ ଦେଖିବାକୁ ମିଳୁଛି |    (22-Aug-2026)       ||      ଗାନ୍ଧୀ ସ୍କୁଲ ଅଫ ଇଞ୍ଜିନିୟରିଙ୍ଗ ର 19ତମ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ||   (22-Aug-2026)       ||      କୃତିତ୍ୱ ଦେଖାଇଲେ ଖଲ୍ଲିକୋଟ, ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ରେ ଛାତ୍ର ଛାତ୍ରୀ ମାନେ |    (22-Aug-2026)       ||      କାଲିମେଘି ପଞ୍ଚାୟତ ରେ ଶବଗୃହ ନଥିବାରୁ ଅସୁବିଧା ଭୋଗୁଛନ୍ତି ପଞ୍ଚାୟତ ବାସୀ |   (22-Aug-2026)       ||      ଏକ ପ୍ରକୃତ କର୍ମୀଙ୍କ ନିସ୍ୱାର୍ଥ ପର ସେବା ନିଷ୍ଟାର ଅନନ୍ୟ ଉଦାହରଣ କରିଥିବା ବ୍ୟକ୍ତି |    (22-Aug-2026)       ||      ଶବ ଦାହ କରିବାକୁ ଯାଇ ଶବ ହୋଇଗଲେ କରୁଣା କର |   (22-Aug-2026)       ||      ପଞ୍ଚମ ରାଜ୍ୟ ସ୍ତରୀୟ ଫୋଟୋ ପ୍ରତିଯୋଗିତା ରେ ଫୋଟଗ୍ରାଫର ସମ୍ମାନିତ |    (22-Aug-2026)       ||      ବାଲିଗୁଡା ପୋଲିସ ଦ୍ୱାରା ବ୍ରାଉନ ସୁଗାର ସହିତ ଟଙ୍କା,ମୋବାଇଲ ଓ ମୁଖ୍ୟ ଅଭିଯୁକ୍ତ ଗିରଫ |    (22-Aug-2026)       ||      ଆମେରିକା ଯିବାକୁ ତେଲେଙ୍ଗନା ମୁଖ୍ୟମନ୍ତ୍ରୀ ଙ୍କୁ କେନ୍ଦ୍ର ସରକାର ଙ୍କ ଠାରୁ ମିଳିଲାନି ଅନୁମତି |   (22-Aug-2026)       ||      ପୁଣି ଦ୍ୱତୀୟ ବିବାହ କଲେ ଜଣେ ଅଭିନେତା ||   (22-Aug-2026)       ||      ଜିରୋ ରନ ରେ କେବେବି ଆଉଟ ହୋଇ ନଥିବା ଜଣେ କ୍ରିକେଟିଏର |   (21-Aug-2026)       ||      କନ୍ୟାରୀ ବାଡ଼ିରେ ବେସାହାରା ହୋଇଥିବା ଚାରି କୁନି ଛୁଆଙ୍କୁ ସାହାଯ୍ୟ କଲେ ବିଧାୟକ ପ୍ରତାପ ନାୟକ |    (21-Aug-2026)       ||      ସାଧାରଣ ଲୋକଙ୍କ ପାଈଁ ନାହିଁ ଶ୍ମଶାନ କୁ ରାସ୍ତା , ଶବସଂସ୍କାର ପାଈଁ ହଟ ହଟା |   (21-Aug-2026)       ||      ଜୁଆ ଆଡ୍ଡା ଉପରେ ପୋଲିସ ର ଚଢ଼ାଉ ବାଇକ, ଟଙ୍କା ସହ 7ଜଣ ଗିରଫ |    (21-Aug-2026)       ||      ତପ୍ତପାଣି ଉଷ୍ଣ ପଶ୍ରବଣ ପରିଦର୍ଶନ କରି କନ୍ଧୁଣୀ ଦେବୀଙ୍କ ଉନ୍ନୟନ ବୁଲି ଦେଖିଲେ ବିଧାନ ସଭା ଗୃହ କମିଟି |   (21-Aug-2026)       ||      ବେଗୁନିଆପଡା ବ୍ଲକରେ ସାମାଜିକ ସୁରକ୍ଷା ଜନ ଶୁଣାଣୀ ଅନୁଷ୍ଠିତ |   (21-Aug-2026)       ||      ବସ ସହିତ ବୁଲେଟ ମୁହାଁମୁହିଁ ଧକ୍କାରେ ଯୁବକ ମୃତ |    (21-Aug-2026)       ||     

ଅଭିଭାବକ ମାନଙ୍କ ଏକ ଦିବସୀୟ ତାଲିମ ଶିବିର ଅନୁଷ୍ଠିତ |

20-Jan-2025

ଅଭିଭାବକଙ୍କ ଏକ ଦିବସୀୟ ତାଲିମ୍ ଶିବିର,

ଓଡିଶା ଜନମତ,  ବୁଗୁଡ଼ା, ହରପ୍ରସାଦ ପାଢ଼ୀ , ତା ୨୦/୦୧/୨୫ : 
ସ୍ଥାନୀୟ ସରକାରୀ ବାଳକ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବୁଗୁଡ଼ା ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ପକ୍ଷରୁ ଅଭିଭାବକଙ୍କ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ତାଲିମ ଶିବିରରେ ମୁଖ୍ଯ ଅତିଥି ଭାବେ ବିଇଓ ଚିନ୍ମୟ ମହାପାତ୍ର, ସମ୍ମାନିତ ଅତିଥି ଭାବେ ଏନ୍ଏସି ସିଆରସିସି କିରଣ ବାଳା ତ୍ରିପାଠୀ ଓ ପ୍ରଧାନ ଶିକ୍ଷୟିତ୍ରୀ ରାଜ କୁମାରୀ ଦୋରା ଯୋଗ ଦେଇ ଭିନ୍ନକ୍ଷମ ଶିଶୁମାନଙ୍କ ଉଜ୍ଜ୍ବଳ ଭବିଷ୍ଯତ ଗଠନରେ ଅଭି ଭାବକଙ୍କ ଭୂମିକା ସମ୍ପର୍କେ ଆଲୋକପାତ କରିଥିଲେ। ଏହି ଶିବିରରେ କମଳ ଲୋଚନ ପାଣିଗ୍ରାହୀ ଓ ଦିଲ୍ଲୀପ କୁମାର ଗନ୍ତାୟତ ପ୍ରମୁଖ ସାଧନ କର୍ମୀ ଭାବେ ଯୋଗ ଦେଇ ଅଭି ଭାବକମାନଙ୍କୁ ଭିନ୍ନକ୍ଷମଙ୍କ ଅଧିକାର ଅଧିନିୟମ ୨୦୧୬ ଅନୁସାରେ ୨୧ ପ୍ରକାର ଭିନ୍ନକ୍ଷମକୁ ଚିହ୍ନଟକରଣ ପ୍ରକ୍ରିୟା ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ। ଏଥି ସହ ଭିନ୍ନକ୍ଷମଙ୍କ ଗୃହ ଭିତ୍ତିକ ଶିକ୍ଷା ବ୍ୟବସ୍ଥା , ଘରୋଇ ପରି ବେଶକୁ ଭିନ୍ନକ୍ଷମଙ୍କ ନିମନ୍ତେ ସୁବନ୍ଦୋବସ୍ତ କରାଯିବା , ଭିନ୍ନକ୍ଷମଙ୍କ ସହାୟକ ଉପକରଣର ସୁବିନିଯୋଗ ପ୍ରତି ଧ୍ୟାନ ଦେବା ଆଦି ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏ ଅବସରରେ ଛତ୍ରପୁରଠାରେ ବିଶ୍ବ ଭିନ୍ନକ୍ଷମ ଦିବସରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ଚାରି ଜଣ କୃତି ଭିନ୍ନକ୍ଷମ ପ୍ରତିଯୋଗୀଙ୍କୁ ଅତିଥିଙ୍କ ଦ୍ଵାରା ପ୍ରମାଣପତ୍ର ସହ ପୁରସ୍କୃତ କରାଯାଇ ଥିଲା। ଏହି ଏକ ଦିବସୀୟ ଶିବିରକୁ ଗୋଷ୍ଠୀ ସମ୍ବଳ ଶିକ୍ଷୟିତ୍ରୀ ସୋନାଲିନ୍ ପଣ୍ଡା ପରିଚାଳନା କରିଥିବା ବେଳେ ଏଥିରେ ଅନ୍ତର୍ନିବେଶୀ ଶିକ୍ଷା ସ୍ବେଚ୍ଛାସେବୀ ମିଟୁ କୁମାର ଗୌଡ, ଦିପକ କୁମାର ସେଠୀ, ସୁଶାନ୍ତ କୁମାର ଗୌଡ ଓ ଲକ୍ଷ୍ମଣ ସେଠୀ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।

News Comment

You Might Also Like

BACK TO TOP