Breaking News

ପଦ୍ମପୁର ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କୁ ଉଚ୍ଚ ଶିକ୍ଷା ଅଧିକାରୀ ଙ୍କ ପରିଦର୍ଶନ ||   (15-Oct-2026)       ||      ପୋଲସରା ଏ 1 - ଗ୍ରେଡ଼ ଆଶାଇ ଛାତ୍ର, ଛାତ୍ରୀ ଙ୍କ ଦୁଇ ଦିବସିୟ ଦକ୍ଷତା ବୃଦ୍ଧି କର୍ମଶାଳା ଅନୁଷ୍ଠିତ |   (14-Oct-2026)       ||      ଗୁରୁଜଙ୍ଗ ଏମ ପି ଏଲ -1-କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ "ସୁରଭି `ଅନୁଷ୍ଠିତ ||   (14-Oct-2026)       ||      ଚୋରା ଚାଲାଣ ବେଳେ ବାଲି, ମୋରମ ବୋଝେଇ 7ଗୋଟି ଗାଡି ଜବତ ଓ ଡ୍ରାଇଭର ଗିରଫ ||   (14-Oct-2026)       ||      ବିଦ୍ୟୁତ ଆଘାତରେ ଚାଷୀର ମୃତ୍ୟୁ |    (14-Oct-2026)       ||      କବିସୂର୍ଯ୍ୟ ନଗରନିର୍ବାଚନ ମଣ୍ଡଳି ବିଜୁ ଜନତା ଦଳ ସକ୍ରିୟ |    (13-Oct-2026)       ||      ଦାରିଙ୍ଗବାଡି ରେ ଚୋରି ଓ ଅପରାଧୀର ଗୁମର ଖୋଲିବ ସିସି ଟିଭି |   (13-Oct-2026)       ||      ବର୍ତ୍ତିନି ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି --2026 ଅନୁଷ୍ଠିତ |   (13-Oct-2026)       ||      ଗଜଲକ୍ଷ୍ମୀ ପୂଜା ପାଇଁ ଶିକର ପାଇ ରେ ଶୁଭ ଖୁଣ୍ଟି ସ୍ଥାପନ |    (13-Oct-2026)       ||      ସାମ୍ବାଦିକ ମାନଙ୍କୁ ଧମକ ଦେବ ଅଭିଯୋଗ ରେ ଏସପି ଙ୍କୁ ସ୍ମାରକ ପତ୍ର ଦେଲେ ସାମ୍ବାଦିକ ମାନେ |    (13-Oct-2026)       ||      ତାଳ ପଡା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026ଅନୁଷ୍ଠିତ |   (13-Oct-2026)       ||      ମିଷ୍ଟ ଭାସି ପରୋପକାରୀ ମଦନ ମୋହନ ଜେନାଙ୍କ ପରଲୋକ ||   (13-Oct-2026)       ||      ପାସପୋର୍ଟ କରିବାରେ ଅପରାଧୀ ସକ୍ରିୟ ଉଚ୍ଚ ସ୍ତରୀୟ ତଦନ୍ତ ଦାବି |   (13-Oct-2026)       ||      ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ କୋର୍ଟ ଚାଲାଣ କଲା ହିଞ୍ଜିଳି ପୋଲିସ |    (12-Oct-2026)       ||      ବସ କଣ୍ଡକ୍ଟର କୁ ମରଣା ନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେମେଡିକାଲ ରେ ଭର୍ତ୍ତି |   (12-Oct-2026)       ||      ନାଇଟ ଶୋର ଦାଣ୍ଡିଆ ନୃତ୍ୟ ରେ ନାଚିଲେ ଦର୍ଶକ |   (12-Oct-2026)       ||      ଫୋଟ ଗ୍ରାଫର ଅଶୋକ ରଥ ନେସନ ବିଲଡର ଆୱାର୍ଡ ରେ ସାମ୍ନାନୀତ |   (12-Oct-2026)       ||      ଦିଗାପଡା --ଢାମଣାଖୋଲ ରାସ୍ତା ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ |   (12-Oct-2026)       ||      କେବେ ସୁଧୁରିବ ଡେ଼ମା ଗୁଡ଼ି ରାସ୍ତା, ଏବେବି ଭାରରେ ବୁହା ହେଉଛନ୍ତି ରୋଗୀ |    (12-Oct-2026)       ||      10ଦଫା ଦାବି ନେଇ ଗର୍ଜିଲେ ଅଙ୍ଗନୱାଡି କର୍ମୀ ଓ ସହାୟିକା |    (12-Oct-2026)       ||     

ଖଲ୍ଲିକୋଟ ଗୋଷ୍ଠି ଶିକ୍ଷା ଅଧିକାରୀ ଙ୍କୁ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ |

23-Feb-2025

ଖଲ୍ଲିକୋଟ : ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ,

             ଓଡିଶା  ଜନମତ  ବ୍ୟୁରୋ,

ଗଂଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକରେ ଦୀର୍ଘ ଦେଢ଼ ବର୍ଷରୁ ଅଧିକ ସମୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ସଫଳତାର ସହ କାର୍ଯ୍ୟ କରିବା ପରେ ସରକାରୀ ନିର୍ଦ୍ଦେଶ ମତେ ସୁଦୂର କେଉଁଝର ଜିଲ୍ଲା ଘଷିପୁରା ବ୍ଲକକୁ ବଦଳି ହୋଇସାରିଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ସଦ୍ୟସ୍ମାନ ପଣ୍ଡାଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତଥା ସି ଆର୍ ସି ସି ସଂଘ ପକ୍ଷରୁ ଆଜି ଆନୁଷ୍ଠାନିକ ରୀତିରେ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଅବସରରେ ଆୟୋଜିତ ଉତ୍ସବରେ ବି ଆର୍ ସି ସି ସୁଶ୍ରୀ ସୁଷମା ଶବର ଅଧ୍ୟକ୍ଷତା କରିଥିବାବେଳେ ପ୍ରାକ୍ତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ସଦ୍ୟସ୍ମାନ ପଣ୍ଡା, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରବିନାରାୟଣ ସେଠୀ, ସୁଶାନ୍ତ କୁମାର ନାୟକ, ମୁଖ୍ୟ କିରାଣୀ ସୁଶାନ୍ତ କୁମାର ମିଶ୍ର, କିରାଣୀ ବୀରେନ କୁମାର ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ଥିଲେ । ଅତିଥି ମାନେ ବିଦାୟୀ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କର୍ତ୍ତବ୍ୟ ପରାୟଣତା, ସମୟାନୁବର୍ତ୍ତିତା , ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଅଭିନବ ଯୋଜନା, ଉଚିତ ପରାମର୍ଶ, ପ୍ରତିକୁଳ ପରିସ୍ଥିତିରେ କିଭଳି ପାରସ୍ପରିକ ସହଯୋଗରେ ସମସ୍ୟାର ଆଶୁ ସମାଧାନ କୈ।ଶଳ , ସକାରାତ୍ମକ ମନୋଭାବ ପୋଷଣ ଆଦି ବହୁବିଧ ଦିଗ ସମ୍ପର୍କରେ ସାରସ୍ୱତ ଆଲୋଚନା କରିଥିଲେ । ସି ଆର୍ ସି ସି ପ୍ରମୋଦ କୁମାର ପ୍ରଧାନ, କୃଷ୍ଣଚନ୍ଦ୍ର ପରିଡ଼ା, ରବୀନ୍ଦ୍ର କୁମାର ନାୟକ, 
ବି ଆର୍ ଟି ପ୍ରଣବ କୁମାର ଶତପଥୀ, କାର୍ଯ୍ୟାଳୟ କର୍ମଚାରୀ ଅରବିନ୍ଦ ନାୟକ, ତରୁଣ କୁମାର ନାୟକ, ମୁଖ୍ୟ କିରାଣୀ ସୁଶାନ୍ତ କୁମାର ମିଶ୍ର ପ୍ରମୁଖ ବିଦାୟୀ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ବହୁମୁଖୀ କାର୍ଯ୍ୟ ଶୈଳୀ, ଦକ୍ଷତା, ବିଭିନ୍ନ କଲ୍ୟାଣ ମୂଳକ କାର୍ଯ୍ୟକ୍ରମର ସୁପରିଚାଳନା ଆଦି ବହୁବିଧ ଦିଗ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ବି ଆର୍ ସି ସି ସୁଶ୍ରୀ ସୁଷମା ଶବର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ମାନପତ୍ର ସହିତ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ବିଦାୟୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଖଲ୍ଲିକୋଟ ବ୍ଲକରେ ସର୍ବ ପ୍ରଥମେ ଶିକ୍ଷା ସେବା ଅଧିକାରୀ ରୂପେ କାର୍ଯ୍ୟଭାର ତୁଲାଇ ବହୁ ଅଭିଜ୍ଞତା ଅନୁଭୂତି ହାସଲ କରିଥିବା ମତବ୍ୟକ୍ତ କରିଥିଲେ । ତତ୍ ସହିତ ଖଲ୍ଲିକୋଟର ଶିକ୍ଷକ ସମାଜ, ସି ଆର୍ ସି ସି, କାର୍ଯ୍ୟାଳୟ କର୍ମଚାରୀଙ୍କ ସହଯୋଗ ପ୍ରତି କୃତଜ୍ଞତା ଜ୍ଞାପନ କରିଥିଲେ ।
ସି ଆର ସି ସି କର୍ମକର୍ତ୍ତା, କାର୍ଯ୍ୟାଳୟ କର୍ମଚାରୀ ମଧ୍ୟ ଫୁଲତୋଡ଼ା, ଉତ୍ତରୀୟ ସହିତ ସମ୍ମାନୀତ କରିଥିଲେ । ଉତ୍ସବରେ ବି. ଆର୍. ଟି. ଶ୍ରୀମତୀ ଭକ୍ତିଲତା ରାଉତରାୟ , ସି ଆର ସି ସି ନିରଞ୍ଜନ ଗୁରୁ, ପ୍ରଶାନ୍ତ କୁମାର ସେଠୀ, ଅନାଥ ଚରଣ ବେହେରା, ରାଜେନ୍ଦ୍ର ପ୍ରସାଦ ପଣ୍ଡା, ସୁଶୀଳ କୁମାର ପଣ୍ଡା, ପ୍ରଜ୍ଞା କୁମାର ପଟ୍ଟନାୟକ, ନିରଞ୍ଜନ ସେଠୀ, ପ୍ରମୋଦ କୁମାର ପ୍ରଧାନ, ପବିତ୍ର ବେହେରା, ପ୍ରକାଶ ଚନ୍ଦ୍ର ସେଠୀ, ଲିପନ ପଣ୍ଡା, ଶୁଭେନ୍ଦୁ ରାଉତ, କୃଷ୍ଣଚନ୍ଦ୍ର ପରିଡ଼ା, ପବନା ସ୍ୱାଇଁ , ରବୀନ୍ଦ୍ର କୁମାର ନାୟକ, ଡକ୍ଟର ଦ୍ବାରିକାନାଥ ମହାରଣାଙ୍କ ସମେତ କାର୍ଯ୍ୟାଳୟର କର୍ମଚାରୀ ପ୍ରତିମା ବାରିକ, ବିପିନ କୁମାର ନାୟକ, ମହେନ୍ଦ୍ର କୁମାର ସେଠୀ, ସୁଦର୍ଶନ ବେହେରା, ଶିଶିର ମହାରଣା ପ୍ରମୁଖ ଉପସ୍ଥିତ ରହି ସମସ୍ତ ପ୍ରକାର ସହଯୋଗ କରିଥିଲେ । 
କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଡକ୍ଟର ଦ୍ବାରିକାନାଥ ମହାରଣା ।

News Comment

You Might Also Like

BACK TO TOP