Breaking News

ରାଜନୀତି ବିଭାଗ ପକ୍ଷରୁ ନୂତନ ଅଧକ୍ଷ ଙ୍କୁ ସମ୍ବର୍ଦ୍ଧନା |    (07-Aug-2026)       ||      ସାନଟେମାରି ସରକାରୀ ଉଚ୍ଚ ବିଦ୍ୟାଳୟ ରୁ ପିଲା ଚାଲିଯିବା ଉପରେ ଜିଲ୍ଲପାଳ ଙ୍କ କଡା ଆଭିମୁଖ୍ୟ |   (07-Aug-2026)       ||      ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକଆକ୍ରମଣ |    (07-Aug-2026)       ||      ବ୍ରହ୍ମପୁର ମହାନଗର ନିଗମ ଅଫିସ ଆଗରେ ବକେୟା ବିଲ ପାଇବା ଦାବିରେ ଠିକାଦାର ମାନଙ୍କ ଧାରଣା |   (07-Aug-2026)       ||      ମାଇକ୍ରୋ ଫାଇନାନ୍ସ କମ୍ପାନୀ ବିରୁଦ୍ଧରେ କ୍ଷତିଗ୍ରସ୍ତ ଜମାକାରୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର |   (07-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ ରେ ପାଦେରୀ ପଡା ଓ ଶୁଣ୍ଡରୁ ମିଲା ଦଳ ବିଜୟୀ |   (07-Aug-2026)       ||      ଅଭିନେତ୍ରୀ ତ୍ରିଶା ଙ୍କୁ କଟୁ ଦିଅର୍ଥ ବୋଧକ ଶବ୍ଦ କହିବା ଉଦୟ ନିଧି ଷ୍ଟାଲିନ ଙ୍କୁ ମହିଳା ମାନେ କଲେ କଟୁ ସମାଲୋଚନା |   (07-Aug-2026)       ||      ନୁଆଁ ଖାଇ ପାଇଁ ବଲାଙ୍ଗୀର ଜିଲ୍ଳାରେ ଆରମ୍ଭ ହେଲା ଲଗ୍ନ ଦେଖା    (07-Aug-2026)       ||      ଜୁଆ ଖେଳ ଉପରେ ପୋଲିସ ର ଚଢ଼ାଉ 7 ଅଭିଯୁକ୍ତ ସହ, ଟଙ୍କା, ମୋବାଇଲ ଓ ବାଇକ ଜବତ ||   (07-Aug-2026)       ||      ଖଲ୍ଲିକୋଟ ପାଚିକା ସହାୟିକା ଙ୍କ ତାଲିମ ଶିବିର ଅନୁଷ୍ଠିତ!|    (07-Aug-2026)       ||      ଗୁଆଳି ପୁର ଗ୍ରାମର ଶତାୟୁ ବ୍ୟକ୍ତିଙ୍କ ପରଲୋକ |    (07-Aug-2026)       ||      ଜଣେ ଅଭିଯୁକ୍ତ ଅପିଲ କୁ ନେଇ ହାଇକୋର୍ଟ ଙ୍କ ଅଭିମୁଖ୍ୟ ନେଇ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମକୋର୍ଟ |    (07-Aug-2026)       ||      ଆର ଉଦୟଗିରି ପୋଲିସ ଦ୍ୱାରା 251 କେଜି ଗଂଜେଇ ସହ ଦୁଇ ଅଭିଯୁକ୍ତ ଗିରଫ |   (06-Aug-2026)       ||      ଦ୍ଇ ଜଣ ସନ୍ଦେହୀ ଯୁବକଙ୍କ ଠାରୁ ଦୁଇ ଦେଶୀ ପିସ୍ତଲ, ଗୁଳି ଓ ଅଭିଯୁକ୍ତ ଙ୍କୁ ଗିରଫ କଲା ବେଲଙ୍ଗା ପୋଲିସ |   (06-Aug-2026)       ||      ବାଲିପଦର ପୋଲିସ କୁ ବଡ଼ ସଫଳତା, ଦେଶୀ ବନ୍ଧୁକ କାରଖାନା ରୁ ସରଞ୍ଜାମ,ଦୁଇବନ୍ଧୁକଓ ଦୁଇବ୍ୟକ୍ତି ଗିରଫ |    (06-Aug-2026)       ||      ସଂସ୍କୃତି ଅନୁଷ୍ଠାନ ର ନୂତନ କାର୍ଯ୍ୟକାରିଣୀ ଗଠନ, ସରସ୍ୱତୀ ହେଲେ ସଭନେତ୍ରୀ |   (06-Aug-2026)       ||      ପଞ୍ଜିକୃତଚାଷୀ,ସମବାୟ ବ୍ୟଙ୍କ ରୁ ଋଣ ନେଇଥିବା ଚାଷୀ ମିଳୁଛି ସାର, ଅନ୍ୟଚାଷୀଙ୍କୁ ନାହିଁ |   (06-Aug-2026)       ||      ବାଲିଗୁଡା ଓ ସିପାଞ୍ଜିରୀ ଦଳ ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନ ସିପ ରେ ବିଜୟୀ |   (06-Aug-2026)       ||      ମ ରାମ ପୁର ରେ ବିଜେପି ମଣ୍ଡଳ ଉପ ସଭାପତି ଙ୍କୁ ନିର୍ମମ ହତ୍ୟା    (06-Aug-2026)       ||      କଲ୍ୟାଣ ସିଂହ ପୁର ଗାଁରେ ପଶିଲେ ଦୁଇ ହାତୀ ବ୍ୟାପକ କଲେ କ୍ଷୟ କ୍ଷତି ||   (06-Aug-2026)       ||     

ଆଠ ବର୍ଷ ର ଝିଅକୁ ମିଳିଲା ପୋଲିସ ବିଭାଗରେ ଚାକିରି, ଅବିଶ୍ୱାସ ହେଲେ ମଧ୍ୟ ସତ ||

06-Nov-2025

ବିଶ୍ୱାସ ନହଲେ ମଧ୍ୟ ସତ୍ୟ, ୮ ବର୍ଷର ଝିଅଙ୍କୁ ମିଳିଲା ପୋଲିସ ଚାକିରି,
ଆସନ୍ତୁ ପଢିବା ଓ ଜାଣିବା କଣ ସେହିଁ ଘଟଣା,

        ଓଡିଶା ଜନ ମତ ବ୍ୟୁରୋ,

ଯାହା କିଛି ଶୁଣିଲେ ଅବିଶ୍ୱାସ ମନେ ହେଉଥାଏ, ତାହା ବେଳେ, ବେଳେ, ପ୍ରକୃତ ସତ୍ୟ ହୋଇଥାଏ  | ଏପରି ଏକ ଆଶ୍ଚର୍ଯ୍ୟ ଘଟଣା ଘଟିଛି ମଧ୍ୟପ୍ରଦେଶର ଉଜ୍ଜୟିନୀର ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ପୋଲିସ ବିଭାଗରେ | ଜଣେ ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ଝିଅଟିକୁ ପୋଲିସ ବିଭାଗରେ ଚାକିରି ମିଳିଛି | ଏହି କଥା ଶୁଣି କିଛି କୋକ ବିରକ୍ତ ପ୍ରକାଶ କରି ଉତ୍ୟକ୍ତ ହୋଇ ମନେ, ମନେ ଗାଳି ଦେଉ ଥିବେ | କିନ୍ତୁ ବାସ୍ତବରେ ତାହାହିଁ ସତ୍ୟ ଅଟେ  |  ଝିଅଟି ର ବୟସ ମାତ୍ର ମାତ୍ର ୮ ବର୍ଷ  । ଝିଅଟିର ବାପା ହୃଦଘାତରେ ମୃତ୍ୟୁ ବରଣ କରିଥିଲେ । ସେ ପୂର୍ବରୁ ପୋଲିସ ବିଭାଗରେ କାମ କରୁଥିଲେ । ଝିଅଟି ତାଙ୍କ ସ୍ଥାନରେ ଚାକିରି ପାଇଁ   ଏସପିଙ୍କୁ ଆବେଦନ କରିଥିଲା I ଏସପି ମଧ୍ୟ ଝିଅଟିର ଆବେଦନକୁ ଗ୍ରହଣ କରିଥିଲେ । କେବଳ ଏତିକି ନୁହେଁ, ସେ ତାଙ୍କୁ ଚାକିରି ପାଇଁ ନିଯୁକ୍ତି ପତ୍ର ମଧ୍ୟ ଦେଇଥିଲେ |  ଘଟଣା ଟି ଘଟିଛି ଭୋପାଳମଧ୍ୟପ୍ରଦେଶ ଉଜ୍ୱୟନୀ ମହାକାଳ ପୋଲିସ ଷ୍ଟେଶନରେ | ଝିଅଟି ନିଯୁକ୍ତହୋଇଛି ହେଡ କନେ ଷ୍ଟବଳ ଯାହାର ନମ୍ବର ୯୮୮ଅଟେ | ସେହିଥାନାରେ ଦେବେନ୍ଦ୍ର ସିଂହ ରଘୁବଂଶୀ କନେଷ୍ଟବଳଭାବେ  କାମ କରୁଥିଲେ |ତେବେ ଗତ 17ମେ୨୦୨୫ରେ ହୃଦଘାତ ଯୋଗୁ ଦେବେନ୍ଦ୍ର ସିଂ ଙ୍କ ହଠାତ୍ ମୃତ୍ୟୁ ହୋଇଥିଲା । ହେଡ କନଷ୍ଟେବଳଙ୍କ ମୃତ୍ୟୁପରେ, ତାଙ୍କ ପରିବାର ଏସପି ପ୍ରଦୀପ  ଶର୍ମାଙ୍କୁ ଭେଟିବାକୁ ଆସିଥିଲେ । ସେମାନେ ହେଡ କନଷ୍ଟେବଳ ଦେବେନ୍ଦ୍ର ସିଂହ ଋଘୁବଂଶୀଙ୍କ  ୮  ବର୍ଷର ଝିଅ ଇଚ୍ଛା ରଘୁବଂଶୀ  | ଇଚ୍ଛା 
କନଷ୍ଟେବଳଚାଜିରୀ କରିବା ପାଇଁ ଆବେଦନ କରିଥିଲେ | ଉଜ୍ଜୟିନୀ ଏସପି ପ୍ରଦୀପ ଶର୍ମା ମଧ୍ୟ ମାତ୍ର ୨୫ ମିନିଟ ମଧ୍ଯରେ  ଆବେଦନ ଗ୍ରହଣ କରି ଇଚ୍ଛାଙ୍କୁ ଶିଶୁକନଷ୍ଟେବଳ କରିଥିଲେ । କୁହାଯାଏ ଯେ, ଇଚ୍ଛା ରଘୁବଂଶୀ ହେଡ କନଷ୍ଟେବଳ ସ୍ୱର୍ଗତ ଦେବେନ୍ଦ୍ର ସିଂହ ରଘୁବଂଶୀଙ୍କ ଏକମାତ୍ର ସନ୍ତାନ। ସେଥିପାଇଁ ତାଙ୍କୁ ଏହି ନିଯୁକ୍ତି ଦିଆଯାଇଛି। ଇଚ୍ଛା ବର୍ତମାନ ସେଣ୍ଟ ମେରୀ ସ୍କୁଲରେ ପାଠପଢୁଛନ୍ତି ।  ପୋଲିସ କର୍ମଚାରୀଙ୍କ ଅକାଳ ମୃତ୍ୟୁହେଲେ, ପରିବାର ପ୍ରତିପୋଷଣ ପାଇଁ ନାବାଳକ ପିଲାମାନଙ୍କୁ ଶିଶୁ କନଷ୍ଟେବଳ କରାଯାଏ । ଏହି ପିଲାମାନେ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ପାଠପଢ଼ା ସହିତ ବିଭାଗର ଛୋଟ ଛୋଟ କାମ କରନ୍ତି। ସେମାନେ ପୋଲିସର ଶୃଙ୍ଖଳା ଏବଂ ବିଭାଗର ପ୍ରକ୍ରିୟାକୁ ମଧ୍ୟ ବୁଝନ୍ତି । ୧୮ ବର୍ଷ ବୟସ ହେବା ପରେ, ସେମାନଙ୍କର କାମ ସିଧାସଳଖ ଆରମ୍ଭ ହୁଏ। ନାବାଳକ ପିଲାମାନଙ୍କୁ ଶିଶୁ  କନଷ୍ଟେବଳ କରିବା ପଛରେ ଏକମୁଖ୍ୟ କାରଣ ହେଉଛି ଯେ ପରିବାର ମୁଖ୍ୟଙ୍କ ମୃତ୍ୟୁପରେ, ସେମାନଙ୍କ ପରିବାରକୁ ଆର୍ଥିକ ସହାୟତା ଦିଆଯାଇପାରିବ ଏବଂ ସମଗ୍ର ପରି ବାରକୁ  ସମର୍ଥନ କରାଯାଇପାରିବ। ଏସପି ପ୍ରଦୀପ ଶର୍ମା କହିଛନ୍ତି, ଶିଶୁ କନଷ୍ଟେବଳ ନିଯୁକ୍ତି ମାମଲା ଗୁଡ଼ିକୁ ଯଥାଶୀଘ୍ର ସମାଧାନ କରିବା  ମୋର ପ୍ରାଥମିକତା। ଇଚ୍ଛା ରଘୁବଂଶୀଙ୍କ ପୂର୍ବରୁ ମଧ୍ୟ ଅନ୍ୟ ଶିଶୁ କନଷ୍ଟେବଳ ଙ୍କୁ ନିଯୁକ୍ତି ଦିଆଯାଇଛି।
ଆମର ଏକମାତ୍ର ଉଦ୍ଦେଶ୍ୟ ହେଉଛି ପରିବାରର ବ୍ୟକ୍ତିଙ୍କୁ ଯଥାଶୀଘ୍ର ଚାକିରି ମିଳିବା ଯୋଗୁଁ  ସେମାନଙ୍କ ଉପରେ ଆସୁଥିବା ଆର୍ଥିକ ସଙ୍କଟକୁ ଦୂର କରାଯାଇପାରିବ,ଏହି କ୍ଷେତ୍ରରେ ମଧ୍ୟ, ଆମେ ଆବେଦନ ଦାଖଲ ହେବାର ୨୫ ମିନିଟ ମଧ୍ୟରେ ଇଚ୍ଛା ରଘୁବଂଶୀଙ୍କୁ ବାଲରକ୍ଷକ ପଦବୀରେ ନିଯୁକ୍ତି ଦେଇଥୁଲୁ | ଏବଂ ତୁରନ୍ତ ନିର୍ଦ୍ଦେଶ ଜାରି କରିଥିଲୁ। ଇଚ୍ଛା ବର୍ତମାନ ୮ ବର୍ଷ ବୟସର ଏବଂ ଚତୁର୍ଥ ଶ୍ରେଣୀରେ ପାଠ ପଢ଼ନ୍ତି,
ତଥାପି ତାଙ୍କ ନାମ ପୋଲିସ କର୍ମଚାରୀଙ୍କ ତାଲିକାରେ ପଞ୍ଜିକୃତ ହୋଇଛି । ପୋଲିସ ନିୟମ  ଅନୁଯାୟୀ, ଯେତେ ବେଳେ ସେ ଦଶମ ଶ୍ରେଣୀ ପାସ କରିବେ, ସେତେବେଳେ ସେ ସ୍ଥାୟୀ କନଷ୍ଟେବଳ ହୋଇପାରିବେ । ଇଚ୍ଛାଙ୍କୁ ମିଳୁଥିବା ଦରମା ବିଷୟରେ  ସୂଚନା ଦେଇ ଅଧୁକାରୀ କହିଛନ୍ତି, ବାଲ ରକ୍ଷକ ଜଣେ ନୂତନ କନଷ୍ଟେବଳଙ୍କ ଦରମାର ଅଧା  ଦରମା ପାଆନ୍ତି । ଏହି ନିୟମ  ଅନୁଯାୟୀ, ଇଚ୍ଛାଙ୍କୁ ପ୍ରତି ମାସରେ । -୧୫,୧୧୩ ଟଙ୍କା ଦରମା ମିଳିବ।ଏହା ସହିତ, ତାଙ୍କୁ ମାସରେ ଥରେ ପୋଲିସ ଷ୍ଟେଶନକୁ ଆସି ଦସ୍ତଖତ କରିବାକୁ ପଡିବ ଏବଂ ଏହି ସମୟ  ମଧ୍ୟରେ ତାଙ୍କ ଶିକ୍ଷା ସମ୍ବନ୍ଧୀୟ ସୂଚନା ମଧ୍ୟ ନିଆଯିବ |  ୧୦ ବର୍ଷ ପରେ, ଯେତେବେଳେ ଇଚ୍ଛା ୧୮ ବର୍ଷ ବୟସ ପୂରଣ କରିବେ ଏବଂଦଶମ ପରୀକ୍ଷାରେ ଉତ୍ତୀର୍ଣ ହେବେ, ସେତେ ବେଳେ ସେ ସ୍ମୟୀ କନଷ୍ଟେବଳ ହୋଇପାରିବେ । ଏହି ସମୟ ମଧ୍ୟରେ, ତାଙ୍କ ମାଆ ତାଙ୍କ ବାପାଙ୍କ ପେନସନ ପାଇବା ଜାରି ରଖିବେ । ଏହି ଘଟଣା ରେ ଭୋପାଳ ରାଜ୍ୟ ସରକାର, କେନ୍ଦ୍ର ସରକାର ଓ ଉପସ୍ଥିତ ଏସପି ଙ୍କ କାର୍ଯ୍ୟକାରିତାକୁ ସମସ୍ତେ ପ୍ରଶଂସା କରିଛନ୍ତି | ଏହି ଭଳି ପ୍ରତେକ ରାଜ୍ୟରେ ସବୁବିଭାଗ ରେ କାର୍ଯ୍ୟରତ ଅଧିକାରୀ, କର୍ମଚାରୀ ଙ୍କ ଚାକିରି ରେ ରହି ଅକାଳ       ବିଯୋଗ  ଘଟିଲେ ସେହିଁ ରାଜ୍ୟ ସରକାର ପୋଲିସ ବିଭାଗ ପରି ସେମାନଙ୍କ  ପରିବାର କୁ ମଧ୍ୟ  ଚାକିରି ରେ ନିଯୁକ୍ତି ଦେଲେ ବହୁ ପରିବାର ଆର୍ଥିକ, ମାନସିକ  ସ୍ଥିତି ଭିତରୁ ମୁକ୍ତି ପାଇ ପାରିଥାନ୍ତେ ବୋଲି ମତ ପ୍ରକାଶ କରିଛନ୍ତି |

News Comment

You Might Also Like

BACK TO TOP