Breaking News

ଗୁଆଳି ପୁର ଗ୍ରାମର ଶତାୟୁ ବ୍ୟକ୍ତିଙ୍କ ପରଲୋକ |    (07-Aug-2026)       ||      ଜଣେ ଅଭିଯୁକ୍ତ ଅପିଲ କୁ ନେଇ ହାଇକୋର୍ଟ ଙ୍କ ଅଭିମୁଖ୍ୟ ନେଇ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମକୋର୍ଟ |    (07-Aug-2026)       ||      ଆର ଉଦୟଗିରି ପୋଲିସ ଦ୍ୱାରା 251 କେଜି ଗଂଜେଇ ସହ ଦୁଇ ଅଭିଯୁକ୍ତ ଗିରଫ |   (06-Aug-2026)       ||      ଦ୍ଇ ଜଣ ସନ୍ଦେହୀ ଯୁବକଙ୍କ ଠାରୁ ଦୁଇ ଦେଶୀ ପିସ୍ତଲ, ଗୁଳି ଓ ଅଭିଯୁକ୍ତ ଙ୍କୁ ଗିରଫ କଲା ବେଲଙ୍ଗା ପୋଲିସ |   (06-Aug-2026)       ||      ବାଲିପଦର ପୋଲିସ କୁ ବଡ଼ ସଫଳତା, ଦେଶୀ ବନ୍ଧୁକ କାରଖାନା ରୁ ସରଞ୍ଜାମ,ଦୁଇବନ୍ଧୁକଓ ଦୁଇବ୍ୟକ୍ତି ଗିରଫ |    (06-Aug-2026)       ||      ସଂସ୍କୃତି ଅନୁଷ୍ଠାନ ର ନୂତନ କାର୍ଯ୍ୟକାରିଣୀ ଗଠନ, ସରସ୍ୱତୀ ହେଲେ ସଭନେତ୍ରୀ |   (06-Aug-2026)       ||      ପଞ୍ଜିକୃତଚାଷୀ,ସମବାୟ ବ୍ୟଙ୍କ ରୁ ଋଣ ନେଇଥିବା ଚାଷୀ ମିଳୁଛି ସାର, ଅନ୍ୟଚାଷୀଙ୍କୁ ନାହିଁ |   (06-Aug-2026)       ||      ବାଲିଗୁଡା ଓ ସିପାଞ୍ଜିରୀ ଦଳ ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନ ସିପ ରେ ବିଜୟୀ |   (06-Aug-2026)       ||      ମ ରାମ ପୁର ରେ ବିଜେପି ମଣ୍ଡଳ ଉପ ସଭାପତି ଙ୍କୁ ନିର୍ମମ ହତ୍ୟା    (06-Aug-2026)       ||      କଲ୍ୟାଣ ସିଂହ ପୁର ଗାଁରେ ପଶିଲେ ଦୁଇ ହାତୀ ବ୍ୟାପକ କଲେ କ୍ଷୟ କ୍ଷତି ||   (06-Aug-2026)       ||      ଆରପାରିରେ ଗଜନୀ ର ଖଳନାୟକ ତଥା ମହାଭାରତ ର ଅଶ୍ୱସ୍ତମା ପ୍ରଦୀପ ରାୱାତ |    (06-Aug-2026)       ||      ସ୍କୁଲ କାନ୍ଥ ଭୁଷୁଡ଼ି 2ଛାତ୍ର ଗୁରତର , ମେଡିକାଲ ରେ ଚିକିତ୍ସିତ |   (06-Aug-2026)       ||      ଖଡ଼ିଆଳ ରାଜସ୍ବ ସହାୟକ ଙ୍କ ଉପରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ନେଲେ ଜିଲ୍ଲା ପାଳ ||   (06-Aug-2026)       ||      ଭାରତ ରେ ଅଛି ଅଜବ ଗାଁ ଯେଉଁଠି ମହିଳା ମାନେ ପାଞ୍ଚଦିନ ଲୁଗା ପନ୍ଧନ୍ତି ନାହିଁ ||   (06-Aug-2026)       ||      କବିସୂର୍ଯ୍ୟ ନଗର ର ପୂର୍ବତନ ବିଧୟିକା ଙ୍କ ସ୍ମୃତିରେ ରକ୍ତଦାନ ଶିବିର ଅନୁଷ୍ଠିତ |    (06-Aug-2026)       ||      ରାଜ୍ୟ ଓଷ୍ଟା ସଙ୍ଘ ପକ୍ଷରୁ ପ୍ରତିବାଦ ସଭା |   (06-Aug-2026)       ||      ଭୟା ଭୟ ଅଗ୍ନି କାଣ୍ଡରେ କେଶପୁର ବଜାର ରେ ଜଳିଗଲା 4ଗୋଟି ଦୋକାନ |    (06-Aug-2026)       ||      କାନ୍ଧୁଣିଦେବୀ ଙ୍କୁ ଦର୍ଶନ କରି ଫେରିଲେ ମହାମହିମ ରାଷ୍ଟ୍ରପତି |   (05-Aug-2026)       ||      ଭୂମିହୀନ ଙ୍କୁ ଜମି ପଟା ଶିକ୍ଷା ଓ ସୁବିଧା ଦାବିରେ ସ୍ଵାସ୍ତ୍ୟ ଆଇଆରଳ ବୈଠକ |    (05-Aug-2026)       ||      ଖରିପଡ଼ିଆ କୋର କୋରା ରାସ୍ତାରେ 4ଫୁଟ ଉଚର ବନ୍ୟାଜଳ ପ୍ରବାହିତ |    (05-Aug-2026)       ||     

ବିଶ୍ୱ କର୍କଟ ଦିବସ ଅବସର ରେ କ୍ରାନ୍ତି ତରଫରୁ ଦେଶ ବାସୀଙ୍କୁ ଆହ୍ୱାନ ||

04-Feb-2026

ବିଶ୍ଵ କର୍କଟ ଦିବସ ଅବସରରେ କ୍ରାନ୍ତି ତରଫରୁ ଦେଶବାସୀଙ୍କୁ ଆହ୍ବାନ,

ଓଡିଶା ଜନ ମତ, ବ୍ରହ୍ମପୁର, କୈଳାଶ ଚନ୍ଦ୍ର ଚୌଧୁରୀ |

"ମିଳିମିଶି ସଚେତନ କଲେ, କର୍କଟ ମୁକ୍ତ ଭାରତ ଗଠନ ସମ୍ଭବ"
ଆଜି ବିଶ୍ବ କର୍କଟ ଦିବସ ଅବସରରେ   "ମିଳିମିଶି ସଚେତନ କଲେ, କର୍କଟ ମୁକ୍ତ ଭାରତ ଗଠନ ସମ୍ଭବ" ଏହି ବାର୍ତ୍ତା ଦେଶବାସୀଙ୍କୁ ଆହ୍ବାନ ଦେବାପାଇଁ ବ୍ରହ୍ମପୁରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ କ୍ରାନ୍ତି ଓ ବ୍ରହ୍ମପୁର ନିକଟସ୍ଥ ସିତଲାପଲି ସ୍ଥିତ ସମ୍ ହସ୍ପିଟାଲ    ଉଦ୍ୟମରେ ବ୍ରହ୍ମପୁର ଖଲ୍ଲିକୋଟ ଏକକ ବିଶବବିଦ୍ୟାଳୟ ଖେଳ ପଡିଆ ଠାରେ କ୍ରାନ୍ତି ଅନୁଷ୍ଠାନର  କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ମୁଖ କର୍କଟ ରୋଗୀ ଡ଼ ଦେବାନନ୍ଦ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସଚେତନତା କାର୍ଯ୍ୟକ୍ରମରେ  ବ୍ରହ୍ମପୁର  ବିଶ୍ଵବିଦ୍ୟାଳୟ ର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ, ସିତଲାପଲ୍ଲି ସମ୍ ହସପିଟାଲ ର ନିର୍ଦ୍ଦେଶକ ଦେବପ୍ରସାଦ ଦାଶ, ମେଡ଼ିକାଲ ସୁପରିଟେଣ୍ଡେଣ୍ଟ ଡାକ୍ତର ଆଯୋଧ୍ୟାନାଥ ପାଢୀ , ଆସିଷ୍ଟାଣ୍ଟ ମେଡ଼ିକାଲ ସୁପରିଟେଣ୍ଡେଣ୍ଟ ଡାକ୍ତର ପ୍ରୀୟଜିତ୍ ପାଣିଗ୍ରାହୀ , ମେଡ଼ିକାଲ ଓଙ୍କୋଲଜୀ ଡାକ୍ତର ଶିବଶଙ୍କର ମହାପାତ୍ର, ସର୍ଜିକଲ୍  ଓଙ୍କୋଲଜୀ ଡାକ୍ତର ସାଇ ରୂଦ୍ର ପୂହାନ , ଦୈନିକ ପ୍ରମେୟ ବ୍ରହ୍ମପୁର ର ଡି ଜୀ ଏମ ଅମ୍ବିକା ପ୍ରସାଦ ଦାଶ, କ୍ରାନ୍ତି ଅନୁଷ୍ଠାନର ଡାକ୍ତର ଅତୁଲ୍ୟ କୁମାର ପଟ୍ଟନାୟକ ଓ ଆଈ ଏସ ଆର୍ ଡି ର ନିର୍ଦ୍ଦେଶକ ସୁଧୀର ସାବତଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ବିଭିନ୍ନ ଗଣମାଧ୍ୟମ ବ୍ୟକ୍ତି ବିଶେଷ ଉପସ୍ଥିତ ରହି  ବିଶ୍ବ କର୍କଟ ଦିବସ ଅବସରରେ ଜନସାଧାରଣଙ୍କୁ କର୍କଟ ରୋଗର ଭୟାବହତା ବିଷୟରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ସଚେତନତା କରାଇଥିଲେ।କ୍ରାନ୍ତି ଅନୁଷ୍ଠାନର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଡ଼ ଦେବାନନ୍ଦ ଦାଶଙ୍କ ପ୍ରତ୍ୟେକ ତତ୍ଵାବଧାନରେ ଉକ୍ତ ସଚେତନତା ସଭା ଓ ବିଶାଳ ପଦଯାତ୍ରା ପରିଚାଳିତ ହୋଇଥିଲା।ସେ ଜଣେ ମୁଖ କର୍କଟ ରୋଗୀ ହୋଇଥିବା ଯୋଗୁଁ ସେ ଲୋକମାନଙ୍କୁ କହିଥିଲେ କର୍କଟ ରୋଗ ପ୍ରତି ଜନସାଧାରଣଙ୍କ ମଧ୍ୟରେ  ସଠିକ୍ ସଚେତନ ନଥିବାରୁ , ଏହି ରୋଗରେ ପୀଡିତ ମୃତ୍ୟୁ ସୁନିଶ୍ଚିତ ବୋଲି ଭାବି ନିଅନ୍ତି ଏବଂ ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟୁଛି। କର୍କଟ ରୋଗର ଚିକିତ୍ସା ବର୍ତମାନ ସମୟରେ ଅତ୍ୟନ୍ତ ସହଜ ଓ ଉପଯୁକ୍ତ ଚିକିତ୍ସା ମିଳିଲେ ଏଥିରୁ ରୋଗୀ ବଞ୍ଚି ପାରିବ।ସେ ଉପସ୍ଥିତି ସମସ୍ତଙ୍କୁ ନିବେଦନ କରି କହିଥିଲେ ଆସନ୍ତୁ ସମସ୍ତେ ମିଳିମିଶି ସଚେତନ କରିବା ଓ ଭାରତକୁ କର୍କଟ ମୁଖରୁ ରକ୍ଷା କରିବା। ଉପସ୍ଥିତ ସମସ୍ତଙ୍କୁ ଶପଥ କରାଇ ତମାଖୁ ଛାଡ଼ନ୍ତୁ ଜୀବନ ବାଛନ୍ତୁ ଏହି ମନ୍ତ୍ର ସଂକଳ୍ପ କରାଇଥିଲେ। ସମ୍ ହସପିଟାଲ ର ଓଙ୍କୋଲୋଜି   ଡ. ମହାପାତ୍ର ଓ ଡ.ପୁହାନ କର୍କଟ ରୋଗ ବିଷୟରେ ଆଲୋକପାତ କରାଇବା ସହ ଲୋକ ମାନେ କିପରି ସୁବିଧାରେ ଚିକିତ୍ସା କରି ପାରିବେ ସମସ୍ତ ଙ୍କୁ ଅବଗତ କରାଇଥିଲେ। ସମସ୍ତ ଅତିଥି ମାନେ ସବୁଜ ପତାକା ଦେଖାଇ ବିଶାଳ ପଦଯାତ୍ର (ବ୍ରହ୍ମପୁର ୱାକଥନ୍ )କୁ ଶୁଭାରମ୍ଭ କରିଥିଲେ।ଏହି ବିଶାଳ ସମାରୋହ ଓ ଗଣ ପଦଯାତ୍ରାରେ ବିଭିନ୍ନ ସାମାଜିକ ଅନୁଷ୍ଠାନ, ସ୍ବେଛାସେବୀ ମାନଙ୍କ ସହ  ସାମନ୍ତରାୟ ଏକାଡେମୀ, ଆର୍ୟାନ ଗୁରୁକୂଳ ରେଶିଡେଣ୍ଟ ମହାବିଦ୍ୟାଳୟ, କେ.ସି. ପବ୍ଲିକ ସ୍କୁଲ, ସରକାରୀ ଆଇ ଟି ଆଈ ବ୍ରହ୍ମପୁର, ଗିରିରୋଡ ବାଳିକା ବିଦ୍ୟାଳୟ, ମହାମାୟୀ ମହିଳା ମହାବିଦ୍ୟାଳୟ, ଏସ ଏସ ଭି ଏମ ରାମହରିନଗର,ଖଲ୍ଲିକୋଟ ଏକକ ବିଶ୍ବିଦ୍ୟାଳୟ,ସେଣ୍ଟ ଜାଭିୟର୍ସ ସ୍କୁଲ, ସିଦ୍ଧ  ଭୈରବୀ  ହାୟର ସେକେଣ୍ଡାରୀ ସ୍କୁଲ, ବ୍ରହ୍ମପୁର ପୋଲିସ ବାହିନୀ  ଓ ସମ୍ ହସପିଟାଲ ନର୍ସିଂ ଷ୍ଟାଫ ର କର୍ମକର୍ତ୍ତା ସହ ସମସ୍ତ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ପ୍ରାୟ ୧୨୦୦ ଯୁବକ ଯୁବତୀ ଯୋଗଦେଇ ପଦଯାତ୍ରାରେ କର୍କଟ ରୋଗ ବିଷୟରେ ଲୋକମାନଙ୍କୁ ସଚେତନତା କରାଇଥିଲେ। ବ୍ରହ୍ମପୁର ସହର ପୋଲିସ କର୍ମଚାରୀ, ସମସ୍ତ ଗଣ ମାଧ୍ୟମ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ସମସ୍ତ ଉପସ୍ଥିତ ଶିକ୍ଷକ ଓ ସାମ୍ବାଦିକ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା।ଏହି ବିଶାଳ ସମାରୋହ କାର୍ଯ୍ୟକ୍ରମକୁ ସାମନ୍ତରାୟ ଏକାଡେମୀ ର ନିର୍ଦେଶକ ଦେବେଶ ସାମନ୍ତରାୟ ,କ୍ରାନ୍ତି ଅନୁଷ୍ଠାନର ଦେବରାଜ ରାଉତ, ନିର୍ମଳା ଦାଶ , ଅରୁଣ ପଟ୍ଟନାୟକ,ଚର୍ଚ୍ଚିକା ଦାଶ , ଚିନ୍ମୟାନନ୍ଦ ଦାଶ , ବି ସଂଜୟ ପାତ୍ର, ଲିଙ୍ଗରାଜ ପଟ୍ଟନାୟକ,  ପୂର୍ଣ୍ଣ ଚନ୍ଦ୍ର ସାହୁ ଓ   ସମ୍ ହସପିଟାଲ ର ସୁମନ ମିଶ୍ର , ଦିନେଶ ପଟ୍ଟନାୟକ ସହ ଅନ୍ୟାନ୍ୟ କର୍ମଚାରୀ,କ୍ରାନ୍ତି ଅନୁଷ୍ଠାନର ସମସ୍ତ ସଦସ୍ୟ ଉପସ୍ଥିତି ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ଶେଷରେ ଡ଼ଃ ଦେବାନନ୍ଦ ଦାଶ ସମସ୍ତଙ୍କୁ ସହଯୋଗ ପାଇଁ ହୃଦୟରୁ ଧନ୍ୟବାଦ ଦେଇଥିଲେ।

News Comment

You Might Also Like

BACK TO TOP