Breaking News

ପିଏମ ଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ କମିଟି ଓ ଅଭିଭାବକ ବୈଠକ |   (08-Aug-2026)       ||      ପିଏମ ଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ କମିଟି ଓ ଅଭିଭାବକ ବୈଠକ ||   (08-Aug-2026)       ||      ନବମ ଶ୍ରେଣୀ ଛାତ୍ରୀ କୋମଳ ନାୟକ ଇଂରାଜୀ ରେ ରଚନା କଲେ ତିନିଗୋଟି ପୁସ୍ତକ |    (08-Aug-2026)       ||      କଲ୍ୟାଣ ସିଂହ ପୁର ବିଡ଼ିଓ ଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ବଜେଡି ର ଉପଜିଲ୍ଲାପାଳ ଙ୍କୁ ଅଭିଯୋଗ ପତ୍ର ପ୍ରଦାନ |    (08-Aug-2026)       ||      ବିଶ୍ୱରେ ଚିନି ଶଙ୍କଟ , ଦର ଆକାଶ ଛୁଆଁ |    (08-Aug-2026)       ||      ରାଜନୀତି ବିଭାଗ ପକ୍ଷରୁ ନୂତନ ଅଧକ୍ଷ ଙ୍କୁ ସମ୍ବର୍ଦ୍ଧନା |    (07-Aug-2026)       ||      ସାନଟେମାରି ସରକାରୀ ଉଚ୍ଚ ବିଦ୍ୟାଳୟ ରୁ ପିଲା ଚାଲିଯିବା ଉପରେ ଜିଲ୍ଲପାଳ ଙ୍କ କଡା ଆଭିମୁଖ୍ୟ |   (07-Aug-2026)       ||      ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକଆକ୍ରମଣ |    (07-Aug-2026)       ||      ବ୍ରହ୍ମପୁର ମହାନଗର ନିଗମ ଅଫିସ ଆଗରେ ବକେୟା ବିଲ ପାଇବା ଦାବିରେ ଠିକାଦାର ମାନଙ୍କ ଧାରଣା |   (07-Aug-2026)       ||      ମାଇକ୍ରୋ ଫାଇନାନ୍ସ କମ୍ପାନୀ ବିରୁଦ୍ଧରେ କ୍ଷତିଗ୍ରସ୍ତ ଜମାକାରୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର |   (07-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ ରେ ପାଦେରୀ ପଡା ଓ ଶୁଣ୍ଡରୁ ମିଲା ଦଳ ବିଜୟୀ |   (07-Aug-2026)       ||      ଅଭିନେତ୍ରୀ ତ୍ରିଶା ଙ୍କୁ କଟୁ ଦିଅର୍ଥ ବୋଧକ ଶବ୍ଦ କହିବା ଉଦୟ ନିଧି ଷ୍ଟାଲିନ ଙ୍କୁ ମହିଳା ମାନେ କଲେ କଟୁ ସମାଲୋଚନା |   (07-Aug-2026)       ||      ନୁଆଁ ଖାଇ ପାଇଁ ବଲାଙ୍ଗୀର ଜିଲ୍ଳାରେ ଆରମ୍ଭ ହେଲା ଲଗ୍ନ ଦେଖା    (07-Aug-2026)       ||      ଜୁଆ ଖେଳ ଉପରେ ପୋଲିସ ର ଚଢ଼ାଉ 7 ଅଭିଯୁକ୍ତ ସହ, ଟଙ୍କା, ମୋବାଇଲ ଓ ବାଇକ ଜବତ ||   (07-Aug-2026)       ||      ଖଲ୍ଲିକୋଟ ପାଚିକା ସହାୟିକା ଙ୍କ ତାଲିମ ଶିବିର ଅନୁଷ୍ଠିତ!|    (07-Aug-2026)       ||      ଗୁଆଳି ପୁର ଗ୍ରାମର ଶତାୟୁ ବ୍ୟକ୍ତିଙ୍କ ପରଲୋକ |    (07-Aug-2026)       ||      ଜଣେ ଅଭିଯୁକ୍ତ ଅପିଲ କୁ ନେଇ ହାଇକୋର୍ଟ ଙ୍କ ଅଭିମୁଖ୍ୟ ନେଇ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମକୋର୍ଟ |    (07-Aug-2026)       ||      ଆର ଉଦୟଗିରି ପୋଲିସ ଦ୍ୱାରା 251 କେଜି ଗଂଜେଇ ସହ ଦୁଇ ଅଭିଯୁକ୍ତ ଗିରଫ |   (06-Aug-2026)       ||      ଦ୍ଇ ଜଣ ସନ୍ଦେହୀ ଯୁବକଙ୍କ ଠାରୁ ଦୁଇ ଦେଶୀ ପିସ୍ତଲ, ଗୁଳି ଓ ଅଭିଯୁକ୍ତ ଙ୍କୁ ଗିରଫ କଲା ବେଲଙ୍ଗା ପୋଲିସ |   (06-Aug-2026)       ||      ବାଲିପଦର ପୋଲିସ କୁ ବଡ଼ ସଫଳତା, ଦେଶୀ ବନ୍ଧୁକ କାରଖାନା ରୁ ସରଞ୍ଜାମ,ଦୁଇବନ୍ଧୁକଓ ଦୁଇବ୍ୟକ୍ତି ଗିରଫ |    (06-Aug-2026)       ||     

ଲୋକକଥା, ସଂସ୍କୃତି ଓ ଜନ ଜାତି ଗବେଷକ ଡକ୍ଟର ସୁରେନ୍ଦ୍ର ନାଥ ସାହୁ

26-Feb-2026

ଲୋକକଥା, ସଂସ୍କୃତି ଓ ଜନଜାତି ଗବେଷକ ଡକ୍ଟର ସୁରେନ୍ଦ୍ରନାଥ ସାହୁ

ପେଷା ଶିକ୍ଷକତା : ନିଶା ସାହିତ୍ୟ ସଂସ୍କୃତି ସୃଜନଶୀଳତା

ସୃଜନଶୀଳତା ହିଁ ସ୍ରଷ୍ଟାକୁ ଅଭିନବ ରୂପକାର ଭାବେ ରୂପାୟିତ କରିଥାଏ । "ଯଥାସ୍ମୈ ରୋଚତେ ବିଶ୍ୱ ତଥୈବ ପରିବର୍ତ୍ତତେ" ନ୍ୟାୟରେ କବି, ଲେଖକ ଓ ଗବେଷକର ପୃଥିବୀ ପରିଶୋଭିତ ହୋଇଥାଏ । ଆମ ରୀତିନୀତି ପରମ୍ପରା ସଂସ୍କୃତି ଜୀବନଧାରା କଥା କହିଲା ବେଳେ ସେସବୁକୁ ଆପଣାର ଲେଖା, ସନ୍ଦର୍ଭରେ ବାସ୍ତବ ସ୍ୱରୂପ ପ୍ରଦାନ କରିଥିବା ପ୍ରତିଭାଙ୍କ କଥା ଚେହେରା ମାନସପଟ୍ଟରେ ଉଦ୍ଭାସିତ ହୋଇଥାଏ । ସେଭଳି ଜଣେ କାଳଜୟୀ ରୂପକାର ହେଉଛନ୍ତି ସାହିତ୍ୟ, ସଂସ୍କୃତି ଓ ଗବେଷଣାରେ ପ୍ରବୀଣ ଜଣେ ନିରନ୍ତର ଶିଳ୍ପୀ ଡକ୍ଟର ସୁରେନ୍ଦ୍ରନାଥ ସାହୁ । କେବଳ ସେତିକି ନୁହେଁ ସେ ଜଣେ ସୁଦକ୍ଷ ଶିକ୍ଷକ ସମାଜସେବୀ ତଥା ପରିବେଶବିତ୍ ଭାବେ ମଧ୍ୟ ବେଶ୍ ଲୋକପ୍ରିୟତା ହାସଲ କରିପାରିଛନ୍ତି । 
    ଡକ୍ଟର ସାହୁଙ୍କ ଜନ୍ମ ତା ୨୮/୦୫/୧୯୭୩ ରିଖରେ ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଳକ ଗୋଲାମୁଣ୍ଡଳା ଗ୍ରାମରେ । ପିତା ତ୍ରିନାଥ ସାହୁଙ୍କ ଔରସରୁ ମାତା ଶ୍ରୀମତୀ ତୁଳସୀ ଦେବୀଙ୍କ କୋଳମଣ୍ଡନ କରି ନିଜ ଅଞ୍ଚଳ କାହିଁକି ସମଗ୍ର ରାଜ୍ୟ ତଥା ରାଜ୍ୟ ବାହାରେ ସ୍ୱନାମଧନ୍ୟ ପ୍ରତିଷ୍ଠିତ ହୋଇପାରିଛନ୍ତି । ସ୍ନାତକୋତ୍ତର ଶିକ୍ଷା, ବି.ଇଡି, ପିଏଚ.ଡ଼ି ସହିତ ରାଷ୍ଟ୍ରଭାଷା ଶାସ୍ତ୍ରୀ ଓ ପିଜିଡିସିଏରେ ସ୍ୱତନ୍ତ୍ର ଯୋଗ୍ୟତା ଅର୍ଜନ କରିଛନ୍ତି ।
    ବୃତ୍ତି ଶିକ୍ଷକତା ହେଲେ ହେଁ ପେଶାରେ ଜଣେ ସୁଲେଖକ । ବିଶେଷ କରି ଲୋକକଥା, ସଂସ୍କୃତି ଓ ଜନଜାତି ଗବେଷକ ରୂପେ ମଧ୍ୟ ନିଆରା ପରିଚୟ ଲାଭ କରିଛନ୍ତି । ସର୍ବପ୍ରଥମେ ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ବୁରୁସିଂ ପ୍ରାଥମିକ ବିଦ୍ୟାଳୟରେ ୧୯୯୭ ମସିହାରେ ଶିକ୍ଷକତା ଆରମ୍ଭ କରି ପରବର୍ତ୍ତୀ ମୁହୂର୍ତ୍ତରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗଙ୍ଗାପୁର ତତ୍ପରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ରୂପେ କବିସୂର୍ଯ୍ୟନଗର ବ୍ଳକରେ କାର୍ଯ୍ୟ ତୁଲାଇଥିଲେ । ସମ୍ପ୍ରତି କବିସୂର୍ଯ୍ୟନଗର ବ୍ଳକ ପିଠାପୁର ସ୍ଥିତ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ରୂପେ  କର୍ତ୍ତବ୍ୟ ସମ୍ପାଦନ କରିଆସୁଛନ୍ତି । ତାହାଙ୍କ ଦ୍ୱାରା ରଚିତ ପୁସ୍ତକ ମଧ୍ୟରେ ଲୋକ ସଂସ୍କୃତି ଗବେଷଣା ପରିଷଦ, ପୁରୀ ପକ୍ଷରୁ ପ୍ରକାଶିତ ଆମ ଲୋକବାଣୀର ସହ ଲେଖକ, ସାଥୀ ବୁକ୍ସ, କଟକ ତରଫରୁ ସଉରା ଲୋକକାହାଣୀ, ଇଙ୍କ୍ ଅଫ୍ ନଲେଜ୍, ଗୁଜୁରାଟ ପକ୍ଷରୁ ସଉରା ପ୍ରବନ୍ଧାବଳୀ, ସାଥୀ ବୁକ୍ସ, କଟକରୁ ସଉରା ଲୋକକଥା , ଏଥେନା ବୁକ୍ସ, ଭୁବନେଶ୍ୱରରୁ ଗଜପତିର ସଉରା ଜନଜାତି, ଲୋକ ସଂସ୍କୃତି ଗବେଷଣା ପରିଷଦ, ପୁରୀରୁ ଆମ ଲୋକକଥା, ଓଡ଼ିଶାର ଲୋକଭାଷା, ଆମ ଲୋକବିଶ୍ୱାସ ପୁସ୍ତକର ସହ ଲେଖକ, ପ୍ରଜ୍ଞା ପ୍ରକାଶନୀ, ପୁରୀରୁ ଓଡ଼ିଶାର ଲୋକଧର୍ମ, ଗଞ୍ଜାମର କବିତା ଘର ତରଫରୁ ଗଳ୍ପ ଗଞ୍ଜାମର ସହ ଲେଖକ ଆଦି ବହୁ ପୁସ୍ତକର ରଚୟିତା ଅଟନ୍ତି । ସମ୍ପାଦନା କ୍ଷେତ୍ରରେ ମଧ୍ୟ ସେ ଯଶସ୍ୱୀ ସମ୍ପାଦକ ଅଟନ୍ତି । ତାହାଙ୍କ ବଳିଷ୍ଠ ସମ୍ପାଦନାରେ ନିର୍ବାଚିତ ପ୍ରବନ୍ଧ, ଐତିହ୍ୟ ସମ୍ପନ୍ନ ଅଷ୍ଟଦୂର୍ଗ, ଶିକ୍ଷାର ଈଶ୍ୱର ଭୁବନେଶ୍ଵର ପ୍ରକାଶ ଲାଭ କରିଛି । ଆନ୍ତର୍ଜାତୀୟ ସ୍ତରରେ ଜଣେ ସୁଖ୍ୟାତି ସମ୍ପନ୍ନ ସମୀକ୍ଷକ ଭାବେ ଅନେକ ଲେଖା ପାଠକ ମହଲରେ ଆଦୃତି ଲାଭ କରିଛି । ଜାତୀୟ ଆନ୍ତର୍ଜାତୀୟ ପାଠଚକ୍ରରେ ଅଂଶଗ୍ରହଣ ସହିତ ପ୍ରବନ୍ଧ ଆଲୋଚନା କରି ସ୍ୱୀକୃତି ପାଇଛନ୍ତି । କେନ୍ଦ୍ର ସାହିତ୍ୟ ଏକାଡେମୀ, ଓଡ଼ିଶା ସାହିତ୍ୟ ଏକାଡେମୀ, ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ, ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ, କିସ୍ ବିଶ୍ୱବିଦ୍ୟାଳୟ, ଗୈ।ହାଟି ବିଶ୍ୱବିଦ୍ୟାଳୟ, ପଞ୍ଜାବ ବିଶ୍ୱ ବିଦ୍ୟାଳୟ, ଦିଲ୍ଲୀ ବିଶ୍ୱବିଦ୍ୟାଳୟ, ମିଜୋରାମ ବିଶ୍ୱ ବିଦ୍ୟାଳୟ ଆଦି ଅନୁଷ୍ଠାନରେ ସକ୍ରିୟ ଅଂଶଗ୍ରହଣ ତଥା ପ୍ରବନ୍ଧ ଉପସ୍ଥାପନ କରି ବହୁ ସମ୍ମାନର ଅଧିକାରୀ ହୋଇପାରିଛନ୍ତି । ଲବ୍ଧ ପ୍ରତିଷ୍ଠିତ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଅନେକ ଉପାଦେୟ ଗବେଷଣାତ୍ମକ ଲେଖା ସ୍ଥାନୀତ ହୋଇଅଛି । ତନ୍ମଧ୍ୟରେ କୋଣାର୍କ, ଉତ୍କଳ ପ୍ରସଙ୍ଗ, ବନଜା, ସପ୍ତର୍ଷି, ସତ୍ୟବାଦୀ, ସମଦୃଷ୍ଟି, ରେବତୀ, ଆକାଂକ୍ଷା, ସମୟର ଚକ୍ର, ଭାରତୀ, ଏଇ ସହକାର, ସିଦ୍ଧାନ୍ତ, ସୈ।ରଭ, ସ୍ମୃତି ସୁଧା, କେଦାର ଭାରତୀ, ଚନ୍ଦନ ଧାରା, କବିସୂର୍ଯ୍ୟ, ଗଜପତି ସ୍ମରଣିକା, ମାରଦା ସ୍ମରଣିକା, ଆର୍ଯ୍ୟଚିନ୍ତା ଆଦି ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଅଛି । ଏତଦବ୍ୟତୀତ ସମାଜ, ପ୍ରଜାବାର୍ତ୍ତା, ଆତ୍ମଜା, ନନ୍ଦିନୀ, ନିଃସର୍ତ୍ତ ଆଦି ଖବର କାଗଜରେ ବିଭିନ୍ନ ସମୟରେ ବହୁମୂଲ୍ୟ ଲେଖା ପ୍ରକାଶ ଲାଭ କରିଛି । ସାରସ୍ୱତ ସାଧନା ସମାଜ ନିମନ୍ତେ ସବିଶେଷ ଅବଦାନ ପାଇଁ ତାହାଙ୍କୁ `କବିସୂର୍ଯ୍ୟ ସଂସ୍କୃତି ସମ୍ମାନ`, ଆସିକା ସାଂସଦଙ୍କ ଠାରୁ `ଆଦର୍ଶ ଶିକ୍ଷକ ସମ୍ମାନ`, କବିସୂର୍ଯ୍ୟନଗର ବିଧାୟିକାଙ୍କ ଠାରୁ `ଆଦର୍ଶ ଶିକ୍ଷକ ସମ୍ମାନ`, କବିସୂର୍ଯ୍ୟନଗର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଠାରୁ `ଶ୍ରେଷ୍ଠ ଶିକ୍ଷକ ସମ୍ମାନ`, `ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର`, ଓସେପାରୁ `ସ୍ୱତନ୍ତ୍ର ସମ୍ମାନ`, ଉପଜିଲ୍ଲାପାଳ, ଗଂଜାମଙ୍କ ଠାରୁ `ଦକ୍ଷ ନିର୍ବାଚନ ପରିଦର୍ଶକ ସମ୍ମାନ`, ଓଡ଼ିଶା ସରକାରଙ୍କ ଠାରୁ `ସମ୍ବଳ ଶିକ୍ଷକ ସମ୍ମାନ`, ପିପୁଲସ ପ୍ରେସ ଟ୍ରଷ୍ଟ ପକ୍ଷରୁ `ପିପିଟି ସମ୍ମାନ`, ପାରଳାଖେମୁଣ୍ଡିରୁ `ସିଦ୍ଧାନ୍ତ ସମ୍ମାନ`, ୨୦୨୪ ବର୍ଷ ପାଇଁ ଓଡ଼ିଶା ସରକାରଙ୍କ ଠାରୁ `ପ୍ରକୃତି ବନ୍ଧୁ` ଏବଂ ଚଳିତ ବର୍ଷ ପାଇଁ `ପ୍ରକୃତି ମିତ୍ର` ସମ୍ମାନରେ ସମ୍ମାନିତ ହୋଇ ଅସୀମ ଗୈ।ରବର ଅଧିକାରୀ ହୋଇପାରିଛନ୍ତି । ତାହାଙ୍କ ଅଜସ୍ରସ୍ରାବୀ ଲେଖନୀରୁ ଆହୁରି ଅଧିକରୁ ଅଧିକ ସାରସ୍ୱତ ରଚନା, ଗବେଷଣାତ୍ମକ ସନ୍ଦର୍ଭ, ଆଲୋଚନା, ପ୍ରବନ୍ଧ ଆଦି ଅନନ୍ୟ ସୃଷ୍ଟି ଜନ୍ମ ନେଇ ସାହିତ୍ୟର ବାଣୀ ଭଣ୍ଡାରକୁ ପରିପୁଷ୍ଟ କରୁ, ପରିଶେଷରେ ଡକ୍ଟର ସୁରେନ୍ଦ୍ରନାଥ ସାହୁଙ୍କ ସୁସ୍ଥ ସୁନ୍ଦର ନିରାମୟ ଜୀବନ କାମନା ସହିତ ଉତ୍ତରୋତ୍ତର ଉନ୍ନତି କାମନା କରୁଛି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚରଣ କମଳରେ ।

ରିପୋର୍ଟ:-
ଡକ୍ଟର ଦ୍ବାରିକାନାଥ ମହାରଣା 
ଖଲ୍ଲିକୋଟ, ଗଂଜାମ 
ମୋ:-୯୬୬୮୩୦୦୬୨୫

News Comment

You Might Also Like

BACK TO TOP