Breaking News

କୋଦଳା ମହାବିଦ୍ୟାଳୟ ରେ ମାତୃ ଭାଷା ର ଐତିହ୍ୟ ସମ୍ପର୍କ ରେ ପାଠ ଚକ୍ର |    (12-Apr-2026)       ||      ବିଦ୍ୟୁତ ଆଘାତ ରେ ବିଦ୍ୟୁତ କର୍ମଚାରୀ ଙ୍କ ମୃତ୍ୟୁ |    (12-Apr-2026)       ||      ବେଲଘର ବନାଞ୍ଚଳ ରେ ପୁଣି ହାତି ଆତଙ୍କ ||   (12-Apr-2026)       ||      ଆଁଳାଇ ପୀଠ ରେ 24ତମ ମହାବୀର ଜୟନ୍ତୀ ବାର୍ଷିକ ବିଶ୍ଵଶାନ୍ତି ମହାଯଂଜ୍ଞ ଶୋଭାଯାତ୍ରା ରେ 100ରୁ ଉର୍ଦ୍ଧ ମାନସିକ ବ୍ରତ ଧାରୀ ସାମଲ ||   (12-Apr-2026)       ||      ଆଁଳାଇ ପୀଠ ରେ 24ତମ ମହାବୀର ଜୟନ୍ତୀ ବାର୍ଷିକ ବିଶ୍ଵଶାନ୍ତି ମହାଯଂଜ୍ଞ ଶୋଭାଯାତ୍ରା ରେ 100ରୁ ଉର୍ଦ୍ଧ ମାନସିକ ବ୍ରତ ଧାରୀ ସାମଲ ||   (12-Apr-2026)       ||      କ ନୂଆଙ୍ଗା ବ୍ଳକ ଶିକ୍ଷା ବିଭାଗ ଅଫିସିରେ 5ମାସ ହେଲା ବିଇଓ ପଦବୀ ଖାଲି ||   (12-Apr-2026)       ||      ଗୋଳନ୍ଥରା ଥାନା ପଞ୍ଚାମା ଅଞ୍ଚଳ ରେ ପାନ ବ୍ୟବସାୟୀ ଙ୍କୁ ନିର୍ମମ ହତ୍ୟା |   (12-Apr-2026)       ||      ଖଲ୍ଲିକୋଟ ନଗର କଂଗ୍ରେସ ସଭାପତି ହେଲେ ମନ ମଦନ ସାହୁ |   (11-Apr-2026)       ||      ବାଲିଗୁଡା ଆଦିବାସୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ +2ଅନ ଲାଇନ ଓ ଅଫଲାଇନ ମୂଲ୍ୟାୟନ କେନ୍ଦ୍ର ଅନୁଷ୍ଠିତ |    (11-Apr-2026)       ||      ଓଡ଼ିଆ ପକ୍ଷ ଉପଲକ୍ଷେ ରକ୍ତ ଦାନ ଶିବିର,   (11-Apr-2026)       ||      ବାର୍ଷିକ ବିବରଣୀ ପତ୍ର 2025-26ର ଅବଲୋକନ ଓ 2026-27ବର୍ଷ ପାଇଁ କାର୍ଯ୍ୟ ଯୋଜନା ପ୍ରସ୍ତୁତି କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ||   (10-Apr-2026)       ||      ପୋଲସରା ପୌର ପରିଷଦ ପକ୍ଷରୁ ଓଡ଼ିଆ ପକ୍ଷ ଅବସର ରେ କଳାକାର ମାନଙ୍କୁ ସମ୍ବର୍ଦ୍ଧନା ଅନୁଷ୍ଠିତ ||   (10-Apr-2026)       ||      ପଶ୍ଚିମ ଓଡ଼ିଶାର ସିନେକଳାକାର ମାନେ ତାରା ତାରିଣୀ ଙ୍କ ପୀଠରେ କଲେ ପୂଜାର୍ଚନା |   (09-Apr-2026)       ||      ଟିକାବାଲି ବ୍ଲକରେ ଲକ୍ଷାଧିକ ଟଙ୍କାରେ ନିର୍ମିତ ପାନୀୟ ଜଳ ପ୍ରକଳ୍ପ ଅଟକ |   (09-Apr-2026)       ||      ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମ ହତ୍ୟା ||   (07-Apr-2026)       ||      ନୂଆଗଡ ଗ୍ରାମରେ ଚୋରି ଘଟଣାରେ ସାତ ଜଣ ଗିରଫ ||   (07-Apr-2026)       ||      ରୁପା ବ୍ୟବସାୟୀ ଙ୍କଆକ୍ରମଣ କରି ତାଙ୍କଠାରୁ 7କେଜିର ରୁପା ବେଗ ଧରି ଛୁ ମାରିଲେ ଦୁଇ ଲୁଟେରା |    (06-Apr-2026)       ||      ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟ ର ମିଳିତ ଆନୁକୂଲ୍ୟରେ ଓଡ଼ିଆ ପକ୍ଷ -2026 ପାଳନ ||   (06-Apr-2026)       ||      ରକ୍ତ ଚାପ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର    (06-Apr-2026)       ||      କଳମ୍ବ ରେ ଦୁତୀୟ ପର୍ଯ୍ୟାୟ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଅନୁଷ୍ଠିତ |   (06-Apr-2026)       ||     

କଟକ ଜିଲ୍ଳାର ବିଭିନ୍ନ ସ୍ଥାନ ସହିତ ନରସିଂହ ପୁର ରେ ବିପୁଳ ପରିମାଣ ର ଅଫିମ ଗଛକୁ ନଷ୍ଟ କଲା ଅବକାରୀ ବିଭାଗ, |

26-Feb-2026

ନରସିଂହପୁର ରେ ପ୍ରାୟ 22 କୋଟି ର ଅଫିମ ଜବତ,

ଓଡିଶା ଜନ ମତ ବ୍ୟୁରୋ,

କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ଦେବଭୂଇଁ ପଞ୍ଚାୟତରଜୟଦାମୋଦର
ପୁରରେ  ବେଆଇନ ଭାବେ ଚାଷ ହୋଇଥିବା ବିପୁଳ ପରିମାଣ ର  ଅଫିମ ଚାଷ ନଷ୍ଟ କରିଥିଲା ଅବକାରୀ ବିଭାଗ ପ୍ରଥମ ଥର ପାଇଁ ଏତେ ପରିମାଣର ତଥା କେବଳ ନରସିଂହପୁର ରେ ନୁହେଁ ଏକା କଟକ ଜିଲ୍ଲାରେ ମଧ୍ୟ ପ୍ରଥମ, ଆନୁମାନିକ ପ୍ରାୟ 22 କୋଟି ଟଙ୍କାର ଅଫିମ ଚାଷ ନଷ୍ଟ କରିଛି ଅବକାରୀ ବିଭାଗ ଯଦିଓ ଏହି ଘଟଣା ରେ ଅବକାରୀ ବିଭାଗ 6 ଜଣ ଙ୍କୁ ଗିରଫ କରିଛି କିନ୍ତୁ ସେମାନେ ହେଉଛନ୍ତି ଶ୍ରମିକ ମୁଖ୍ୟ ଅଭିଯୁକ୍ତ ମାନେ ଏବେବି ଫେରାର ଅଛନ୍ତି, ଏହାର ଚେର କେନ୍ଦୁଝର ରୁ ଝାଡଖଣ୍ଡ  ପର୍ଯ୍ୟନ୍ତ ଲମ୍ବିଛି ବୋଲି ବିଶ୍ୱସ୍ତ ସୂତ୍ରରୁ  ସୂଚନା ମିଳିଛି।ସୂଚନା ରୁ ପ୍ରକାଶ ଯେ ନରସିଂହପୁର ବ୍ଲକ ଅନ୍ତର୍ଗତ ଦେବଭୂଇଁ ପଞ୍ଚାୟତ ର 
ଜୟଦାମୋଦରପୁର ରେ ଗତ 3 ମାସ ହେଲା  ନରସିଂହପୁର ରେ ପ୍ରଥମ ଥର ପାଇଁ ଏକ ଏକର ଜମିରେ 43 ହଜାର 750 ଅଫିମ ଗଛ ଚାଷ ହୋଇଥିଲା। ଆଉ ପ୍ରାୟ 15 ରୁ ଏକ ମାସ ମଧ୍ୟରେ ଅମଳ ହୋଇଥାନ୍ତା କିନ୍ତୁ ତା ପୂର୍ବରୁ  ଅବକାରୀ ବିଭାଗ ଖବର ପାଇ ଚଢ଼ାଉ କରି  ଅଫିମ ଚାଷ ହୋଇଥିବା 43 ହଜାର 750 ଗଛ ନଷ୍ଟ କରିଥିଲା।
ଯାହାର ଆନୁମାନିକ ମୂଲ୍ୟ 21 କୋଟି 87 ଲକ୍ଷ 50 ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ଯଦିଓ ଏହି ଘଟଣା ରେ ଅବକାରୀ ବିଭାଗ 6 ଜଣ ଙ୍କୁ ଗିରଫ କରିଛି ମାତ୍ର ସେମାନେ ଶ୍ରମିକ ବୋଲି ଜଣା ପଡିଛି। ମୁଖ୍ୟ ଅଭିଯୁକ୍ତ ମାନେ ଏବେବି ଫେରାର ଅଛନ୍ତି।ଏହାର ଚେର କେନ୍ଦୁଝର ରୁ ଝାଡଖଣ୍ଡ ପର୍ଯ୍ୟନ୍ତ ଲମ୍ବିଛି ବୋଲି ଅବକାରୀ ବିଭାଗ ତଦନ୍ତ ରୁ ଜାଣି ପାରିଛି। ଝାଡାଖଣ୍ଡ ଆଉ କେନ୍ଦୁଝର ର କିଛି ମାଫିଆ ଏହି ଚାଷ କରିଥିବା ଜଣାପଡିଛି। ସେମାନେ ପ୍ରଥମ ଥର ପାଇଁ ନରସିଂହପୁର ରେ ବେଆଇନ ଅଫିମ ଚାଷ କରିଥିଲେ। ପ୍ରାୟ 3 ରୁ 4 ମାସ ହେବ ଏହି ଚାଷ ଚାଲିଥିଲା।ଆଉ ପ୍ରାୟ 10 ରୁ 30 ଦିନ ମଧ୍ୟରେ ଫସଲ ଅମଳ ହୋଇଥାନ୍ତା। କିନ୍ତୁ ତା ପୂର୍ବରୁ ଅବକାରୀ ବିଭାଗ ଏହାକୁ ନଷ୍ଟ କରି ଦେଇଛି। ଅବକାରୀ ବିଭାଗ କୁ ଯଦିଓ ମିଳିଛି ଏକ ବଡ଼ ସଫଳତା କିନ୍ତୁ ମୁଖ୍ୟ ଅଭିଯୁକ୍ତ ଏବେବି ଫେରାର ଅଛନ୍ତି।ଏନେଇ ନରସିଂହପୁର ଅବକାରୀ ବିଭାଗ ଭାରପ୍ରାପ୍ତ ଅଧିକାରୀ ତଥା ଏ, ଏସ,ଆଇ  ସୋମ୍ୟ ରଞ୍ଜନ ବେହେରା ଙ୍କୁ ପଚାରିବାରୁ ଅବକାରୀ ଅଧିକ୍ଷକ କରୁଣାକର ତିୱାରୀ ଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନ ରେ ଏହି ଚଢ଼ାଉ ହୋଇଥିଲା। ଏହା କଟକ ଜିଲ୍ଲାରେ ପ୍ରଥମ ଥର ପାଇଁ ଏତେ ପରିମାଣର ବେଆଇନ ଅଫିମ ଚାଷ ହେଉଥିଲା ଆଉ କିଛି ଦିନ ପରେ ଅମଳ ହୋଇଥାନ୍ତା କିନ୍ତୁ ତା ପୂର୍ବରୁ ଅବକାରୀ ବିଭାଗ ଏହାକୁ ନଷ୍ଟ କରିଛି। ଏହି ଘଟଣା ରେ ଆମେ 6 ଜଣଙ୍କୁ ଗିରଫ କରିଛୁ ଏହି ଘଟଣା ରେ ସମ୍ପୃକ୍ତ ତଥା ମୁଖ୍ୟ ଅଭିଯୁକ୍ତ ମାନେ ଖୁବ ଶୀଘ୍ର ଗିରଫ ହେବେ, 
କେଉଁଝର ଓ ଝାଡଖଣ୍ଡ ର କିଛି ବେପାରୀ ଏହି ଚାଷର ମୁଖ୍ୟ ଅଭିଯୁକ୍ତ ବୋଲି ପ୍ରାଥମିକ ତଦନ୍ତ ରୁ ଜଣାପଡିଛି,ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଅବକାରୀ ଅଧିକାରୀ ଶ୍ରୀ ବେହେରା କହିଛନ୍ତି। ପ୍ରକାଶ ଯେ ଅଫିମ ଗଛର ମଞ୍ଜି ବା କେଶରରୁ ପୋସ୍ତ ହେଉଥିବା ବେଳେ ଏହାର ରସ ବା ଅଠା  ରୁ ଅଫିମ, ଓ ଫଳ ଚୋପାରୁ ଫଳଗୁଣ୍ଡ ପ୍ରସ୍ତୁତ ହୋଇଥାଏ। ଯାହାକୁ ଚଢା ଦରରେ ବିକ୍ରି କରାଯାଏ, ଏହା ବିଶେଷ କରି ଜଳବାୟୁ ଅନୁକୂଳ ସ୍ଥାନ ଜଙ୍ଗଲ ରେ ଚାଷ ହୋଇଥାଏ। ନରସିଂହପୁର ରେ ପ୍ରଥମ ଥର ପାଇଁ ଏହି ଚାଷ ହେବା ସହ ବିପୁଳ ପରିମାଣର ଅଫିମ ଚାଷ ନଷ୍ଟ ହେବା କେବଳ ନରସିଂହପୁର ନୁହେଁ ଏହା କଟକ ଜିଲ୍ଲାରେ ପ୍ରଥମ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି। ଯାହାକି ନରସିଂହପୁର ବାସୀ ଙ୍କୁ ଏହି ଘଟଣା ସ୍ତବ୍ଧ କରିଛି, ଅବକାରୀ ବିଭାଗ ପକ୍ଷରୁ ଏହି ଘଟଣା ର ମୁଖ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ସହ ଏହି ଘଟଣାର ସମ୍ପୂର୍ଣ୍ଣ ପର୍ଦାଫାଶ କରିବା ପାଇଁ ଦାବୀ ହେଉଛି।

News Comment

You Might Also Like

BACK TO TOP