Breaking News

କୋଦଳା ମହାବିଦ୍ୟାଳୟ ରେ ମାତୃ ଭାଷା ର ଐତିହ୍ୟ ସମ୍ପର୍କ ରେ ପାଠ ଚକ୍ର |    (12-Apr-2026)       ||      ବିଦ୍ୟୁତ ଆଘାତ ରେ ବିଦ୍ୟୁତ କର୍ମଚାରୀ ଙ୍କ ମୃତ୍ୟୁ |    (12-Apr-2026)       ||      ବେଲଘର ବନାଞ୍ଚଳ ରେ ପୁଣି ହାତି ଆତଙ୍କ ||   (12-Apr-2026)       ||      ଆଁଳାଇ ପୀଠ ରେ 24ତମ ମହାବୀର ଜୟନ୍ତୀ ବାର୍ଷିକ ବିଶ୍ଵଶାନ୍ତି ମହାଯଂଜ୍ଞ ଶୋଭାଯାତ୍ରା ରେ 100ରୁ ଉର୍ଦ୍ଧ ମାନସିକ ବ୍ରତ ଧାରୀ ସାମଲ ||   (12-Apr-2026)       ||      ଆଁଳାଇ ପୀଠ ରେ 24ତମ ମହାବୀର ଜୟନ୍ତୀ ବାର୍ଷିକ ବିଶ୍ଵଶାନ୍ତି ମହାଯଂଜ୍ଞ ଶୋଭାଯାତ୍ରା ରେ 100ରୁ ଉର୍ଦ୍ଧ ମାନସିକ ବ୍ରତ ଧାରୀ ସାମଲ ||   (12-Apr-2026)       ||      କ ନୂଆଙ୍ଗା ବ୍ଳକ ଶିକ୍ଷା ବିଭାଗ ଅଫିସିରେ 5ମାସ ହେଲା ବିଇଓ ପଦବୀ ଖାଲି ||   (12-Apr-2026)       ||      ଗୋଳନ୍ଥରା ଥାନା ପଞ୍ଚାମା ଅଞ୍ଚଳ ରେ ପାନ ବ୍ୟବସାୟୀ ଙ୍କୁ ନିର୍ମମ ହତ୍ୟା |   (12-Apr-2026)       ||      ଖଲ୍ଲିକୋଟ ନଗର କଂଗ୍ରେସ ସଭାପତି ହେଲେ ମନ ମଦନ ସାହୁ |   (11-Apr-2026)       ||      ବାଲିଗୁଡା ଆଦିବାସୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ +2ଅନ ଲାଇନ ଓ ଅଫଲାଇନ ମୂଲ୍ୟାୟନ କେନ୍ଦ୍ର ଅନୁଷ୍ଠିତ |    (11-Apr-2026)       ||      ଓଡ଼ିଆ ପକ୍ଷ ଉପଲକ୍ଷେ ରକ୍ତ ଦାନ ଶିବିର,   (11-Apr-2026)       ||      ବାର୍ଷିକ ବିବରଣୀ ପତ୍ର 2025-26ର ଅବଲୋକନ ଓ 2026-27ବର୍ଷ ପାଇଁ କାର୍ଯ୍ୟ ଯୋଜନା ପ୍ରସ୍ତୁତି କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ||   (10-Apr-2026)       ||      ପୋଲସରା ପୌର ପରିଷଦ ପକ୍ଷରୁ ଓଡ଼ିଆ ପକ୍ଷ ଅବସର ରେ କଳାକାର ମାନଙ୍କୁ ସମ୍ବର୍ଦ୍ଧନା ଅନୁଷ୍ଠିତ ||   (10-Apr-2026)       ||      ପଶ୍ଚିମ ଓଡ଼ିଶାର ସିନେକଳାକାର ମାନେ ତାରା ତାରିଣୀ ଙ୍କ ପୀଠରେ କଲେ ପୂଜାର୍ଚନା |   (09-Apr-2026)       ||      ଟିକାବାଲି ବ୍ଲକରେ ଲକ୍ଷାଧିକ ଟଙ୍କାରେ ନିର୍ମିତ ପାନୀୟ ଜଳ ପ୍ରକଳ୍ପ ଅଟକ |   (09-Apr-2026)       ||      ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମ ହତ୍ୟା ||   (07-Apr-2026)       ||      ନୂଆଗଡ ଗ୍ରାମରେ ଚୋରି ଘଟଣାରେ ସାତ ଜଣ ଗିରଫ ||   (07-Apr-2026)       ||      ରୁପା ବ୍ୟବସାୟୀ ଙ୍କଆକ୍ରମଣ କରି ତାଙ୍କଠାରୁ 7କେଜିର ରୁପା ବେଗ ଧରି ଛୁ ମାରିଲେ ଦୁଇ ଲୁଟେରା |    (06-Apr-2026)       ||      ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟ ର ମିଳିତ ଆନୁକୂଲ୍ୟରେ ଓଡ଼ିଆ ପକ୍ଷ -2026 ପାଳନ ||   (06-Apr-2026)       ||      ରକ୍ତ ଚାପ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର    (06-Apr-2026)       ||      କଳମ୍ବ ରେ ଦୁତୀୟ ପର୍ଯ୍ୟାୟ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଅନୁଷ୍ଠିତ |   (06-Apr-2026)       ||     

ଖଲ୍ଲିକୋଟ, ଡ଼ି ଆଇ ଇ ଟି ପକ୍ଷରୁ ବିଜ୍ଞାନ ଦିବସ-- 2026 ଆୟୋଜିତ |

28-Feb-2026

ଡି. ଆଇ. ଇ. ଟି. ପକ୍ଷରୁ 
​ବିଜ୍ଞାନ ଦିବସ – ୨୦୨୬ ଆୟୋଜିତ,

 ଓଡିଶା ଜନ ମତ ବ୍ୟୁରୋ 

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଗଞ୍ଜାମ, ଖଲ୍ଲିକୋଟ ତରଫରୁ ଜାତୀୟ ବିଜ୍ଞାନ ଦିବସ ଆନନ୍ଦ ଉଲ୍ଲାସର ସହିତ ପାଳନ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ତଥା ବିଶିଷ୍ଟ ଶିକ୍ଷାବିତ୍ ଡ. ସନ୍ତୋଷ କୁମାର ପରିଡ଼ା ଆନୁଷ୍ଠାନିକ  ଭାବେ ଉତ୍ସବକୁ ଶୁଭ ଉଦଘାଟନ କରିଥିଲେ । ସେ ଜାତୀୟ ବିଜ୍ଞାନ ଦିବସ ପାଳନର ମହତ୍ ଉଦ୍ଦେଶ୍ୟ ଜ୍ଞାପନ କରି ବିଜ୍ଞାନର ଭୂମିକା ଶିକ୍ଷା କ୍ଷେତ୍ରରେ ଏକ ନୂତନ ଦିଗନ୍ତ ପ୍ରଦାନରେ ବେଶ୍ ସହାୟକ ବୋଲି ମତବ୍ୟକ୍ତ କରିଥିଲେ । ବିଜ୍ଞାନର ମହତ୍ତ୍ଵ, ନବଜିଜ୍ଞାସା, ଶିକ୍ଷାର ଉନ୍ନତି ଏବଂ ମହିଳାଙ୍କର ବିଜ୍ଞାନ କ୍ଷେତ୍ରରେ ଅବଦାନକୁ ଉଜ୍ଜୀବିତ କରିବାକୁ ପ୍ରାଧାନ୍ୟ ଦେଇଥିଲେ । ଏହି ଅବସରରେ ଛାତ୍ର ଛାତ୍ରୀମାନଙ୍କୁ ବିଜ୍ଞାନ ପ୍ରତି ଆଗ୍ରହସୃଷ୍ଟି ସହିତ ସୃଜନାତ୍ମକ ଚିନ୍ତାଧାରାକୁ ପ୍ରୋତ୍ସାହିତ କରିବା ଗୁରୁତ୍ଵପୂର୍ଣ୍ଣ ଥିଲା ।
​ଏହି ଉତ୍ସବର ମୁଖ୍ୟ ଅତିଥି ଭାବେ ଜୀବ ବିଜ୍ଞାନୀ, ବୈଜ୍ଞାନିକ ଡ. ଦେବୀ ଶଙ୍କର ସୁମନ (Scientist–E, Estuarine Biology Regional Centre, Zoological Survey of India) ଯୋଗଦେଇ ବିଜ୍ଞାନର ଅବଦାନ ଆମ ବିଶ୍ଵ ପାଇଁ ଏକାନ୍ତ ଆବଶ୍ୟକ ବୋଲି ପ୍ରତିପାଦିତ କରିଥିଲେ । "ବିଜ୍ଞାନ କେବଳ ଗବେଷଣା ନୁହେଁ, ଏହା ଜୀବନର ପ୍ରତିଟି ଦିଗକୁ ପ୍ରଭାବିତ କରିଥାଏ । ମହିଳାମାନେ ବିଜ୍ଞାନରେ ସକ୍ରିୟ ଭୂମିକା ନେବାରେ ସାହାଯ୍ୟ ଓ ପ୍ରାଧାନ୍ୟ ଦେବା ଆବଶ୍ୟକ ।" ସେ ମଶା ମାନଙ୍କ ଉପରେ ଏକ ବିସ୍ତୃତ ଆଲୋଚନା କରିଥିଲେ ଏବଂ ଏହା ସମାଜକୁ ଏକ ନୂତନ ଦିଗନ୍ତ ଦେବାରେ ବେଶ୍ ସାହାଯ୍ୟ କରିବ ବୋଲି ମନ୍ତବ୍ୟ ରଖିଥିଲେ । ଏତଦବ୍ୟତୀତ ସମ୍ମାନିତ ଅତିଥି ଭାବେ ଉଦ୍ଭିଦ ବିଜ୍ଞାନୀ ତଥା ଦିଗପହଣ୍ଡି, ବ୍ଲକ ଶିକ୍ଷା ଅଧିକାରୀ, ଡ. ଶଙ୍କର ନାରାୟଣ ବେଜ ଉପସ୍ଥିତ ରହି ବିଜ୍ଞାନର ସଦୁପଯୋଗ ଉପରେ ଆଲୋଚନା କରିଥିଲେ । ବୟସ୍କ ମାନଙ୍କର ଜୀବନ ଏବଂ ତହିଁରେ ଆମ ସମାଜର ଦାୟିତ୍ଵ କେମିତି ହେବା ଉଚିତ୍ ସେ ସମ୍ପର୍କରେ ଭିଡିଓ ଦେଖାଇ ତାଙ୍କର ଅଭିବ୍ୟକ୍ତି ପ୍ରଦାନ କରିଥିଲେ ।
​ଏହି ଉତ୍ସବରେ ବରିଷ୍ଠ ଶିକ୍ଷକ ପ୍ରଶିକ୍ଷିକା ଡ. ନୀହାରିକା ସାମନ୍ତରାୟ, ସଂଯୋଜନା କରିଥିବା ବେଳେ ମଞ୍ଚ ପରିଚାଳନା କରୁଥିଲେ ଶିକ୍ଷକ ପ୍ରଶିକ୍ଷକ ନବୀନ କୁମାର ପ୍ରମାଣିକ ଓ ଜିତେନ୍ଦ୍ର କୁମାର ପଣ୍ଡା । ଅନୁଷ୍ଠାନର ଗୁରୁ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଏକ ସୁନ୍ଦର ସ୍ଵାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା । ଏହି ଉତ୍ସବରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ପ୍ରକାରର ପ୍ରକଳ୍ପ କାର୍ଯ୍ୟ ଓ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରି ପ୍ରଦର୍ଶନ କରିଥିଲେ ଯାହା ଅତିଥି ମାନଙ୍କ ଦ୍ଵାରା ବେଶ୍ ପ୍ରଶଂସିତ ହୋଇଥିଲା । ଏହା ବ୍ୟତୀତ ୱାଲ୍ ମାଗାଜିନ୍ ପ୍ରଦର୍ଶନୀ ମଧ୍ୟ ବିଶେଷ ଆକର୍ଷଣୀୟ ଥିଲା । ଏହି ପ୍ରଦର୍ଶନୀ ଦ୍ଵାରା ଛାତ୍ରଛାତ୍ରୀମାନେ ବିଜ୍ଞାନ ସମ୍ବନ୍ଧିତ ନିଜର ଗବେଷଣା, ଆବିଷ୍କାର ଓ ସୃଜନଶୀଳ କାର୍ଯ୍ୟ ପ୍ରଦର୍ଶନ କରିପାରିଥିଲେ । ଏଥିରେ ଶିକ୍ଷକ ପ୍ରଶିକ୍ଷିକା ଜୟନ୍ତୀ ବେହେରା, ଅନୁପମା ଦାସ, ଗୁରୁ ଛାତ୍ରଛାତ୍ରୀ ପ୍ରଜ୍ଞା ପରମିତା ପ୍ରଧାନ, ବିଷ୍ଣୁ ପ୍ରସାଦ, କୈଳାସ ଚନ୍ଦ୍ର ପୂଜାରୀ, ବର୍ଷା କୁମାରୀ ରଣା, ବିଷ୍ଣୁପ୍ରିୟା ପ୍ରିୟଦର୍ଶିନୀ, ଅପରାଜିତା ପଣ୍ଡା, ଚନ୍ଦନ କୁମାର ଗୌଡ଼, ଗାୟତ୍ରୀ ବୁଦ୍ଧବଳ ପ୍ରଭୃତି ସ୍ଵଳ୍ପ ଛାତ୍ରଛାତ୍ରୀ ନିଜର ଦକ୍ଷତାକୁ ପ୍ରତିପାଦନ କରିଥିଲେ ।
​ଉତ୍ସବରେ ସେଲ୍ଫି ପଏଣ୍ଟ ଏକ ମୁଖ୍ୟ ଆକର୍ଷଣ ଥିଲା ବୋଲି ଅତିଥିମାନେ ବକ୍ତବ୍ୟ ପ୍ରଦାନ କରିଥିଲେ । ଶିକ୍ଷକ ପ୍ରଶିକ୍ଷକ ମୁକ୍ତି କାନ୍ତ ବେହେରା, ଗୁରୁ ଛାତ୍ରଛାତ୍ରୀ ପୂଜା ପରିମିତା, ଚନ୍ଦନ କୁମାର ଗୌଡ଼, ଗାୟତ୍ରୀ ଭୁଜବଳ, ଶୁଭ୍ରାଂଶୁ ଶେଖର ବେହେରା ପ୍ରଭୃତି ନିଜର ହାତର ଯାଦୁକରୀ ସ୍ପର୍ଶରେ ତିଆରି କରିଥିଲେ । ଏହି ଅବସରରେ ଅନୁଷ୍ଠାନର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ବିଷ୍ଣୁ ନାରାୟଣ ଜେନା, ବରିଷ୍ଠ ଶିକ୍ଷକ ପ୍ରଶିକ୍ଷିକା ପ୍ରଜ୍ଞା ପାରମିତା, ଶିକ୍ଷକ ପ୍ରଶିକ୍ଷିକା ଲିପି ଶ୍ରୀ ଦେବୀ, ଜୟନ୍ତ୍ରୀ ବେହେରା, ଶିକ୍ଷକ ପ୍ରଶିକ୍ଷକ ମୁକ୍ତି କାନ୍ତ ବେହେରା, ସୁକୁଲେଇ ଟୁଡୁ, ଶିକ୍ଷକ ପ୍ରଶିକ୍ଷିକା ଗାୟତ୍ରୀ ସ୍ୱାଇଁ, ଅନୁପମା ଦାସ, ସେକ୍ସନ ଅଫିସର ପ୍ରବେଶ କୁମାର ପଟ୍ଟନାୟକ, ଆଇ. ସି. ଟି. ପ୍ରଶିକ୍ଷକ ମନୋରଞ୍ଜନ ବାରିକ୍, କନିଷ୍ଠ ଆସିଷ୍ଟାଣ୍ଟ ଆଶିଷ ରଞ୍ଜନ ସେଠୀ, ନିରୁପମା ପ୍ରଧାନ, ସୁକାନ୍ତି ସେଠୀ, ଜୟଶଙ୍କର ଗୌଡ଼ ଏବଂ ଅନୁଷ୍ଠାନର ସମସ୍ତ ସ୍ଵଳ୍ପ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ଶେଷରେ ଉତ୍ସବର ସଂଯୋଜକ ଡ. ନୀହାରିକା ସାମନ୍ତରାୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ-
ଡକ୍ଟର ଦ୍ବାରିକାନାଥ ମହାରଣା 
ଖଲ୍ଲିକୋଟ, ଗଂଜାମ

News Comment

You Might Also Like

BACK TO TOP