Breaking News

ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||      ଝାଡବାଇ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ||   (05-Oct-2026)       ||      ଗରଦ ପୁର ମଧୁବାବୁ ପାଠାଗାର ରେ କବିବର ରାଧାନାଥ ଜୟନ୍ତୀ ପାଳିତ ||   (05-Oct-2026)       ||      ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ୍ବ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ |   (05-Oct-2026)       ||      ବରଗଡ଼ ଜିଲ୍ଲା ରେ ଜିଲ୍ଲପାଳ ଙ୍କ ନିର୍ଦ୍ଧେଶ ରେ ବାଦ ପଡ଼ିଥିବା ଓ ନୂତନ ଯୁବ ଭୋଟର ଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ||   (04-Oct-2026)       ||      ବ୍ରହ୍ମପୁର ନିମଖଣ୍ଡି ଥାନା ଅଞ୍ଚଳ ରେ ବନ୍ଧୁର ଆକ୍ରମଣ ରେ ବନ୍ଧୁର ମୃତ୍ୟୁ |    (04-Oct-2026)       ||      ପୋଲମା ବିଦ୍ୟାଳୟ ଛାତ୍ର ସୁଶାନ୍ତ ଙ୍କୁ ଜାତୀୟ ଥ୍ରୋ- ବଲରେ ସ୍ଵର୍ଣ ପଦକ |   (04-Oct-2026)       ||      ଆଲିଜିନିଗୁଡା ଆମ୍ବ ତୋଟା ରେ ବିଜେଡିର ବିଶାଳ ମିଶ୍ରଣ ପର୍ବ |   (04-Oct-2026)       ||     

ମହଙ୍ଗା ଦରରେ ଛାନିଆ ରାୟଗଡା ବାସୀ, ଅଣ୍ଡା ପିଆଜ ସହ ଆକାଶ ଛୁଆଁ ପନିପରିବା ||

25-Jul-2026

ଅଣ୍ଡା, ପିଆଜ ସହ ପନିପରିବା ଦର ଆକାଶଛୁଆଁ; ମହଙ୍ଗା ମାଡ଼ରେ ଛାନିଆ ରାୟଗଡ଼ାବାସୀ
( ଦୈନିକ ମଜୁରିଆଙ୍କ ପାଇଁ ରୋଷେଇ ଚଳାଇବା କଷ୍ଟକର, ବଜାରରେ ପରିବା ଯୋଗାଣ କମ୍ ଥିବାରୁ ବଢ଼ୁଛି ଦର |

ଓଡିଶା ଜନମତ ରାୟଗଡା ୨୬/୭,

କାମେଶ୍ୱର କରକରିଆ : -----

ରାୟଗଡ଼ା ଜିଲ୍ଲାରେ ଗତ କିଛି ଦିନ ମଧ୍ୟରେ ଅଣ୍ଡା, ପିଆଜ ଓ ପନିପରିବାର ଦର ଅସ୍ୱାଭାବିକ ଭାବେ ବୃଦ୍ଧି ପାଇଥିବାରୁ ସାଧାରଣ ଖାଉଟି, ବିଶେଷକରି ଦୈନିକ ମଜୁରିଆ ଓ ନିମ୍ନ ଆୟ ବର୍ଗର ପରିବାର ଗଭୀର ଚିନ୍ତାରେ ପଡ଼ିଛନ୍ତି। ସପ୍ତାହକ ମଧ୍ୟରେ କେତେକ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଦର ପ୍ରାୟ ଦୁଇଗୁଣା ବଢ଼ିଯାଇଥିବା ଅଭିଯୋଗ ହେଉଛି। ବଜାରରେ ପରିବାର ଯୋଗାଣ ଚାହିଦା ତୁଳନାରେ କମ୍ ଥିବାରୁ ଅଧିକାଂଶ ପନିପରିବାର ଦର ବେଶ ବଢ଼ିଛି। ବର୍ତ୍ତମାନ କାଙ୍କଡ଼ କିଲୋ ପ୍ରତି ପ୍ରାୟ ୨୫୦ ଟଙ୍କା, ଭେଣ୍ଡି ୧୨୦ ଟଙ୍କା, ପୋଟଳ ୮୦ ଟଙ୍କା, କଲରା ଓ ବାଇଗଣ ୬୦ ଟଙ୍କା, ରସୁଣ ୧୫୦ ଟଙ୍କା, ସାଧାରଣ ଅଦା ୨୫୦ ଟଙ୍କା ଏବଂ ଦେଶୀ ଅଦା ୩୦୦ ଟଙ୍କା କିଲୋ ପିଛା ବିକ୍ରି ହେଉଥିବା ଜଣାପଡ଼ିଛି। ସେହିପରି ପିଆଜର ଦର କିଲୋ ପ୍ରତି ୨୦ ଟଙ୍କାରୁ ବଢ଼ି ୪୦ ଟଙ୍କାରେ ପହଞ୍ଚିଥିବା ବେଳେ ଅଣ୍ଡା ପ୍ରତିଟି ୯ ଟଙ୍କାରେ ବିକ୍ରି ହେଉଛି। ଦୈନିକ ପ୍ରାୟ ୨୫୦ ଟଙ୍କା ମଜୁରି ପାଉଥିବା ଶ୍ରମିକମାନଙ୍କ ପାଇଁ ଏଭଳି ଦରବୃଦ୍ଧି ଘରୋଇ ବଜେଟକୁ ପ୍ରଭାବିତ କରିଛି। ପୂର୍ବରୁ ୫୦୦ ଟଙ୍କାରେ ଏକ ବ୍ୟାଗ୍ ଭର୍ତ୍ତି ପରିବା କିଣି ଘରକୁ ନେଇଯାଉଥିବା ପରିବାରମାନେ ବର୍ତ୍ତମାନ ୧,୦୦୦ ଟଙ୍କା ଖର୍ଚ୍ଚ କରିଲେ ମଧ୍ୟ ପୂର୍ବ ପରି ପରିମାଣର ସାମଗ୍ରୀ କିଣିପାରୁନଥିବା କହୁଛନ୍ତି।ଖାଉଟିମାନଙ୍କ କହିବା ଅନୁସାରେ, ଦରବୃଦ୍ଧି ଯୋଗୁଁ ରୋଷେଇ ଖର୍ଚ୍ଚ ଅନେକ ବଢ଼ିଯାଇଛି। ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଦର ନିୟନ୍ତ୍ରଣ ଓ ବଜାରରେ ପର୍ଯ୍ୟାପ୍ତ ପରିମାଣରେ ପନିପରିବା ଯୋଗାଣ ସୁନିଶ୍ଚିତ କରିବାକୁ ସେମାନେ ପ୍ରଶାସନଙ୍କ ହସ୍ତକ୍ଷେପ ଦାବି କରିଛନ୍ତି।

News Comment

You Might Also Like

BACK TO TOP