Breaking News

ପୁରୀ ଶ୍ରୀମନ୍ଦିର ଏବଂ ଅନ୍ୟାନ୍ୟ ମଠ, ମନ୍ଦିର ରେ ଆରମ୍ଭ ହେଲା ଝୁଲଣ ଯାତ୍ରା |    (23-Aug-2026)       ||      ଲଗାଣ ବର୍ଷାରେ ଭାଙ୍ଗିଗଲା ଘର ଅଳ୍ପ କେ ବର୍ତ୍ତିଲେ ଦୁଇ ପରିବାର ||   (23-Aug-2026)       ||      ଶତାୟୁ ମହିଳା ଶକୁନ୍ତଳା ପରଲୋକ ରେ |   (23-Aug-2026)       ||      ପୋଲସରା ଗୋଷ୍ଟି ସ୍ଵାସ୍ତ୍ୟ କେନ୍ଦ୍ର ରେ ସୁଭଦ୍ରା କାଫେ ଉଦଘାଟନ!|    (23-Aug-2026)       ||      ଗଞ୍ଜାମରେ ନବେଦିନ ପାଇଁ ଧାରା 30 ଲାଗୁହେଲା, ଅଗଷ୍ଟ 16ରୁ ନଭେମ୍ବର 13 ପର୍ଯ୍ୟନ୍ତ |   (23-Aug-2026)       ||      ଅଭିନେତା ଗୋବିନ୍ଦଙ୍କ ଜାତକ କୁଣ୍ଡଳୀରେ ଦ୍ୱତୀୟ ବିବାହ କରିବାକୁ ଅଛି କହିଲେ |    (23-Aug-2026)       ||      ଲଗାଣ ଲଘୁଚାପ ବର୍ଷାରେ ଭାଙ୍ଗିଗଲା ଘର ||   (23-Aug-2026)       ||      ଥାନା ଏସ ଆଈଙ୍କ ବିବାହ ପ୍ରତିଶୃତି ଦେଇ କଲେ ପ୍ରତାରଣା |   (23-Aug-2026)       ||      ଚିନିର ଅହେତୁକ ମୂଲ୍ୟ ବୃଦ୍ଧି ଖାଉଟିଓ ବ୍ୟବସାୟୀ ଙ୍କ ପାଈଁ ଚିନ୍ତା ପାଲଟିଛି |    (23-Aug-2026)       ||      କନ୍ଧମାଳ ପିଡି ଓ କୋଟଗଡ଼ ବିଡ଼ିଓ ଦୁର୍ଗମ ଅଞ୍ଚଳ ବୁଲି ଲୋକଙ୍କ ସମସ୍ୟା ବୁଝିଲେ |   (23-Aug-2026)       ||      ବାଲିଗୁଡା ପୋଲିସ ଦ୍ୱାରା ବ୍ରାଉନ ସୁଗାର, ଗଞ୍ଜେଇ ସହ ଅଭିଯୁକ୍ତ ଗିରଫ |    (23-Aug-2026)       ||      ରାୟଗଡା ବନ ବିଭାଗ ର ଚଢ଼ାଉ ଯୋଗୁଁ 3ଲକ୍ଷ ଟଙ୍କାର କାଠ ସହ 3ଜଣଙ୍କୁ ଗିରଫ |    (23-Aug-2026)       ||      ବସ ବାଇକ ମୁହାଁମୁହିଁ ଧକ୍କାରେ ତିନି ଗୁରୁତର |   (23-Aug-2026)       ||      ଗଣେଶ ପୂଜା କୁ ଆସୁଛି ହରର ଓଡ଼ିଆସିନେମା " ଦାହନ " |    (22-Aug-2026)       ||      ଭଞ୍ଜନଗର ଉତ୍ତର ଘୁମୁସର ବନ ଖଣ୍ଡ ରେ ଦୁଇଟି ବାଘ ଛୁଆ ରାସ୍ତା ପାରହେଉଥିବା ଦୃଶ୍ୟ |    (22-Aug-2026)       ||      ଅନ୍ଧବିଶ୍ୱାସ ର କରୁଣ ପରିଣତି , ଧନ ପ୍ରାପ୍ତି ପାଇଁ ଘରେ ଦେଇଥିଲେ ନର ବଳି |   (22-Aug-2026)       ||      ଜଗନ୍ନାଥ ପ୍ରସାଦ ରାସ୍ତାରେ ଦୁଇ ବାଘ ଛୁଆ ଦେଖିବାକୁ ମିଳୁଛି |    (22-Aug-2026)       ||      ଗାନ୍ଧୀ ସ୍କୁଲ ଅଫ ଇଞ୍ଜିନିୟରିଙ୍ଗ ର 19ତମ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ||   (22-Aug-2026)       ||      କୃତିତ୍ୱ ଦେଖାଇଲେ ଖଲ୍ଲିକୋଟ, ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ରେ ଛାତ୍ର ଛାତ୍ରୀ ମାନେ |    (22-Aug-2026)       ||      କାଲିମେଘି ପଞ୍ଚାୟତ ରେ ଶବଗୃହ ନଥିବାରୁ ଅସୁବିଧା ଭୋଗୁଛନ୍ତି ପଞ୍ଚାୟତ ବାସୀ |   (22-Aug-2026)       ||     

ବରଗଡ଼ ଧନୁ ଯାତ୍ରା ରେ ମହାରାଜ କଂସ ଙ୍କ ଦରବାର ରେ ଓଡିଶା ମୁଖ୍ୟମନ୍ତ୍ରୀ |

14-Jan-2025

ଧନୁପାଲି କଂସ ଦରବାରରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ, 

              ଓଡିଶା ଜନମତ ବ୍ୟୁରୋ , 

ବରଗଡ 13/01 : ବରଗଡ଼ର ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ | ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଧନୁଯାତ୍ରା ପାଇଁ ମଥୁରାନଗରୀ (ବରଗଡ଼)ର ମୁଖ୍ୟ ରାସ୍ତାରେ ହାତୀ ଉପରେ ବସି ମୁଖ୍ୟ ମଞ୍ଚକୁ ଯିବା ସମୟରେ
ଜନସାଧାରଣଙ୍କୁ ଅଭିବାଦନ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ହାତୀ ଉପରେ ବସିଥିବାର ବିରଳ ଦୃଶ୍ୟ ଜନସାଧାରଣଙ୍କ ଉତ୍ସାହକୁଦ୍ଵିଗୁଣିତକରିଦେଇଛି। ମୁଖ୍ୟମନ୍ତ୍ରୀ ମଧ୍ୟ ଏଠାରେ ଦର୍ଶକଙ୍କୁ ନିରାଶ କରି ନାହାନ୍ତି। ସେ ହାତ ହଲାଇ, ନମସ୍କାର କରିବା ସହ ଦର୍ଶକଙ୍କୁ ଅଭିବାଦନ ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ସହ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ନିହାର ମହାନନ୍ଦ, ସନତ ଶଗତିଆ, ଇରାଶିଷ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ । କଂସ ଦରବାରକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ଏକାଧିକ ବଡ଼ ଘୋଷଣା କରିଛନ୍ତି। ବରଗଡ଼ ଧନୁଯାତ୍ରା ଅନୁଦାନ ୧ କୋଟି ଟଙ୍କାକୁ ବୃଦ୍ଧି ନେଇଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ପୂର୍ବରୁ ଅନୁଦାନ ରାଶି ୧୦ ଲକ୍ଷ ଟଙ୍କା ଥିଲା, ଏହାକୁ ୧ କୋଟି ଟଙ୍କାକୁ ବୃଦ୍ଧି ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହିତ ଯାତ୍ରାରେ ଅଂଶ ଗ୍ରହଣ କରୁଥିବା ସମସ୍ତ ୧୭୦ ଜଣ କଳାକାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସମ୍ମାନ ରାଶି ଦିଆଯିବବୋଲିମଧ୍ୟମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସେହିଭଳି ବରଗଡ଼ ସହରରେ ଚିତ୍ତାକର୍ଷକ ସ୍ଥାୟୀ ରାଜମହଲ ନିର୍ମାଣହେବବୋଲିମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ୧୨ କୋଟି ୮୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବ ରାଜମହଲ ।
ଜିରା ନଦୀରେ ୮୦ କୋଟି ଟଙ୍କା ବ୍ୟୟରେ ଆନିକଟ୍ ନିର୍ମାଣ ହେବ ଏବଂ ବରଗଡ଼ କେନାଲର ସୌନ୍ଦର୍ଯ୍ୟକରଣ ପାଇଁ ୩୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ମୁଖ୍ୟମନ୍ତ୍ରୀ ମଂଚରୁ ଘୋଷଣା କରିଛନ୍ତି। ତେଣେ ଆଜି ହେଉଛି ଯାତ୍ରାର ଦଶମ ଦିନ। ଧନୁଯାତ୍ରାରେ ସାମିଲ ହେବାକୁ ଆସିଥିବା କୃଷ୍ଣ-ବଳରାମ ମଥୁରା ନଗରୀ ପରିଭ୍ରମଣ କରୁଛନ୍ତି। ଏହି
ଅବସରର ସୁଦାମା, ମାଳି ଓ ରଜକଙ୍କ ସହ ସାକ୍ଷାତ ଦୃଶ୍ୟ ମଧ୍ଯ ଅନୁଷ୍ଠିତ ହୋଇଛି। ସେପଟେ ମଥୁରା ନଗରୀରେ କୃଷ୍ଣ-ବଳରାମଙ୍କ ହତ୍ୟା ପାଇଁ ଯୋଜନା ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି କଂସ ମହାରାଜ। ଆସନ୍ତାକାଲି କଂସ ବଦ୍ଧ ସହ ଏହି ମହା ନାଟକରେ ପଡ଼ିବ ମହା ଯବନିକା। ଏଠାରେ କହି ଦେଉକି, ଦୀର୍ଘ ବର୍ଷର ବ୍ୟବଧାନ ପରେ ବରଗଡ଼ ର ଧନୁ ଯାତ୍ରାରେ ଦର୍ଶ କମାନେ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ପାଇଛନ୍ତି। ପୂର୍ବରୁ ମୁଖ୍ୟମନ୍ତ୍ରୀ ଏହି ପ୍ରସିଦ୍ଧ ଯାତ୍ରାରେ ସାମିଲ ହେବା ପାଇଁ ନିଜେ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ବରଗଡ଼ ଧନୁଯାତ୍ରା କମିଟିମହଲରେ ଖୁସି ର ଲହରି ଦେଖାଯାଇ ଥିଲା। ଏହାର କାରଣ ହେଲା ଦୀର୍ଘ ୨୪ ବର୍ଷର ବ୍ୟବଧାନ ପରେ ମୁଖ୍ୟମନ୍ତ୍ରୀ ଧନୁ ଯାତ୍ରାରେ ଯୋଗଦେଇଛନ୍ତି । ବରଗଡ଼ ଧନୁଯାତ୍ରାରେ ଏହା ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୨ ରେ ଯୋଗ ଦେଇଥିଲେ। ସେହିପରି ୧୯୯୩ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓ ୧୯୭୦ରେ ରାଜେନ୍ଦ୍ର ନାରାୟଣ ସିଂହ ଦେଓ ବରଗଡ଼ ଧନୁଯାତ୍ରାରେ ଯୋଗ ଦେଇଥିଲେ।

News Comment

You Might Also Like

BACK TO TOP