Breaking News

ଜିରୋ ରନ ରେ କେବେବି ଆଉଟ ହୋଇ ନଥିବା ଜଣେ କ୍ରିକେଟିଏର |   (21-Aug-2026)       ||      କନ୍ୟାରୀ ବାଡ଼ିରେ ବେସାହାରା ହୋଇଥିବା ଚାରି କୁନି ଛୁଆଙ୍କୁ ସାହାଯ୍ୟ କଲେ ବିଧାୟକ ପ୍ରତାପ ନାୟକ |    (21-Aug-2026)       ||      ସାଧାରଣ ଲୋକଙ୍କ ପାଈଁ ନାହିଁ ଶ୍ମଶାନ କୁ ରାସ୍ତା , ଶବସଂସ୍କାର ପାଈଁ ହଟ ହଟା |   (21-Aug-2026)       ||      ଜୁଆ ଆଡ୍ଡା ଉପରେ ପୋଲିସ ର ଚଢ଼ାଉ ବାଇକ, ଟଙ୍କା ସହ 7ଜଣ ଗିରଫ |    (21-Aug-2026)       ||      ତପ୍ତପାଣି ଉଷ୍ଣ ପଶ୍ରବଣ ପରିଦର୍ଶନ କରି କନ୍ଧୁଣୀ ଦେବୀଙ୍କ ଉନ୍ନୟନ ବୁଲି ଦେଖିଲେ ବିଧାନ ସଭା ଗୃହ କମିଟି |   (21-Aug-2026)       ||      ବେଗୁନିଆପଡା ବ୍ଲକରେ ସାମାଜିକ ସୁରକ୍ଷା ଜନ ଶୁଣାଣୀ ଅନୁଷ୍ଠିତ |   (21-Aug-2026)       ||      ବସ ସହିତ ବୁଲେଟ ମୁହାଁମୁହିଁ ଧକ୍କାରେ ଯୁବକ ମୃତ |    (21-Aug-2026)       ||      ବ୍ରହ୍ମପୁର ରେ ତିନି ଦିନିଆ ରାଜ୍ୟ ସ୍ତରୀୟ ଲୋକନାଟକ ମହୋତ୍ସବ ଉଦଯାପିତ |    (21-Aug-2026)       ||      ଭଲ ପାଇ ଧୋକା ଦେଲା ପ୍ରେମିକ, ଥାନାରେ ମାମଲା ରୁଜୁ |    (21-Aug-2026)       ||      ହିଞ୍ଜିଳି କାଟୁ ବିଜ୍ଞାନ ମହା ବିଦ୍ୟାଳୟ କୁ ଏକକ ବିଶ୍ୱ ବିଦ୍ୟାଳୟ ମାନ୍ୟତା ଦେବାକୁ ଦାବି |    (21-Aug-2026)       ||      ବେଗୁନିଆପଡା ବ୍ଲକର 49 ଅଙ୍ଗନବାଡି କେନ୍ଦ୍ରର ନାହିଁ ନିଜସ୍ୱ ଗୃହ |    (21-Aug-2026)       ||      ପୁରୁଷୋତ୍ତମପୁର ରେ ଉଦଯାପିତ ହେଲା ତିନିଦିନ ଧରି ଚାଲିଥିବା ଲକ୍ଷପତି ଦିଦି କାର୍ଯ୍ୟକ୍ରମ ||   (21-Aug-2026)       ||      ବିଧାନ ସଭା ଗୃହ କମିଟି ଅଧକ୍ଷ ଓ ସଦସ୍ୟ ମାନେ ମା ତାରା ତାରିଣୀ ଙ୍କୁ ଦର୍ଶନ କଲେ ||   (21-Aug-2026)       ||      ବିଭିନ୍ନ ଅସୁବିଧା ନେଇ ବିଡ଼ିଓ ଙ୍କୁ ଦାବିପତ୍ର ଦେଲେ ମଠ ବରିଡା ଗ୍ରାମବାସୀ |   (20-Aug-2026)       ||      ବିଭିନ୍ନ ସମସ୍ୟା ନେଇ କୃଷକ ସଂଘର ଜିଲ୍ଲା ପାଳ ଙ୍କୁ ଦାବିପତ୍ର |    (20-Aug-2026)       ||      ସୁନା ଲୁଟ କରିବାକୁ ଆସି ଭୁଜାଲିରେ ପରିବାର ଙ୍କୁ ଆକ୍ରମଣ |    (20-Aug-2026)       ||      ବଟି ମାଗିବାକୁ ନେଇ ବିଜେପି ନାରୀ ନେତ୍ରୀଙ୍କ ବିରୁଦ୍ଧରେ ଥାନା ରେ ଅଭିଯୋଗ |   (20-Aug-2026)       ||      ଯୋଗ୍ୟ ହିତାଧିକାରୀ ଆବାସ ଯୋଜନା ରୁ ବଞ୍ଚିତ ହୋଇ ପାଲଥିନ ତଳେ ଜୀବନ ବିତାଉଛନ୍ତି |    (20-Aug-2026)       ||      ଦାରା ସିଂହ ଙ୍କ କେଶ ରେ ସରକାର ଙ୍କ ଉପରେ ବର୍ଷିଲେ ସୁପ୍ରିମ କୋର୍ଟ ||   (20-Aug-2026)       ||      ଦାରା ସିଂହ ଙ୍କ ଶୁଣାଣୀ ଉପରେ ସରକାର ଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମ କୋର୍ଟ |    (20-Aug-2026)       ||     

ସମଲ ସରକାରୀ ଉର୍ନିତ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ||

26-Jan-2025

ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ସମଲର ବାର୍ଷିକ ଉତ୍ସବ ଅନୁଷ୍ଠିତ,କୁନି ଝିଅର ନୃତ୍ୟରେ ନାଚିଲେ ମହିଳା ସରପଞ୍ଚ,

ଓଡିଶା ଜନମତ,  ଖଲ୍ଲିକୋଟ, ମାଧବ ବେହେରା, ତା 26/01/: 
ଖଲ୍ଲିକୋଟ ବ୍ଲକ୍ ଅନ୍ତର୍ଗତ କନକା କ୍ଲଷ୍ଟରର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ସମଲ ପକ୍ଷରୁ ବାର୍ଷିକ ଉତ୍ସବ ତଥା ପୁରସ୍କାର ବିତରଣ ଉତ୍ସବ ଆନୁଷ୍ଠାନିକ ରୀତିରେ ଅନୁଷ୍ଠିତ ହୋଇଯାଇଛି । କନକା କ୍ଲଷ୍ଟରର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଡକ୍ଟର ଦ୍ବାରିକାନାଥ ମହାରଣା ରିବନ କାଟି ବାର୍ଷିକ ଉତ୍ସବର ଶୁଭ ଉଦଘାଟନ କରିଥିଲେ । ସର୍ବପ୍ରଥମେ ବିଦ୍ୟାଳୟର ସହକାରୀ ଶିକ୍ଷକ ତ୍ରିନାଥ ସ୍ୱାଇଁ ଅତିଥିମାନଙ୍କୁ ମଞ୍ଚକୁ ସ୍ୱାଗତ କରିଥିଲେ । ଅତିଥିମାନେ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ଦୀପ ମନ୍ତ୍ର ଶ୍ଳୋକ ଗାନ କରାଯାଇଥିଲା । ଅନୁଷ୍ଠାନର ଛାତ୍ରୀମାନେ ଅତିଥିମାନଙ୍କୁ ଫୁଲତୋଡ଼ା ପ୍ରଦାନ କରି ସ୍ୱାଗତ କରିଥିଲେ । ବିଦ୍ୟାଳୟର ଛାତ୍ରୀମାନେ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ । ସହକାରୀ ଶିକ୍ଷକ ଆଶିଷକାନ୍ତ ପାଢ଼ୀ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରମୋଦା କୁମାରୀ ପାଟ୍ଟଶାଣୀ ଆୟୋଜିତ ଉତ୍ସବରେ ଅଧ୍ୟକ୍ଷତା କରିଥିବାବେଳେ କନକା ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ରେଖା ଜାଲି ମୁଖ୍ୟ ଅତିଥି, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ତଥା ଯୁବ ସାହିତ୍ୟିକ ଡକ୍ଟର ଦ୍ବାରିକାନାଥ ମହାରଣା ମୁଖ୍ୟବକ୍ତା, ପ୍ରାକ୍ତନ ପ୍ରଧାନ ଶିକ୍ଷକ ତଥା ଶିକ୍ଷାବିତ୍ କୃଷ୍ଣଚନ୍ଦ୍ର ବେହେରା ସ୍ୱତନ୍ତ୍ର ଅତିଥି, କଞ୍ଚଣା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପବିତ୍ର ବେହେରା  ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ସାର୍ବଜନୀନ ପ୍ରାଥମିକ ଶିକ୍ଷାର ଗୁରୁତ୍ଵ , ଜାତୀୟ ଶିକ୍ଷାନୀତି ଆଧାରରେ ଶିକ୍ଷା , ଶିକ୍ଷାର୍ଥୀଙ୍କ ସାମଗ୍ରିକ ବିକାଶ , ଚରିତ୍ର ଗଠନମୂଳକ ଶିକ୍ଷାର ଆବଶ୍ୟକତା ଆଦି ବହୁବିଧ ଦିଗ ସମ୍ପର୍କରେ ଅତିଥିମାନେ ନିଜ ନିଜର ବକ୍ତବ୍ୟରେ ଉପସ୍ଥାପନ କରିଥିଲେ ।  ବିଦ୍ୟାଳୟର ସହକାରୀ ଶିକ୍ଷକ ତ୍ରିନାଥ ସ୍ୱାଇଁ, ନିରଞ୍ଜନ ଜାଲି, ସୁଶାନ୍ତ କୁମାର ପଲେଇ , ତପନ କୁମାର ଗୈାଡ , ଦୀପକ କୁମାର ସେଠୀ, ଆଶିଷ କାନ୍ତ ପାଢ଼ୀ, ବୁଲୁ ପ୍ରଧାନଙ୍କ ସମେତ ସହକାରୀ ଶିକ୍ଷୟିତ୍ରୀ ସୋନାଲି ପାହାନ୍ତା ସିଂ, ଆରାଧନା ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ମାନପତ୍ର ସହିତ ସିଲ୍ ପ୍ରଦାନ କରିଥିଲେ । ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ନାଚଗୀତ, ମନଛୁଆଁ ଅଭିନୟ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଅନୁଷ୍ଠାନର ଜଣେ କୁନି ନୃତ୍ୟଶିଳ୍ପୀଙ୍କ ରଙ୍ଗାରଙ୍ଗ ନୃତ୍ୟ ସମବେତ ଦର୍ଶକ, ଅତିଥିଙ୍କୁ ମନ୍ତ୍ରମୁଗ୍ଧ କରିଥିଲାବେଳେ ଉତ୍ସବରେ ଉପସ୍ଥିତ ସରପଞ୍ଚ ମାଡାମ ବିଭୋର ହୋଇ ନୃତ୍ୟରେ ସାମିଲ୍ ହେବା ଦୃଶ୍ୟ ସମସ୍ତଙ୍କୁ ଚକିତ କରିଥିଲା । ଉତ୍ସବରେ ବହୁ ଗ୍ରାମବାସୀ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ ।

News Comment

You Might Also Like

BACK TO TOP