Breaking News

U P S C ରେ 16ନଂ ରେଙ୍କରେ କମାଲ କଲେ ଦାରିଙ୍ଗିବାଡ଼ି ଝିଅ ମୋଲାଲିସା ସାହୁ |   (21-Oct-2026)       ||      ଜନ ଆନ୍ଦୋଳନ କାରି ଯୁବ ନେତାଙ୍କ ଗିରଫକୁ ତୀବ୍ର ନିନ୍ଦା |   (21-Oct-2026)       ||      ଖୋର୍ଦ୍ଧା ବଡି ଜୋନ ପକ୍ଷରୁ 22ତମ ରାବଣ ପୋଡି ଉତ୍ସବ ଅନୁଷ୍ଠିତ |   (21-Oct-2026)       ||      ଖୋର୍ଦ୍ଧା ତୋଟା ପଡା ଶିଶୁଆ ହତ୍ୟା କାଣ୍ଡ ର 48ଘଣ୍ଟା ମଧ୍ୟରେ ଫର୍ଦ୍ଦା ଫାଶ କଲା ପୋଲିସ |   (21-Oct-2026)       ||      ଦୁଇ କିମି ରାସ୍ତାରେ 26,ଗୋଟି ହମ୍ପସ ଦୁର୍ଘଟଣା ବଢୁଛି, ପ୍ରତିକାର ଦାବି |   (21-Oct-2026)       ||      ଦଶହରା ରେ ଖମ୍ବ ସ୍ଥାପନ, ତିନି ମାସପରେ ମା ମଙ୍ଗଳା ଙ୍କ ଯାତ୍ରା |   (21-Oct-2026)       ||      ରଣ ଝାଲୀ ରୋଡ଼ ନିକଟରେ ଅଟୋ ଧକ୍କାରେ ବାଇକ ଓ ସ୍କୁଟି ମୁହାଁମୁହିଁ ଧକ୍କା |   (19-Oct-2026)       ||      ତନ୍ତ୍ର ପୀଠ ଦକ୍ଷିଣ କାଳୀଙ୍କ ସରିଲା ଷୋଡଶ ଉପଚାର ପୂଜା ||   (19-Oct-2026)       ||      ଖଲ୍ଲିକୋଟ ବାଡ଼ ଯାତ୍ରାକୁ ପୁରିଲା 75 ବର୍ଷ, ଧୁମ, ଧାମ ରେ ପାଳନ ହେଉଛି ସାହି ଯାତ୍ରା |   (19-Oct-2026)       ||      ଝରକା ସଂରକ୍ଷିତ ଜଙ୍ଗଲରୁ ଶାଳ କାଠ ବୋଝେଇ ପିକପ ଭେନ ଜବତ, 3ଅଟକ ||   (19-Oct-2026)       ||      ଦୟାନିଧି ପୁର ଶାସନ ରେ ଥିବା କନକ ଦୁର୍ଗା ମହା ଗୌରୀ ବେଶ ରେ ଦର୍ଶନ ଦେଲେ |    (19-Oct-2026)       ||      ମା ତାରା ତାରିଣୀ ଙ୍କ ପୀଠରେ ସରିଲା ଷୋଡଶ ଦିନ ପୂଜା, ଆଜି ମହାକାଳୀ ବେଶରେ ଦର୍ଶନ ଦେବେ ମାଆ |   (19-Oct-2026)       ||      ତାରା ତାରିଣୀ ଙ୍କ ପୀଠରେ ଚାଲିଥିବା ଷୋଡଶ ଦିନାତ୍ମକ ପୂଜା ଶେଷ |    (19-Oct-2026)       ||      ନିଜ ଗାଁ କୁ ଫେରିଲା ମୃତ ଦେହ ଦାଦନ ଖଟିବାକୁ ଯାଇ ଶବ ହୋଈ ଫେରିଲେ |   (18-Oct-2026)       ||      ଖଲ୍ଲିକୋଟ ବ୍ଳକ କଂଗ୍ରେସ ର କର୍ମକର୍ତ୍ତା ଓ ନେତୃତ୍ୱ ମଣ୍ଡଳୀ ଙ୍କ ସମୀକ୍ଷା ବୈଠକ ||   (18-Oct-2026)       ||      କହ୍ନେଇ ପୁର ଠାରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହାତ୍ସବ "ସୁରଭି -26`ଅନୁଷ୍ଠିତ |   (18-Oct-2026)       ||      ଖଲ୍ଲିକୋଟ ମାର୍ଦରାଜ ବଂଶର ପ୍ରତିଷ୍ଠିତ ଦେବୀ ମା ବହୁତି ଙ୍କ ପୀଠରେ ନବରାତ୍ରି ମହୋତ୍ସବ |   (18-Oct-2026)       ||      ଟ୍ରାଫିକ ସମସ୍ୟା ର ସମାଧାନ ପାଈଁ ପଦ୍ମପୁର ରେ ପୋଲିସ ଓ ଓକିଲ ସଙ୍ଘର ଆଲୋଚନା |   (18-Oct-2026)       ||      ରାୟଗଡା ଜିଲ୍ଲା 326ନଂ ଜାତୀୟ ରାଜପଥ ଗୁମ୍ମା ଘାଟିରେ ଭୟଙ୍କର ସଡ଼କ ଦୁର୍ଘଟଣା |   (17-Oct-2026)       ||      ଦୁର୍ଗାପୂଜା ପାଇଁ ଉତ୍ସବ ମୁଖର ଓ ଚଳ ଚଞ୍ଚଳ କଲ୍ୟାଣସିଂହ ପୁର ସହର |    (17-Oct-2026)       ||     

ଖଲ୍ଲିକୋଟ ଶିଶୁ ବିଦ୍ୟା ମନ୍ଦିର ରେ ଆଚାର୍ଯ୍ୟ, ଆଚାର୍ଯ୍ୟା ପ୍ରଶକ୍ଷିଣ ଶିବିର ଆୟୋଜନ ||

28-Sep-2025

ଖଲ୍ଲିକୋଟ: ସାମୂହିକ ଆଚାର୍ଯ୍ୟା/ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିର ଆୟୋଜିତ

        ଓଡିଶା ଜନ ମତ ବ୍ୟୁରୋ,

ଭାରତୀୟ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ, ଭୁବନେଶ୍ୱରଙ୍କ ମାର୍ଗ ଦର୍ଶନରେ ପରିଚାଳିତ ଶିଶୁ ବିକାଶ ବିଦ୍ୟା ମନ୍ଦିର, ଖଲ୍ଲିକୋଟ ଠାରେ ହ ଗତ ତା ୨୭/୦୯/୨୫ ରିଖରେ ସାମୂହିକ ଆଚାର୍ଯ୍ୟା/ଆଚାର୍ଯ୍ୟ ପ୍ରଶିକ୍ଷଣ (ଦକ୍ଷିଣ ସମ୍ଭାଗ) ଶିବିର ଆନୁଷ୍ଠାନିକ ରୀତିରେ ଅନୁଷ୍ଠିତ ହୋଇ ଆଜି ଅର୍ଥାତ୍ ତା ୨୮/୦୯/୨୫ ରିଖରେ ଉଦଯାପିତ ହୋଇଯାଇଛି । ଖଲ୍ଲିକୋଟ ବ୍ଲକ୍ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରବିନାରାୟଣ ସେଠୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶୁଭ ଉଦ୍ଘାଟନ କରିଥିଲା ବେଳେ ସାବିଳିଆ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ରବୀନ୍ଦ୍ର କୁମାର ନାୟକ, ଅବସରପ୍ରାପ୍ତ ଶିକ୍ଷକ ତଥା କୈରାଶି ବିଦ୍ୟା ମନ୍ଦିରର ସମ୍ପାଦକ ମେଘନାଦ ମହାରଣା, ଅବସରପ୍ରାପ୍ତ ପ୍ରଧାନ ଆଚାର୍ଯ୍ୟ ତଥା ପ୍ରାନ୍ତ ପ୍ରଶିକ୍ଷକ ଗୋପବନ୍ଧୁ ସାହୁ, ଆଇତି ପୁର ବିଦ୍ୟା ମନ୍ଦିରର ସମ୍ପାଦକ ରୋହିତ କୁମାର ସ୍ୱାଇଁ, କନକା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ତଥା ଯୁବ ସାହିତ୍ୟିକ ଡକ୍ଟର ଦ୍ବାରିକାନାଥ ମହାରଣା ପ୍ରମୁଖ ଉଦ୍ଘାଟନୀ ଉତ୍ସବରେ ସମ୍ମାନୀତ ଅତିଥି ରୂପେ ଯୋଗଦେଇ ଆଚାର୍ଯ୍ୟ/ଆଚାର୍ଯ୍ୟାଙ୍କ ଶୈକ୍ଷିକ, ବୈ।ଦ୍ଧିକ, ମାନସିକ ବିକାଶରେ ସ୍ୱତନ୍ତ୍ର ପ୍ରଶିକ୍ଷଣର ଆବଶ୍ୟକତା, ଶିଶୁ ଉପଯୋଗୀ ଶିକ୍ଷାଦାନ ପ୍ରକ୍ରିୟା, ଶ୍ରେଣୀ ଗୃହରେ ଅଭିନବ ଶିକ୍ଷଣ କଳା କୈ।ଶଳର ପ୍ରୟୋଗ, ନାଚଗୀତ, ଅଭିନୟ, ଗଳ୍ପ କଥନ ଆଦି ମାଧ୍ୟମରେ ଶିଶୁଙ୍କ ଶିକ୍ଷା ସହଜ ସରଳ ହୋଇପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଅନୁଷ୍ଠାନର ସମ୍ପାଦକ ଭାଗିରଥି ସ୍ୱାଇଁ, ପ୍ରଧାନ ଆଚାର୍ଯ୍ୟା ଅନୁସୂୟା ମହାରଣା କାର୍ଯ୍ୟକ୍ରମର ପରିଚାଳନା ଦାୟିତ୍ଵ ସମ୍ପାଦନ କରିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମର ବଳିଷ୍ଠ ସଂଯୋଜନା କରିଥିଲେ ଭୂଷଣ୍ଡପୁର ସମ୍ପାଦକ ରମେଶ କୁମାର ବେହେରା । ତାହାପରେ ପ୍ରଶିକ୍ଷଣ କେନ୍ଦ୍ରରେ ଭାଷା, ଗଣିତ, ଇଂରାଜୀ ଆଦି ବିଷୟ ଭିତ୍ତିକ ଦୁଇ ଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ସମ୍ବଳ ପ୍ରଶିକ୍ଷକ ମହେଶ୍ୱର ସାହୁ, ଗୋପବନ୍ଧୁ ସାହୁ, ରମେଶ କୁମାର ବେହେରା, ଡକ୍ଟର ଦ୍ବାରିକାନାଥ ମହାରଣା ପ୍ରମୁଖ ଶିବିରରେ ସୂଚାରୁରୂପେ ଆଚାର୍ଯ୍ୟା/ଆଚାର୍ଯ୍ୟଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଉଦଯାପନୀ ଉତ୍ସବରେ ଭାରତୀୟ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନର ରାଜ୍ୟ ସମ୍ପାଦକ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇ ନିରନ୍ତର ପ୍ରଶିକ୍ଷଣର ପ୍ରୟୋଜନତା, ଲବ୍ଧ ଜ୍ଞାନକୁ କିଭଳି ଶିକ୍ଷାର୍ଥୀଙ୍କ ମଧ୍ୟରେ ବିତରଣ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ ।  ଆୟୋଜିତ ଉତ୍ସବରେ ଆଚାର୍ଯ୍ୟ/ ଆଚାର୍ଯ୍ୟାମାନେ ଦ୍ୱିଦିବସୀୟ ପ୍ରଶିକ୍ଷଣ ଶିବିରରେ ଗ୍ରହଣ କରିଥିବା ଅନୁଭୂତିକୁ ସର୍ବ ସମ୍ମୁଖରେ ପ୍ରକାଶ କରିଥିଲେ । ପରିଶେଷରେ ବନ୍ଦେ ମାତରଂ ସମୂହ ଗାନ ପରେ କାର୍ଯ୍ୟକ୍ରମର ପରିସମାପ୍ତି ଘଟିଥିଲା ।

News Comment

You Might Also Like

BACK TO TOP