Breaking News

ବାଲିଗୁଡା ବ୍ଲକ ଓଏହାର ସମସ୍ତ ଶୈବ ପୀଠରେ ଶ୍ରାବଣ ଦ୍ୱତୀୟ ସୋମବାର ରେ ଜଳାଭିଷେକ,|   (10-Aug-2026)       ||      ସାପ କାମୁଡା ରେ ଦୁଇ ମାସ ଶିଶୁ ମୃତ, ବାପା ଗୁରୁତର |    (10-Aug-2026)       ||      ଲକ୍ଷାଧିକ ଟଙ୍କା, ସୁନା ଓ ଅନ୍ୟନ୍ୟ ସାମଗ୍ରୀ କୁ କେସିଙ୍ଗା ର ଏକ ଘରୁ ଚୋରି କଲେ ଚୋର |    (10-Aug-2026)       ||      ଶ୍ରୀକ୍ଷେତ୍ରପୋଢୁଆଁ ଯାତ୍ରାର ଅନ୍ୟତମ ପ୍ରବର୍ତ୍ତକ ସରୋଜ ନାୟକ ସମ୍ବର୍ଦ୍ଧିତ ||   (10-Aug-2026)       ||      କ୍ରୀଡା ଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା |   (10-Aug-2026)       ||      ଜମି ମାଲିକ ନଆସିଲେ ମଧ୍ୟ ଭାଗ ଚାଷୀ ପଞ୍ଜିକରଣ କରିପାରିବେ ||   (10-Aug-2026)       ||      ପୋଲସରା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (10-Aug-2026)       ||      ହଜି ଯାଇଥିବା ସାମାନ କୁ ଫେରାଇ ମାନବିକତାଦେଖାଇଲେ ପୋଲିସ |    (10-Aug-2026)       ||      ଖଲ୍ଲିକୋଟ ରେ ବିଶ୍ୱ ଆଦିବାସୀ ଦିବସ ପାଳିତ!|    (09-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନ ସିପ ଉଦଘାଟିତ!|   (09-Aug-2026)       ||      ଯାତ୍ରା ମଞ୍ଚ ରେ ଜୀବନ୍ତ ଅଭିନୟ ଦେଖି ଦର୍ଶକ ଫିଙ୍ଗିଲେ ଚେୟାର!|    (09-Aug-2026)       ||      ମିଥୁନ ଚକ୍ରବର୍ତ୍ତୀ ଙ୍କ ଅସ୍ତ୍ରୋ ପଚାର ସଫଳ ହେଲା ||   (09-Aug-2026)       ||      ସଂଘବଦ୍ଧ ଭାବେ କଲେଜ ଛାତ୍ର ଆକ୍ରମଣ ଘଟଣାରେ ପୋଲିସ ହାତ ଖାଲି |   (09-Aug-2026)       ||      ପୋଲସରା କଲେଜ ରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ |    (09-Aug-2026)       ||      ଦୁଇ ଦଫା ଦାବି ନେଇ ତାତିଲେ ପେନସନ ଧାରୀ |    (09-Aug-2026)       ||      ଖଲାଡ଼ି ଠାରେ " ବିଶ୍ୱ ଆଦିବାସୀ ମେଳା "ଅନୁଷ୍ଠିତ ||   (09-Aug-2026)       ||      ସ୍ବର୍ଗତ ରଞ୍ଜନ କୁମାର ଦଳେଇ ଙ୍କ ସ୍ମୃତି ରେ ରକ୍ତ ଦାନ ଶିବିର ଅନୁଷ୍ଠିତ |    (09-Aug-2026)       ||      ସ୍ୱାମୀ କୁ ମାରିବା ପାଇଁ ପ୍ରେମିକ ଙ୍କ ପାଖକୁ ଭିଡିଓ କଲ ରେ ମେସେଜ କଲେ ସ୍ତ୍ରୀ |   (09-Aug-2026)       ||      କୃଷି ବିଭାଗ ତରଫରୁ ବ୍ଲକ ସ୍ତରୀୟ ପ୍ରଶକ୍ଷିଣ ଶିବିର ଅନୁଷ୍ଠିତ ||   (09-Aug-2026)       ||      ବିନା ପୋଷାକ ରେ ଚଳ, ପ୍ରଚଳ କରୁଥିବା ଏକ ସହର, ବିଶ୍ୱାସ ଲାଗୁନଥିଲେ ବି ସତ୍ୟ |    (09-Aug-2026)       ||     

ବାଲିଗୁଡା ଓ ଏହାର ପାଖ ଅଞ୍ଚଳ ରେ ହୋଲି ପର୍ବ ମହା ଆନନ୍ଦ ରେ ପାଳିତ |

04-Mar-2026

ହୃଦୟକୁ ହୃଦୟ ର ସହ ଯୋଡିବାର ପବିତ୍ର ହୋଲି ପର୍ବ ମହାସମାରୋହରେ ପାଳିତ

ଓଡିଶା ଜନମତ, ବାଲିଗୁଡା, ତା, ୦୪/୦୩:

ସଞ୍ଜୟ କୁମାର ପାଣିଗ୍ରାହୀ : --

କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳ ରେ ରଙ୍ଗର ପର୍ବ ହୋଲି ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା l ରଙ୍ଗ, ଅବିର ଧରି ସେଲିବ୍ରେସନରେ ମାତିଥିଲେ ପିଲାଠୁ ବୁଢ଼ା ଓ ଯୁବକ ଯୁବତୀ ଏବଂ ମହିଳା। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ରାଜନେତା। ମତୁଆଲା ହୋଇଥିଲେ ସମସ୍ତେ, କିଛି ସମୟ ପାଇଁ ରଙ୍ଗୀନ ହୋଇଯାଇଥିଲା ସମଗ୍ର ପରିବେଶ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଦିନ ତମାମ ରଙ୍ଗ ଖେଳିଥିଲେ । ଫଗୁଣର ଫଗୁରେ ଭିଜି ପରସ୍ପରକୁ ରଙ୍ଗ ଲଗାଇବା ସହ ହୋଲି ଶୁଭେଚ୍ଛା ବାଣ୍ଟି ନାଚ ଗୀତରେ ମସଗୁଲ୍ ହୋଇଥିଲେ । ହୋଲିରେ ସ୍ଥାନୀୟ ଶ୍ରୀ ଜଗନ୍ନାଥ ମନ୍ଦିର ଓ ରାଧାକୃଷ୍ଣ ମନ୍ଦିର ତରଫରୁ ରାଧା ଦାମୋଦରଙ୍କୁ ସୁସଜ୍ଜିତ ବିମାନରେ ବସାଇ ଗାଁ ପରିକ୍ରମା କରାଇ ରଙ୍ଗ ଖେଳରେ ମାତି ଥିବା ଦେଖିବାକୁ ମିଳିଥିଲା । ହୋଲିରେ ଶତ୍ରୁ ବି ଶତ୍ରୁତାକୁ ଭୁଲିଯାଏ। ସେଥିପାଇଁ ସମସ୍ତେ ରଙ୍ଗ ଲଗାଇଲା ବେଳେ ବୁରା ନା ମାନୋ ହୋଲି ହୈ। ... ବୋଲି କହୁଥିବାର ଦେଖିବାକୁ ମିଳିଥିଲା l ବର୍ଷକୁ ଥରେ ମାତ୍ର ହୋଲି ପର୍ବ ଆସୁଥିବାରୁ ସମସ୍ତେ ଧୁମ୍ ଧାମ ରେ ହୋଲି ଉତ୍ସବ କୁ ପାଳନ କରିବାକୁ ଅପେକ୍ଷା କରିଥାନ୍ତି। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଅଞ୍ଚଳର ବିଭିନ୍ନ ସଂଗଠନର ସଦସ୍ୟ ମାନେ ପ୍ରତ୍ୟୁଷ ରେ ଶ୍ରୀ ଜଗନ୍ନାଥ ମନ୍ଦିରରେ ଉପସ୍ଥିତ ରହି ସମୂହ ଦୀପ ଦାନ କରିବା ସହିତ ମହାପ୍ରଭୁଙ୍କ ଠାରେ ପୂଜା ଅର୍ଚ୍ଚନା ପୂର୍ବକ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଅବିର ଲାଗି ପାଇଁ ସମର୍ପଣ କରିଥିଲେ l ସନ୍ଧ୍ୟା ରେ ସନ୍ଧ୍ୟା ଆଳତୀ ଦର୍ଶନ ଓ ଭଜନ କୀର୍ତ୍ତନରେ ସାମିଲ ହେବା ସହିତ ମନ୍ଦିର ସମ୍ମୁଖରେ ରଙ୍ଗ ଅବିର ପରସ୍ପର କୁ ବୋଳି ସମ୍ମାନ ଓ ଶୁଭେଚ୍ଛା ଜ୍ଞାପନ କରିଥିବା ଦେଖିବାକୁ ମିଳିଥିଲା l ଆମ ସମାଜରେ ଥିବା ଅପସଂସ୍କୃତି ଓ ଅପକାର୍ଯ୍ୟରୁ ଦୁରେଇ ରହିବା ସହିତ ଆମ ସମାଜର ପୂର୍ବ ଗୌରବକୁ ଫେରାଇ ଆଣିବା ହୋଲି ପର୍ବର ମୁଖ୍ୟ ଲକ୍ଷ୍ୟ। ରଙ୍ଗ ହେଉଛି ପ୍ରେମ ଓ ପବିତ୍ରତାର ଶ୍ରେଷ୍ଠ ପ୍ରତୀକ ବୋଲି ଜନ ମାନସରେ ବିଶ୍ବାସ ରହିଛି। ବିଶେଷ କରି କହିବାକୁ ଗଲେ ହୋଲି କେବଳ ରଙ୍ଗ ଖେଳିବା ନୁହେଁ ବରଂ ହୃଦୟକୁ ହୃଦୟ ସହ ଯୋଡିବାର ଏକ ପବିତ୍ର ପରମ୍ପରା ବୋଲି ଅଞ୍ଚଳ ର ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ, ସାଂସ୍କୃତିକ ଅନୁଷ୍ଠାନ ର ସଦସ୍ୟ ମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଅନ୍ୟପେଟ ଏହି ହୋଲି ପର୍ବ ଅବସରରେ ଅଘଟଣ ଆଶଙ୍କାରେ ଅଞ୍ଚଳ ର ସମସ୍ତ ପୋଲିସ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ଯେପରି କୌଣସି ଅଘଟଣ ନଘଟିବ, ସେଥିଲାଗି ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ବ୍ଲକିଂ-ଚେକିଂ କରିବା ସହ କଡାକଡି ପାଟ୍ରୋଲିଂ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

News Comment

You Might Also Like

BACK TO TOP