Breaking News

ମାଲେସିଆ ରୁ କଲିକତା ଆସୁଥିବା ବିମାନ ପାଇଲେଟ ଙ୍କଉପସ୍ଥିତ ବୁଦ୍ଧିଯୋଗୁ ସମସ୍ତ ଯାତ୍ରୀ ସୁରକ୍ଷିତ ରେ ଓଲ୍ଲାହିଁଲେ |   (11-Aug-2026)       ||      ଗଜପତି ଜିଲ୍ଲା ନୁଆଁ ଗଡ଼ ପଞ୍ଚାୟତ ରେ ଜିଲ୍ଲପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ||   (10-Aug-2026)       ||      ଜଣେ ମହିଳା ତାଙ୍କ ଲମ୍ବା କେଶ ପାଇଁ ଗିନିଜ ବୁକ ଅଫ ରେକର୍ଡ କରିଛନ୍ତି |   (10-Aug-2026)       ||      ଦ୍ୱତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ ||   (10-Aug-2026)       ||      ଖଲ୍ଲିକୋଟ ରେ ପାଚିକା, ସହାୟିକା ଙ୍କ ତାଲିମ ଶିବିର ଆୟୋଜିତ |   (10-Aug-2026)       ||      ପୂର୍ବତନ ରାଷ୍ଟ୍ରପତି ଭି ଭି ଗିରି ଙ୍କ 132ତମ ଜୟନ୍ତୀ ପାଳିତ |    (10-Aug-2026)       ||      ବାଲିଗୁଡା ବ୍ଲକ ଓଏହାର ସମସ୍ତ ଶୈବ ପୀଠରେ ଶ୍ରାବଣ ଦ୍ୱତୀୟ ସୋମବାର ରେ ଜଳାଭିଷେକ,|   (10-Aug-2026)       ||      ସାପ କାମୁଡା ରେ ଦୁଇ ମାସ ଶିଶୁ ମୃତ, ବାପା ଗୁରୁତର |    (10-Aug-2026)       ||      ଲକ୍ଷାଧିକ ଟଙ୍କା, ସୁନା ଓ ଅନ୍ୟନ୍ୟ ସାମଗ୍ରୀ କୁ କେସିଙ୍ଗା ର ଏକ ଘରୁ ଚୋରି କଲେ ଚୋର |    (10-Aug-2026)       ||      ଶ୍ରୀକ୍ଷେତ୍ରପୋଢୁଆଁ ଯାତ୍ରାର ଅନ୍ୟତମ ପ୍ରବର୍ତ୍ତକ ସରୋଜ ନାୟକ ସମ୍ବର୍ଦ୍ଧିତ ||   (10-Aug-2026)       ||      କ୍ରୀଡା ଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା |   (10-Aug-2026)       ||      ଜମି ମାଲିକ ନଆସିଲେ ମଧ୍ୟ ଭାଗ ଚାଷୀ ପଞ୍ଜିକରଣ କରିପାରିବେ ||   (10-Aug-2026)       ||      ପୋଲସରା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (10-Aug-2026)       ||      ହଜି ଯାଇଥିବା ସାମାନ କୁ ଫେରାଇ ମାନବିକତାଦେଖାଇଲେ ପୋଲିସ |    (10-Aug-2026)       ||      ଖଲ୍ଲିକୋଟ ରେ ବିଶ୍ୱ ଆଦିବାସୀ ଦିବସ ପାଳିତ!|    (09-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନ ସିପ ଉଦଘାଟିତ!|   (09-Aug-2026)       ||      ଯାତ୍ରା ମଞ୍ଚ ରେ ଜୀବନ୍ତ ଅଭିନୟ ଦେଖି ଦର୍ଶକ ଫିଙ୍ଗିଲେ ଚେୟାର!|    (09-Aug-2026)       ||      ମିଥୁନ ଚକ୍ରବର୍ତ୍ତୀ ଙ୍କ ଅସ୍ତ୍ରୋ ପଚାର ସଫଳ ହେଲା ||   (09-Aug-2026)       ||      ସଂଘବଦ୍ଧ ଭାବେ କଲେଜ ଛାତ୍ର ଆକ୍ରମଣ ଘଟଣାରେ ପୋଲିସ ହାତ ଖାଲି |   (09-Aug-2026)       ||      ପୋଲସରା କଲେଜ ରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ |    (09-Aug-2026)       ||     

ତାରାତାରିଣୀ ମହାବିଦ୍ୟାଳୟ ରେ 47 ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ |

08-Mar-2026

ପୁରୁଷୋତ୍ତମପୁର ସହର ରେ ଥିବା ତାରାତାରିଣୀ ମହାବିଦ୍ୟାଳୟର ୪୭ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ |

     ଓଡିଶା ଜନ ମତ ବ୍ୟୁରୋ, 

ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ରେ ଥିବା  ତାରାତାରିଣୀ ମହାବିଦ୍ୟାଳୟର ୪୭ତମ ବାର୍ଷିକଉତ୍ସବମହାବିଦ୍ୟାଳୟର ଅଧ୍ୟକ୍ଷ ଡା. ପ୍ରଦୀପ କୁମାର ସାହୁଙ୍କ ସଂଯୋଜନା ରେ ଅନୁଷ୍ଠିର ହୋଇ ଯାଇଛି  | ପ୍ରଥମେ ଅତିଥି ମାନେ ଅଗ୍ରଗଣ୍ୟ ଗଜାନନ ଙ୍କ  ପୂଜାକାରୀ ଅନୁଷ୍ଠାନ ର ପ୍ରତିଷ୍ଠାତା ସ୍ବର୍ଗତ ନାରାୟଣ ସାମନ୍ତରା ଙ୍କପ୍ରତି ମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ ସହିତ ବୈଠକ ସ୍ଥଳକୁ ପ୍ରବେଶ କରିଥିଲେ | ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ଉପଜିଲ୍ଲାପାଳ ତଥା ମହାବିଦ୍ୟାଳୟ ର ମେନେଜ ମେଣ୍ଟ କମିଟି ର ସଭାପତି ସୁବାଶିଷ ବରାଳ, ସମ୍ମାନିତ ଅତିଥି ଭାବେ ପୂର୍ବତନ ମହାବିଦ୍ୟାଳୟ ଅଧ୍ଯକ୍ଷ ଡା. ଅରବିନ୍ଦ ପଣ୍ଡା ଏବଂ ମୁଖ୍ୟ ବକ୍ତା ଭାବେ ଛତ୍ରପୁରବିଜ୍ଞାନ ମହାବିଦ୍ୟାଳୟର ଅଧ୍ଯକ୍ଷ ଡ଼ଃ ଅଜୟ କୁମାର ତ୍ରିପାଠୀ ଯୋଗଦେଇଥିଲେ। ଏମାନଙ୍କ ସହ ଅଧ୍ୟାପିକା ଡ଼ଃ ସନ୍ଧ୍ୟାରାଣୀ ପାତ୍ର, ଅଧ୍ୟାପକ ଡ଼ଃ ରମେଶ ଚନ୍ଦ୍ର ସେନାପତି, ଅଧ୍ୟାପିକା ନମ୍ରତା ମିଶ୍ର ଓ ମୀନାକ୍ଷୀ ଦାଶ  ମଞ୍ଚରେ ଉପବେସନ କରିଥିଲେ | ଛାତ୍ର, ଛାତ୍ରୀ ମାନେ ଅତିଥିମାନ ଙ୍କୁ ପୁଷ୍ପ ଗୁଚ୍ଛ, ଓ ଉତ୍ତରୀୟ ଦେଈ ସ୍ୱାଗତ କରାଯାଇ ଥିଲା | ସମସ୍ତେ ଦୀପ ପ୍ରଜ୍ବଳନ କରି  କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ |  ମହାବିଦ୍ୟାଳୟର ଅଧକ୍ଷ ଡ଼ଃପ୍ରବୀର କେଶରୀ ପ୍ରଧାନ ପ୍ରାରମ୍ଭିକ ସଙ୍ଗୀତ ଗାନ କରି ସମସ୍ତଙ୍କୁ ମନ୍ତ୍ର ମୁଗ୍ଧ କରି ଥିଲେ |  ଅଧ୍ୟାପକ ରମେଶ ସେନାପତିପ୍ରାରମ୍ଭିକ ଭାଷଣ ଓ ଅତିଥି ମାନଙ୍କୁ ମଞ୍ଚ ଉପରକୁ ଆହ୍ୱାନ କରିଥିଲେ |  ମହାବିଦ୍ୟାଳୟର ଅଧ୍ଯକ୍ଷ ଡ଼ଃ ପ୍ରଦୀପ କୁମାର ସାହୁ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ  କଲେଜ ର ଅସୁବିଧା ଉପରେ ଉପଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ | ଅତିଥି ମାନଙ୍କ ଦ୍ୱାରା ମହାବିଦ୍ୟାଳୟ ର ମୁଖପତ୍ର"ଜଉଗଡ଼ " ଉନ୍ମୋଚନ କରାଯାଇଥିଲା। ପୂର୍ବତନ ଅଧ୍ୟକ୍ଷ ଡା. ଅରବିନ୍ଦ ପଣ୍ଡା ମହାବିଦ୍ୟାଳୟର ପ୍ରତିଷ୍ଠାତାଙ୍କଉଦ୍ୟମ ଯୋଗୁଁ ମହାବିଦ୍ୟାଳୟ ର ଆଜି
ପର୍ଯ୍ୟନ୍ତ ଯେଉଁ ଉର୍ନ୍ନତି ହୋଇଛି ତାହାକୁ ସେ ମାଆଙ୍କ ଆଶୀର୍ବାଦବୋଲି କହିଥିଲେ |  ମୁଖ୍ୟ ଅତିଥି ଉପଜିଲ୍ଲାପାଳ ଛାତ୍ରଛାତ୍ରୀମାନଙ୍କୁ କିଛି ଗପ ମାଧ୍ୟମରେ ଶୃଙ୍ଖଳିତ, ଭଦ୍ର ଓ ପରିଶ୍ରମୀ ହୋଇ ନିଜ ପରିବାର ଓ ସମାଜର ଗୌରବ ବୃଦ୍ଧି କରିବାକୁ ଉପଦେଶ ଦେଇଥିଲେ । ଓ ଏବଂ 5 ଡି ର ବ୍ୟବହାର ଉପରେ ପ୍ରାଞ୍ଜଳ ଭାବେ ବୁଝାଇ ଥିଲେ | ସେହିପରି ମୁଖ୍ୟ ବକ୍ତା  ଅଜୟ ତ୍ରିପାଠୀ ସ୍ଵାମୀ ବିବେକାନନ୍ଦଙ୍କ, ବାଜି ରାଉତ, ଭଳି ମହାନ ବ୍ୟକ୍ତିମାନେ ଖୁବ ଅଳ୍ପ ଦିନ ସଂସାର ରେ ରହି ଯେଉଁ ମହତ କାର୍ଯ୍ୟ କରି ଯାଇଛନ୍ତି ତାହାକୁ ଆମେ ଅନୁସରଣ କରି କାର୍ଯ୍ୟ କରିବା ଏବଂ ପିତାମାତାଙ୍କ ସେବା କରିବାକୁ ସେ ପରାମର୍ଶ ଦେଇଥିଲେ | ଅନ୍ୟ ମଞ୍ଚା ସିନ ଅତିଥି ମାନେ ଯୁବସମାଜ କୁ ଆହ୍ୱାନ କରି  ଭାରତ ଯେପରି ବିଶ୍ୱରେ ଆଗାମୀ ଦିନରେ ବହୁତ କିଛି କରିବାକୁ ଯାଉଛି  | ସେହିପରିଯୁବକ ମାନେ ଚାକିରି ପଛରେ ନପଡ଼ି ନିଯେକିଛି କରନ୍ତୁ ଏବଂ ଅନ୍ୟ ମାନଙ୍କୁ ବଞ୍ଚିବାର ସୁଯୋଗ ଦିଅନ୍ତୁ ବୋଲି ଉପଦେଶ ଦେଇଥିଲେ | ଅତିଥି ମାନଙ୍କ ଦ୍ୱାରା କୃତୀ ପ୍ରତିଯୋଗୀ ଙ୍କ ସହିତ ମହାବିଦ୍ୟାଳୟ ର ପୂର୍ବତନ ପ୍ରାଣୀ ବିଜ୍ଞାନୀ ଛାତ୍ରୀ  ୱାଇ  ଶାଳିନୀ ଓଡିଶା ପ୍ରଶାସନିକ କ୍ଷେତ୍ରରେ କୃତକାର୍ଯ୍ୟ  ହୋଇ ବର୍ତମାନ କଟକ ଜିଲ୍ଲା ରେ ସବ ରେଜିଷ୍ଟର ଅଧିକାରୀ ଭାବେ ନିଯୁକ୍ରି ପାଇ ଥିବାରୁ ତାଙ୍କୁମଧ୍ୟ ମାନ ପତ୍ର ଉପଢୌକନ ଦେଈ ସ୍ୱାଗତ କରିଥିଲେଓ ଅନ୍ୟ ଛାତ୍ର ଛାତ୍ରୀ ଙ୍କୁ ବିଭିନ୍ନ କ୍ଷେତ୍ର ରେ ପାରଦର୍ଶିତା ଲାଭ କରି ଥିବା ଯୋଗୁଁ ତାଙ୍କୁ ମଧ୍ୟ ମାନପତ୍ର ଓସିଲ ଦେଈ ପୁରସ୍କୃତ କରିଥିଲେ  |  କାର୍ଯ୍ୟକ୍ରମ ଶେଷରେ କୃ ତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଓ ମାନପ‌ତ୍ର ପ୍ରଦାନ କରାଯାଇଥିଲା। ଶେଷରେ ଛାତ୍ର, ଛାତ୍ରୀମାନଙ୍କ ଦ୍ୱାରାବିଭିନ୍ନ ନୃତ୍ୟ ପରିବେଶଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ  ଅଧ୍ୟାପକ ଶ୍ରୀ ରାମ ମିଶ୍ର, ସୁଶାନ୍ତ କୁମାର ସାହୁ, ଗୌରାଙ୍ଗ ପଟନାୟକ,ସମୀର କୁମାର ମିଶ୍ର, ରାମ ପ୍ରସାଦ ପାତ୍ର,,ପ୍ରଶାନ୍ତ କୁମାର ପଟ୍ଟନାୟକ ସ‌ହ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଏବଂ ଷ୍ଟାଫମାନେ ସହଯୋଗ କରିଥିଲେ।

News Comment

You Might Also Like

BACK TO TOP