Breaking News

କୋଦଳା ମହାବିଦ୍ୟାଳୟ ରେ ମାତୃ ଭାଷା ର ଐତିହ୍ୟ ସମ୍ପର୍କ ରେ ପାଠ ଚକ୍ର |    (12-Apr-2026)       ||      ବିଦ୍ୟୁତ ଆଘାତ ରେ ବିଦ୍ୟୁତ କର୍ମଚାରୀ ଙ୍କ ମୃତ୍ୟୁ |    (12-Apr-2026)       ||      ବେଲଘର ବନାଞ୍ଚଳ ରେ ପୁଣି ହାତି ଆତଙ୍କ ||   (12-Apr-2026)       ||      ଆଁଳାଇ ପୀଠ ରେ 24ତମ ମହାବୀର ଜୟନ୍ତୀ ବାର୍ଷିକ ବିଶ୍ଵଶାନ୍ତି ମହାଯଂଜ୍ଞ ଶୋଭାଯାତ୍ରା ରେ 100ରୁ ଉର୍ଦ୍ଧ ମାନସିକ ବ୍ରତ ଧାରୀ ସାମଲ ||   (12-Apr-2026)       ||      ଆଁଳାଇ ପୀଠ ରେ 24ତମ ମହାବୀର ଜୟନ୍ତୀ ବାର୍ଷିକ ବିଶ୍ଵଶାନ୍ତି ମହାଯଂଜ୍ଞ ଶୋଭାଯାତ୍ରା ରେ 100ରୁ ଉର୍ଦ୍ଧ ମାନସିକ ବ୍ରତ ଧାରୀ ସାମଲ ||   (12-Apr-2026)       ||      କ ନୂଆଙ୍ଗା ବ୍ଳକ ଶିକ୍ଷା ବିଭାଗ ଅଫିସିରେ 5ମାସ ହେଲା ବିଇଓ ପଦବୀ ଖାଲି ||   (12-Apr-2026)       ||      ଗୋଳନ୍ଥରା ଥାନା ପଞ୍ଚାମା ଅଞ୍ଚଳ ରେ ପାନ ବ୍ୟବସାୟୀ ଙ୍କୁ ନିର୍ମମ ହତ୍ୟା |   (12-Apr-2026)       ||      ଖଲ୍ଲିକୋଟ ନଗର କଂଗ୍ରେସ ସଭାପତି ହେଲେ ମନ ମଦନ ସାହୁ |   (11-Apr-2026)       ||      ବାଲିଗୁଡା ଆଦିବାସୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ +2ଅନ ଲାଇନ ଓ ଅଫଲାଇନ ମୂଲ୍ୟାୟନ କେନ୍ଦ୍ର ଅନୁଷ୍ଠିତ |    (11-Apr-2026)       ||      ଓଡ଼ିଆ ପକ୍ଷ ଉପଲକ୍ଷେ ରକ୍ତ ଦାନ ଶିବିର,   (11-Apr-2026)       ||      ବାର୍ଷିକ ବିବରଣୀ ପତ୍ର 2025-26ର ଅବଲୋକନ ଓ 2026-27ବର୍ଷ ପାଇଁ କାର୍ଯ୍ୟ ଯୋଜନା ପ୍ରସ୍ତୁତି କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ||   (10-Apr-2026)       ||      ପୋଲସରା ପୌର ପରିଷଦ ପକ୍ଷରୁ ଓଡ଼ିଆ ପକ୍ଷ ଅବସର ରେ କଳାକାର ମାନଙ୍କୁ ସମ୍ବର୍ଦ୍ଧନା ଅନୁଷ୍ଠିତ ||   (10-Apr-2026)       ||      ପଶ୍ଚିମ ଓଡ଼ିଶାର ସିନେକଳାକାର ମାନେ ତାରା ତାରିଣୀ ଙ୍କ ପୀଠରେ କଲେ ପୂଜାର୍ଚନା |   (09-Apr-2026)       ||      ଟିକାବାଲି ବ୍ଲକରେ ଲକ୍ଷାଧିକ ଟଙ୍କାରେ ନିର୍ମିତ ପାନୀୟ ଜଳ ପ୍ରକଳ୍ପ ଅଟକ |   (09-Apr-2026)       ||      ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମ ହତ୍ୟା ||   (07-Apr-2026)       ||      ନୂଆଗଡ ଗ୍ରାମରେ ଚୋରି ଘଟଣାରେ ସାତ ଜଣ ଗିରଫ ||   (07-Apr-2026)       ||      ରୁପା ବ୍ୟବସାୟୀ ଙ୍କଆକ୍ରମଣ କରି ତାଙ୍କଠାରୁ 7କେଜିର ରୁପା ବେଗ ଧରି ଛୁ ମାରିଲେ ଦୁଇ ଲୁଟେରା |    (06-Apr-2026)       ||      ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟ ର ମିଳିତ ଆନୁକୂଲ୍ୟରେ ଓଡ଼ିଆ ପକ୍ଷ -2026 ପାଳନ ||   (06-Apr-2026)       ||      ରକ୍ତ ଚାପ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର    (06-Apr-2026)       ||      କଳମ୍ବ ରେ ଦୁତୀୟ ପର୍ଯ୍ୟାୟ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଅନୁଷ୍ଠିତ |   (06-Apr-2026)       ||     

କାର୍ତ୍ତିକ ଆରମ୍ଭ ରୁହିଁ ପରିବା ଦର ଆକାଶ ଛୁଆଁ ||

12-Oct-2025

ଧାନ ଓ଼ ପରିବା ଚାଷୀ ଗଞ୍ଜେଇ ଚାଷ ପ୍ରତି ଆଗ୍ରହ : କାର୍ତ୍ତିକ ଆରମ୍ଭରୁ ହିଁ ପରିବା ଦର ଆକାଶ ଛୁଆଁ

ଓଡିଶା ଜନମତ,ବାଲିଗୁଡା,ସଞ୍ଜୟ କୁମାର ପାଣିଗ୍ରାହୀ, ତା, ୧୨/୧୦: ବର୍ତ୍ତମାନ କାର୍ତ୍ତିକ ମାସ ଚାଲିଛି, ଅଧିକାଂଶ ଲୋକେ ନିରାମିଷ ଖାଦ୍ୟ ଖାଉଛନ୍ତି, ତେଣୁ ପରିବା ଉପରେ ଲୋକଙ୍କ ଚାହିଦା ରହୁଛି l ବର୍ତ୍ତମାନ ଲଗାତର ଲଘୁଚାପ ବର୍ଷା ଯୋଗୁଁ ଓଡ଼ିଶାର ପ୍ରାୟ ଅଧିକାଂଶ ଜିଲ୍ଲା ରେ ପରିବା ଆମଦାନୀ କମି ଯାଇଛି l ଏଣୁ ଦରରେ ଅହେତୁକ ବୃଦ୍ଧି ଘଟିଛି ବୋଲି ହୋଲସେଲ ବ୍ୟବସ୍ୟାୟୀ ମାନେ ମତ ଦେଇଛନ୍ତି l ୨୦୦ ଶହ ଟଙ୍କାରେ ମଧ୍ୟ ବ୍ୟାଗ୍ ପୁରୁନି, କିଲେ ଜାଗାରେ ଅଢେଇ ଶହ ନେଉଛନ୍ତି ଖାଉଟି | କାର୍ତ୍ତିକ ମାସ ଆରମ୍ଭରୁ ହିଁ ପରିବା ଦର ହୁ ହୁ ହୋଇ ବଢିବାରେ ଲାଗିଛି । ପୂଣ୍ୟ ମାସ ଭାବେ କଥୁତ ଏହି ମାସରେ ସଂଖ୍ୟାଧ‌ିକ ଘରେ ଆମିଷ ନିଷେଧ । ଏଣୁ ନିରାମିଷ ଖାଦ୍ୟ ପାଇଁ ପନିପରିବା ଉପରେ ଅଧିକ ନିର୍ଭରଶୀଳ ହୋଇ ପଡ଼ୁଛନ୍ତି ଲୋକେ । ହେଲେ ଗତ କିଛି ଦିନରେ ପନିପରିବା ଦର ବେଶ୍ ଦର ବୃଦ୍ଧି ପାଇଛି, ଯାହାକୁ ନେଇ ଗ୍ରାହକ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ତେବେ ଅନ୍ୟ ଉପାୟ ନହୋଇ ଲୋକେ ପୂର୍ବାପେକ୍ଷା କମ୍ ପରିମାଣର ପନିପରିବା ନେଇ କାମ ଚଳାଇବାକୁ ବାଧ୍ୟ ହେଉଛନ୍ତି । ପକେଟରୁ ଅଧୁକ ଟଙ୍କା ଯାଉଛି, ମାତ୍ର ବ୍ୟାଗରେ ପରିବା ଭର୍ତ୍ତି ହେଉନି । ଏକଦା ବାଲିଗୁଡା ବ୍ଳକର ବିଭିନ୍ନ ଆଖ ପାଖ ଗ୍ରାମାଞ୍ଚଳରୁ ପ୍ରଚୁର ପରିମାଣରେ ପରିବା ଆମଦାନୀ ହୋଇ ଗଞ୍ଜାମ ଜିଲ୍ଲା ସମେତ ନୟାଗଡ, ଭୁବନେଶ୍ୱର ଭଳି ନିକଟବର୍ତ୍ତୀ ଅଞ୍ଚଳକୁ ବହୁଳ ପରିମାଣରେ ପନିପରିବା ରପ୍ତାନି କରାଯାଉଥିଲା l କିନ୍ତୁ ଅଗଷ୍ଟ ଓ ସେପପ୍ଟେମ୍ବର ମାସରେ ଲଗାଣ ବର୍ଷା ଯୋଗୁଁ ସ୍ଥାନୀୟ ବ୍ଲକର ବିଭିନ୍ନ ଅଞ୍ଚଳର ପନିପରିବା ଚାଷ କ୍ଷତିଗ୍ରସ୍ତ ହୋଇପଡିଛି ।ଏହା ଛଡା ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଗ୍ରାମର ଚାଷୀ ବର୍ତ୍ତମାନ ଧାନ ଓ଼ ପରିବା ଚାଷ ଛାଡି ଗଞ୍ଜେଇ ଚାଷ କୁ ଆପଣାଇ ଥିବାରୁ ପରିବା ପାଇଁ ଗଞ୍ଜାମ ଜିଲ୍ଲାର କିଛି ଅଞ୍ଚଳ ରୁ ଏବଂ ଛତିଶିଗଡ଼ ଓ ଆନ୍ଧ୍ରପ୍ରଦେଶ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଥୁବାରୁ ପରିବା ଦର ବଢିବାରେ ଲାଗିଛି ବୋଲି ବ୍ୟବସାୟୀ ମାନେ ଯୁକ୍ତି ଦର୍ଶାଇଛନ୍ତି |ଆଗାମୀ ଦିନରେ ସ୍ଥାନୀୟ ଅଞ୍ଚଳରେ ଯେଉଁ କିଛି ପରିବା ଚାଷୀ ଚାଷ କରୁଛନ୍ତି, ସେମାନଙ୍କ ର ଆମଦାନୀ ପରେ ଦର କମିବ ବୋଲି ବ୍ୟବସାୟୀ ମାନେ ଆଶା କରିଛନ୍ତି । ଅନ୍ୟ ପକ୍ଷରେ ପନି ପରିବା ଯାହା କିଛି ଏହି ଅଞ୍ଚଳ ରେ ଆଦାୟ ହେଉଛି, ତାକୁ ଜିଲ୍ଲା ବାହାର ବ୍ୟବସାୟୀ ମାନେ ଅଧିକ ଟଙ୍କା ଦେଇ ସ୍ଥାନୀୟ ଅଞ୍ଚଳରୁ ଆମଦାନୀ କରୁଥିବାରୁ ସ୍ଥାନୀୟ ଅଞ୍ଚଳରେ ପରିବା ଦର ବୃଦ୍ଧି ପାଉଛି ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି । ପରିବା ବଜାରରେ ଆଳୁ ଦର କିଲୋ ପିଛା ୨୫ ଟଙ୍କା ରହିଥ‌ିବା ବେଳେ ପିଆଳ ୩୫, ଟମାଟୋ ୫୦ ଟଙ୍କା, ଫୁଲକୋଳି ୮୦, ବିନିସ ୧୦୦ ରୁ ୧୨୦, ଭେଣ୍ଡି ୪୦, ବନ୍ଧାକୋଳି ୪୦ ଟଙ୍କା, ଦେଶୀ ଆଳୁ ୫୦ ଟଙ୍କା, ବାଇଗଣ ୬୦, ଗୋବର୍ଦ୍ଧନ ଝଟା ଓ ଜହ୍ନି ୪୦, କଖାରୁ ଓ ଭଣ୍ଡା ୨୫ରୁ ୩୦ ଟଙ୍କା, କଞ୍ଚା ଲଙ୍କା ୧୦୦ ଟଙ୍କା ଦରରେ ବିକ୍ରି ହେଉଛି । କାର୍ତ୍ତିକ ରେ ହବିଷ୍ୟାଳୀଙ୍କ ରୋଷେଇରେ ବ୍ୟବହୃତ କଞ୍ଚା କଦଳୀ ଗୋଟାକୁ ୧୦ ଟଙ୍କା ରହିଛି । ଏପରିକି ଖୋସଡ଼ା ଶାଗ ବିଡା ୧୫ ରୁ ୨୦ ଟଙ୍କା ରହିଥ‌ିବା ଦେଖୁବାକୁ ମିଳିଛି । ଗତ କିଛି ଦିନ ତଳେ ପରିବା ଦର ଯାହା ଥୁଲା କାର୍ତ୍ତିକ ରେ ପ୍ରାୟ ଦୁଇ ଗୁଣା ହୋଇଛି । କାର୍ତ୍ତିକ ରେ ଆମିଷ ବନ୍ଦ ଥ‌ିବାରୁ ପରିବା ଦର ବଢ଼ୁଛି, ଗରିବ ପରିବାରର ହାଣ୍ଡିଶାଳରେ ବର୍ତ୍ତମାନ ଚଡକ ପଡିଥିବାର ଦେଖା ଦେଇଛି | ଏଥିପ୍ରତି ଉପଖଣ୍ଡ ପ୍ରଶାସନ ତରଫରୁ କୌଣସି ପ୍ରକାରେ ପ୍ରତି ବନ୍ଧକ ରହୁ ନ ଥିବାରୁ ଚାଷୀ ଓ଼ ପରିବା ବ୍ୟବସାୟୀ ମାନେ ନିଜ ମନମାନୀରେ ବ୍ୟବସାୟ କରୁଥିବା ଦେଖିବାକୁ ମିଳୁଛି l

News Comment

You Might Also Like

BACK TO TOP