Breaking News

କନ୍ୟାରୀ ବାଡ଼ିରେ ବେସାହାରା ହୋଇଥିବା ଚାରି କୁନି ଛୁଆଙ୍କୁ ସାହାଯ୍ୟ କଲେ ବିଧାୟକ ପ୍ରତାପ ନାୟକ |    (21-Aug-2026)       ||      ସାଧାରଣ ଲୋକଙ୍କ ପାଈଁ ନାହିଁ ଶ୍ମଶାନ କୁ ରାସ୍ତା , ଶବସଂସ୍କାର ପାଈଁ ହଟ ହଟା |   (21-Aug-2026)       ||      ଜୁଆ ଆଡ୍ଡା ଉପରେ ପୋଲିସ ର ଚଢ଼ାଉ ବାଇକ, ଟଙ୍କା ସହ 7ଜଣ ଗିରଫ |    (21-Aug-2026)       ||      ତପ୍ତପାଣି ଉଷ୍ଣ ପଶ୍ରବଣ ପରିଦର୍ଶନ କରି କନ୍ଧୁଣୀ ଦେବୀଙ୍କ ଉନ୍ନୟନ ବୁଲି ଦେଖିଲେ ବିଧାନ ସଭା ଗୃହ କମିଟି |   (21-Aug-2026)       ||      ବେଗୁନିଆପଡା ବ୍ଲକରେ ସାମାଜିକ ସୁରକ୍ଷା ଜନ ଶୁଣାଣୀ ଅନୁଷ୍ଠିତ |   (21-Aug-2026)       ||      ବସ ସହିତ ବୁଲେଟ ମୁହାଁମୁହିଁ ଧକ୍କାରେ ଯୁବକ ମୃତ |    (21-Aug-2026)       ||      ବ୍ରହ୍ମପୁର ରେ ତିନି ଦିନିଆ ରାଜ୍ୟ ସ୍ତରୀୟ ଲୋକନାଟକ ମହୋତ୍ସବ ଉଦଯାପିତ |    (21-Aug-2026)       ||      ଭଲ ପାଇ ଧୋକା ଦେଲା ପ୍ରେମିକ, ଥାନାରେ ମାମଲା ରୁଜୁ |    (21-Aug-2026)       ||      ହିଞ୍ଜିଳି କାଟୁ ବିଜ୍ଞାନ ମହା ବିଦ୍ୟାଳୟ କୁ ଏକକ ବିଶ୍ୱ ବିଦ୍ୟାଳୟ ମାନ୍ୟତା ଦେବାକୁ ଦାବି |    (21-Aug-2026)       ||      ବେଗୁନିଆପଡା ବ୍ଲକର 49 ଅଙ୍ଗନବାଡି କେନ୍ଦ୍ରର ନାହିଁ ନିଜସ୍ୱ ଗୃହ |    (21-Aug-2026)       ||      ପୁରୁଷୋତ୍ତମପୁର ରେ ଉଦଯାପିତ ହେଲା ତିନିଦିନ ଧରି ଚାଲିଥିବା ଲକ୍ଷପତି ଦିଦି କାର୍ଯ୍ୟକ୍ରମ ||   (21-Aug-2026)       ||      ବିଧାନ ସଭା ଗୃହ କମିଟି ଅଧକ୍ଷ ଓ ସଦସ୍ୟ ମାନେ ମା ତାରା ତାରିଣୀ ଙ୍କୁ ଦର୍ଶନ କଲେ ||   (21-Aug-2026)       ||      ବିଭିନ୍ନ ଅସୁବିଧା ନେଇ ବିଡ଼ିଓ ଙ୍କୁ ଦାବିପତ୍ର ଦେଲେ ମଠ ବରିଡା ଗ୍ରାମବାସୀ |   (20-Aug-2026)       ||      ବିଭିନ୍ନ ସମସ୍ୟା ନେଇ କୃଷକ ସଂଘର ଜିଲ୍ଲା ପାଳ ଙ୍କୁ ଦାବିପତ୍ର |    (20-Aug-2026)       ||      ସୁନା ଲୁଟ କରିବାକୁ ଆସି ଭୁଜାଲିରେ ପରିବାର ଙ୍କୁ ଆକ୍ରମଣ |    (20-Aug-2026)       ||      ବଟି ମାଗିବାକୁ ନେଇ ବିଜେପି ନାରୀ ନେତ୍ରୀଙ୍କ ବିରୁଦ୍ଧରେ ଥାନା ରେ ଅଭିଯୋଗ |   (20-Aug-2026)       ||      ଯୋଗ୍ୟ ହିତାଧିକାରୀ ଆବାସ ଯୋଜନା ରୁ ବଞ୍ଚିତ ହୋଇ ପାଲଥିନ ତଳେ ଜୀବନ ବିତାଉଛନ୍ତି |    (20-Aug-2026)       ||      ଦାରା ସିଂହ ଙ୍କ କେଶ ରେ ସରକାର ଙ୍କ ଉପରେ ବର୍ଷିଲେ ସୁପ୍ରିମ କୋର୍ଟ ||   (20-Aug-2026)       ||      ଦାରା ସିଂହ ଙ୍କ ଶୁଣାଣୀ ଉପରେ ସରକାର ଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମ କୋର୍ଟ |    (20-Aug-2026)       ||      କରେଣ୍ଟ ଲଗାଇ ହାତୀ ମାରିବା ଘଟଣା ରେ ଅଭିଯୁକ୍ତ ଗିରିଫ |   (20-Aug-2026)       ||     

ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଓ ଜନ ଶୁଣାଣି ଶିବିର ଅନୁଷ୍ଠିତ ||

27-Jan-2025

ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଓ ଜନ ଶୁଣାଣି ଶିବିର ଅନୁଷ୍ଠିତ ,

ଓଡିଶା ଜନମତ, ବୁଗୁଡା, ହର ପ୍ରସାଦ ପାଢ଼ୀ, ତା ୨୭/୦୧/୨୫ : 
ସ୍ଥାନୀୟ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ବ୍ଲକ ପ୍ରଶାସନ ପକ୍ଷରୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟର ସମୀକ୍ଷା ସହ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବିଡ଼ିଓ ଦୂତିକୃଷ୍ଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସମୀକ୍ଷକ ରବିନ୍ଦ୍ର କୁମାର ମାଲାମ୍ , ଭାରପ୍ରାପ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁରେନ୍ଦ୍ର ନାୟକ, ଜିପିଡିଓ ଲଛମନ କଅଁର ପ୍ରମୁଖ ଯୋଗ ଦେଇଥିଲେ। ଏ ଅବସରରେ ଭାରପ୍ରାପ୍ତ ଏପିଓ ତୁଷାର ରଞ୍ଜନ ପ୍ରଧାନ ଆର୍ଥିକ ବର୍ଷ ୨୦୨୪-୨୫ର ମନରେଗା ସମ୍ପର୍କିତ ବିବରଣୀ ପଠନ କରିଥିଲେ। ଏଥିରେ ମନରେଗା ସମ୍ପର୍କିତ ଅନୁମୋଦିତ ପ୍ରକଳ୍ପ ସଂଖ୍ୟା-୨୮୨୧ , କାର୍ଯ୍ୟ କରାଯାଇଥିବା ପ୍ରକଳ୍ପ ସଂଖ୍ୟା - ୩୨୮ , ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପ ସଂଖ୍ୟା - ୧୮ , ପ୍ରାପ୍ତ ଅନୁଦାନ - ୩ କୋଟି ୮୦ ଲକ୍ଷ ୨୦ ହଜାର ଟଙ୍କା , ଖର୍ଚ୍ଚ କରାଯାଇଥିବା ଅର୍ଥର ପରିମାଣ - ୩ କୋଟି ୮୦ ଲକ୍ଷ ୨୦ ହଜାର ଟଙ୍କା , ମୋଟ ପଞ୍ଜିକୃତ ପରିବାର ସଂଖ୍ୟା - ୧୮୩୮୫ , ମୋଟ ଜବକାର୍ଡଧାରୀଙ୍କ ସଂଖ୍ୟା - ୧୮୩୮୫ , କାର୍ଯ୍ଯ ଆବେଦନ କରିଥିବା ପରିବାର ସଂଖ୍ୟା - ୮୧୨୨ , କାର୍ଯ୍ଯରେ ଯୋଗ ଦେଇଥିବା ପରିବାର ସଂଖ୍ୟା - ୮୧୧୩ , ଶହେ ଦିନର କାର୍ଯ୍ଯ କରିଥିବା ପରିବାର ସଂଖ୍ୟା - ୪୨, ସୃଷ୍ଟି କରାଯାଇଥିବା ଶ୍ରମ ଦିବସ ସଂଖ୍ୟା - ୧୯୪୬୮୧ ଏବଂ ଗ୍ରହଣ କରାଯାଇଥିବା ଅଭିଯୋଗ ସଂଖ୍ୟା ଶୂନ୍ଯ ବୋଲି ଉଲ୍ଲେଖ କରାଯାଇଥିଲା। ଅନ୍ଯପକ୍ଷରେ ଉପସ୍ଥିତ କେତେକ ଜନପ୍ରତିନିଧି ସେମାନଙ୍କ ପଞ୍ଚାୟତ ସମେତ ବ୍ଲକର ୨୧ଟି ପଞ୍ଚାୟତରୁ ୧୧ଟିରେ କାହିଁକି  ଉନ୍ନୟନ କାର୍ଯ୍ୟ ବନ୍ଦ ରହିବ ବୋଲି ପ୍ରଶ୍ନ ଉତଥାପନ କରାଯାଇଥିଲା ବେଳେ କୌଣସି ଉତ୍ତର ମିଳିପାରିନଥିଲା। ଏଥି ସହ ବାଲିପଦର ଜୋନ୍ ପ୍ରତି ସ୍ଥାନୀୟ ଉଦ୍ଯାନ କୃଷି ବିଭାଗ ଏବଂ ମୃତ୍ତିକା ସଂରକ୍ଷଣ ବିଭାଗର ଅଣଦେଖା ପ୍ରତି ଅଭିଯୋଗ ହୋଇଥିଲା। ଉଭୟ ବିଭାଗର କାର୍ଯ୍ୟ କେବଳ କାଗଜପତ୍ରରେ ସୀମିତ ବୋଲି ମଧ୍ଯ ଅଭିଯୋଗ ହୋଇଥିଲା । ସେହିପରି ବନ ବିଭାଗୀୟ ଅଧିକାରୀଙ୍କ ବଦଳରେ ଯୋଗ ଦେଇଥିବା କର୍ମଚାରୀ ଜଣକ ବିଭାଗୀୟ ସମ୍ପାଦିତ କାର୍ଯ୍ୟର ତଥ୍ଯ ସଠିକ ଭାବେ ଉପସ୍ଥାପନ କରିନପାରିବାରୁ ଅପଦସ୍ଥ ହେବାକୁ ପଡିଥିଲା। ଏ ଅବସରରେ ଉପସ୍ଥିତ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ବ୍ଲକର ସମସ୍ତ ପଞ୍ଚାୟତରେ ପହଞ୍ଚି ସରକାରୀ ଉନ୍ନୟନ କାର୍ଯ୍ୟର ତଦାରଖ କରିବାକୁ ପରାମର୍ଶ ଦେଇଥିଲେ। ଉକ୍ତ ଶିବିରରେ ବ୍ଲକର ବିଭିନ୍ନ ବିଭାଗର ଅଧିକାରୀ କିମ୍ବା ପ୍ରତିନିଧି , ଜନପ୍ରତିନିଧି , କର୍ମଚାରୀଗଣ ଉପସ୍ଥିତ ରହିଥିଲେ।

News Comment

You Might Also Like

BACK TO TOP