Breaking News

ଗଙ୍ଗାଧର ସାହୁ ବିଜ୍ଞାନ ମହା ବିଦ୍ୟାଳୟ ର ପ୍ରତିଷ୍ଠାତା ଙ୍କ ଦେହାନ୍ତ ||   (30-Apr-2026)       ||      କେଶପୁର ସ୍ନାତକ ମହାବିଦ୍ୟାଳୟ ଠାରେ ଏକ ଦିବସୀୟ ପାଠ ଚକ୍ର ଅନୁଷ୍ଠିତ |    (30-Apr-2026)       ||      ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ଅବସର କାଳୀନ ସଭା ଅନୁଷ୍ଠିତ |    (30-Apr-2026)       ||      ପୋଲସରା ପିଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ ରେ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ |   (30-Apr-2026)       ||      ଖଲ୍ଲିକୋଟ ର ବିଭିନ୍ନ ସ୍ଥାନରେ 4ଗୋଟି ପ୍କକଳ୍ପ ର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଯୋଜନା ବୋର୍ଡ ଅଧକ୍ଷ ପୂର୍ଣ୍ଣିଚନ୍ଦ୍ର ସେଠୀ ||   (30-Apr-2026)       ||      ଖଲ୍ଲିକୋଟ ଡି ଆଇ ଇ ଟି ରେ ନିମନ୍ତେ ଉତ୍କର୍ଷ କେନ୍ଦ୍ର ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ ଓ ଜିଲ୍ଲପାଳ |    (30-Apr-2026)       ||      ଖଲ୍ଲିକୋଟ କୋର୍ଟ ପରିଷର ରେ ଆଇନ ଜୀବି ଙ୍କୁ ଆକ୍ରମଣ |    (30-Apr-2026)       ||      କୋଦଳା ସ୍ନାତକ ମହା ବିଦ୍ୟାଳୟ ରେ ଶିକ୍ଷା ବିଭାଗୀୟ ପାଠଚକ୍ର ଓବିଦାୟ କାଳୀନ ସଭା ଅନୁଷ୍ଠିତ |    (30-Apr-2026)       ||      ପୋଲସରା ଆକାଶ ଜେନା ହତ୍ୟା ଘଟଣା ରେ ଆଉ ପାଞ୍ଚ ଜଣ ଗିରଫ ସହ ବାଇକ ଓଖଣ୍ଡା ଜବତ କଲା ପୋଲିସ |    (29-Apr-2026)       ||      କନ୍ଧମାଳ ଜିଲ୍ଳାରେ ସାମ୍ୱାଦିକ ସୁରକ୍ଷା ଓ ସହାୟତା ଦାବିରେ ତାତିଲେ ସାମ୍ବାଦିକମାନେ |    (29-Apr-2026)       ||      ପର୍ଯ୍ୟଟନ ସଚିବ ବଳବନ୍ତ ସିଂ ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିର ପରିଦର୍ଶନ କଲେ |    (29-Apr-2026)       ||      ବାଲିଘାଇ ଆକାଶ ଜେନା ମୃତ୍ୟୁ ଘଟଣା ରେ ଆଉଜଣେ ଗିରଫ |   (28-Apr-2026)       ||      ମାଲତେନ୍ତୁଳିଆ ଗ୍ରାମର ରାଜଦୀପ ହତ୍ୟା ଘଟଣାରେ ଆଉଜଣେ ଗିରଫ |   (28-Apr-2026)       ||      ଓକିଲ ସଙ୍ଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ |   (28-Apr-2026)       ||      ବିଦ୍ୟୁତ ଆଘାତ ରେ ମୃତ ପରିବାର କୁ ରେଡ଼କ୍ରସ ପାଣ୍ଠିରୁ ସହାୟତା ପ୍ରଦାନ |    (28-Apr-2026)       ||      ବ୍ରାହ୍ମଣୀ ଗାଁ ବନାଞ୍ଚଳ ରେ ହାତୀପଲ, ବନ ବିଭାଗ ପକ୍ଷରୁ ଏଥିପାଇଁ ସଚେତନତା ଜାରି |   (28-Apr-2026)       ||      ଖାଜିପଲି ଗ୍ରାମରେ ସମସ୍ତଙ୍କ ସହଯୋଗ ରେ ସ୍ୱଚ୍ଛ ସେବାକାର୍ଯ୍ୟ ଆରମ୍ଭ    (28-Apr-2026)       ||      ପୋଲସରା ର ବିଭିନ୍ନ ଶିକ୍ଷାନୁଷ୍ଠାନ ରେ ସ୍ୱାଭିମାନ ଦିବସ ପାଳିତ |   (28-Apr-2026)       ||      ବାଲିଗୁଡା ରେ ନେଟୱାର୍କ ଅସୁବିଧା ଯୋଗୁଁ, ଇଣ୍ଟେର ନେଟ ସେବା ବ୍ୟାହତ କାରଣରୁ ଲୋକେ ହନ୍ତସନ୍ତ |    (28-Apr-2026)       ||      କୋଦଳା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ |    (27-Apr-2026)       ||     

କ୍ଷୁଦ୍ର ଓ ମଧ୍ୟମ ସମ୍ବାଦ ପତ୍ର ପାଇଁ ସରକାର ସ୍ୱତନ୍ତ୍ର ବିଜ୍ଞାପନ ନିତି ପ୍ରଣୟନ କରିବାକୁପ୍ରକାଶକ ଙ୍କ ବୈଠକ |

18-Sep-2025

କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ର ପାଇଁ ସରକାର ସ୍ଵତନ୍ତ୍ର ବିଜ୍ଞାପନ ନୀତି ପ୍ରଣୟନ କରନ୍ତୁ : ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ର ସଂଗଠନର ଦାବି  
କରାପୁଟରେ ସାଧାରଣ ପରିଷଦ ବୈଠକ,

          ଓଡ଼ିଶା ଜନମତ ବ୍ୟୁରୋ, 

         ସନ୍ତୋଷ କୁମାର ପଣ୍ଡା
 କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ର ପାଇଁ ସରକାର ସ୍ଵତନ୍ତ୍ର ବିଜ୍ଞାପନ ନୀତି ପ୍ରଣୟନ କରିବାକୁ ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ର ସଂଗଠନ ପକ୍ଷରୁ ଦାବି ହୋଇଛି | କୋରାପୁଟସ୍ଥିତ ଶାବର ଶ୍ରୀକ୍ଷେତ୍ର ପ୍ରାଙ୍ଗଣରେ ସଂଗଠନର ସାଧାରଣ ପରିଷଦ ବୈଠକରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ପ୍ରକାଶ ପାଉଥିବା କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ର ସମ୍ପାଦକମାନଙ୍କୁ ଗୋପବନ୍ଧୁ ସ୍ଵାସ୍ଥ୍ୟ ବୀମା ଯୋଜନାରେ ସାମିଲ କରାଯାଉ, ସରକାରୀ ସ୍ଵୀକୃତି ପାଇଁ ଆବେଦନ କରିଥିବା ସମ୍ୱାଦପତ୍ରଗୁଡ଼ିକୁ କୋହଳ ମନୋଭାବ ପ୍ରକାଶ କରି ସରକାରୀ ସ୍ଵୀକୃତି ପ୍ରଦାନ କରାଯାଉ, ସ୍ଵୀକୃତି ପ୍ରଦାନ କ୍ଷେତ୍ରରେ ସ୍ଵଚ୍ଛତା ଅବଲମ୍ୱନ କରାଯାଉ, ଓଡ଼ିଶାରେ ସାମ୍ୱାଦିକ ଓ ସମ୍ପାଦକମାନଙ୍କ ପାଇଁ ପେନସନ ଓ ସୁରକ୍ଷା ଆଇନ ପ୍ରଣୟନ କରାଯାଉ, ସମ୍ପାଦକମାନଙ୍କୁ ଟୋଲ ଗେଟମାନଙ୍କରେ ନିଃଶୁଳ୍କ ଯାତାୟାତର ବ୍ୟବସ୍ଥା କରାଯାଉ,  ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଓଡ଼ିଆ ସମ୍ୱାଦପତ୍ରଗୁଡ଼ିକ ପ୍ରତି ବିଜ୍ଞାପନ ପ୍ରଦାନ କ୍ଷେତ୍ରରେ ସ୍ଵତନ୍ତ୍ର ନୀତି ନିର୍ଦ୍ଧାରଣ କରାଯାଉ, ସାମ୍ୱାଦିକ ଅଧିସ୍ଵୀକୃତି କମିଟିକୁ କାର୍ଯ୍ୟକ୍ଷମ କରିବା ଇତ୍ୟାଦି ସମ୍ପର୍କରେ ଆଲୋଚନା ହୋଇ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା | ଆସନ୍ତା ଦୁର୍ଗାପୂଜା ପରେ ଉପରୋକ୍ତ ଦାବିଗୁଡ଼ିକର ସମାଧାନ ପାଇଁ ସୂଚନା ଓ ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଥିଲା| ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଯୋଗ ଦେଇଥିବା ସମ୍ପାଦକ ଓ ପ୍ରକାଶକମାନେ ଏହି ସଂଗଠନକୁ ଏକ ରାଷ୍ଟ୍ରୀୟ ସଂଗଠନରେ ପରିଣତ କରାଯିବ ବୋଲି ମତବ୍ୟକ୍ତ କରିଥିଲେ | ଏ ସମ୍ପର୍କରେ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ପ୍ରସ୍ତାବ ଗୃହିତ ହୋଇଥିଲା | ସଂଗଠନର ଅଧ୍ୟକ୍ଷ ତଥା ନବୀନର ସମ୍ପାଦକ ରବି ରଥ ଓ ସଂଗଠନର ମୁଖ୍ୟ ଉପଦେଷ୍ଟା ବିନୋଦ ମହାପାତ୍ରଙ୍କୁ ସଂଗଠନ ପକ୍ଷରୁ ସମ୍ୱର୍ଦ୍ଧିତ କରାଯାଇଥିଲା |
ସଂଠଗନର ରାଜ୍ୟ ସଭାପତି ବଂଶୀଧର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟଅତିଥି ଭାବେ ବରିଷ୍ଠ ସାମ୍ୱାଦିକ କିଶୋର ଦ୍ଵିବେଦୀ ଯୋଗଦେଇ ଏହି ସଂଗଠନର ଇତିହାସ ଓ କାର୍ଯ୍ୟକଳାପ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ବୋଲି କହିଥିଲେ | ସମ୍ପାଦକମାନଙ୍କ ଦାବି ଯୁକ୍ତିଯୁକ୍ତ ହୋଇଥିବାରୁ ଏ ସମ୍ପର୍କରେ ରାଜ୍ୟ ସରକାର ହସ୍ତକ୍ଷେପ କରିବା ଉଚିତ ବୋଲି କହିଥିଲେ | ବରିଷ୍ଠ ସାମ୍ୱାଦିକ ସୁରେନ୍ଦ୍ର ପାତ୍ର ତାଙ୍କ ବକ୍ତବ୍ୟରେ ସମ୍ୱାଦପତ୍ରଗୁଡ଼ିକର ଅନୁମୋଦନ ପାଇଁ ଏକ ସ୍ପଷ୍ଟ ନୀତି ପ୍ରଣୟନ କରିବା ଉପରେ ଗୁରୁତ୍ଵାରୋପ କରିଥିଲେ |
ସାଧାରଣ ସମ୍ପାଦକ ଜେ୍ୟାତି ରଂଜନ ମହାପାତ୍ର ଗତ ବୈଠକର ବିବରଣୀ ପାଠ କରିଥିଲେ | ସଂଗଠନର ମୁଖ୍ୟ ଉପଦେଷ୍ଟା ବିନୋଦ ମହାପାତ୍ର, ସଂଗଠନ ସମ୍ପାଦକ ଜଗଦୀଶ ମିଶ୍ର, ଅକ୍ଷୟ କୁମାର ନାୟକ, ଉପସଭାପତି ଅକ୍ଷୟ କୁମାର ନାୟକ, ସହ ସମ୍ପାଦକ ସ୍ଵଦେଶ ଦାଶ ଓ ରମାକାନ୍ତ ପରିଜା ପ୍ରମୁଖ ମଞ୍ଚାସୀନ ଥିଲେ | ଅନ୍ୟମାନଙ୍କ ମଧ୍ୟରେ ଗଣେଶ ଚନ୍ଦ୍ର ବିଷୋୟୀ, ପ୍ରକାଶ ଚନ୍ଦ୍ର ଖଟୋଇ, ତପନ କୁମାର ପତି, ଚିତ୍ତରଂଜନ ସ୍ଵାଇଁ, ଅନିଲ କୁମାର ସାହୁ, ସରୋଜ ରଂଜନ ପଟ୍ଟନାୟକ, ସୁଶାନ୍ତ କୁମାର ସାହୁ, ସଂଜୟ କୁମାର ଓଝା, ବିଷ୍ଣୁପ୍ରିୟା ସାହୁ, ସତ୍ୟ ନାରାୟଣ ନାୟକ, ବାବୁଲି ବେହେରା ପ୍ରମୁଖ ଆଲୋଚନାରେ ଭାଗ ନେଇ ସମ୍ପାଦକମାନଙ୍କ ବିଭିନ୍ନ ସମସ୍ୟା ଉପସ୍ଥାପିତ କରିଥିଲେ| ରାଜ୍ୟର ବିଭିନ୍ନ ଅଞ୍ଚଳରୁ 40ରୁ ଊର୍ଦ୍ଧ୍ଵ ସମ୍ପାଦକ, ପ୍ରକାଶକ ଯୋଗଦେଇଥିଲେ।

News Comment

You Might Also Like

BACK TO TOP