Breaking News

ଛତ୍ରପୁର ଜିଲ୍ଲପାଳ ଙ୍କ କାର୍ଯ୍ୟାଳୟ ଠାରେ 2027ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ |    (22-Oct-2026)       ||      ସରକାରୀ ଜାଗାକୁ ଜବରଦଖଲ କରିଥିବା ବ୍ୟକ୍ତିଙ୍କୁ ଉଛେଦ କେବେ |    (22-Oct-2026)       ||      ଟିଭିକେ ନେତା ବିଜୟ ପରେ ଆଉଜଣେ ଷ୍ଟାର ରାଜନୀତି ଗଢିବେ ଧନୁଷ ||   (22-Oct-2026)       ||      1000 କିମି ପାଦରେ ଚାଲି ହାର୍ଦିକ ପାଣ୍ଡ୍ୟା ଙ୍କ ସହ ଭେଟ ହେଲେ ତାଙ୍କର ଜଣେ ଫେନ |   (22-Oct-2026)       ||      U P S C ରେ 16ନଂ ରେଙ୍କରେ କମାଲ କଲେ ଦାରିଙ୍ଗିବାଡ଼ି ଝିଅ ମୋଲାଲିସା ସାହୁ |   (21-Oct-2026)       ||      ଜନ ଆନ୍ଦୋଳନ କାରି ଯୁବ ନେତାଙ୍କ ଗିରଫକୁ ତୀବ୍ର ନିନ୍ଦା |   (21-Oct-2026)       ||      ଖୋର୍ଦ୍ଧା ବଡି ଜୋନ ପକ୍ଷରୁ 22ତମ ରାବଣ ପୋଡି ଉତ୍ସବ ଅନୁଷ୍ଠିତ |   (21-Oct-2026)       ||      ଖୋର୍ଦ୍ଧା ତୋଟା ପଡା ଶିଶୁଆ ହତ୍ୟା କାଣ୍ଡ ର 48ଘଣ୍ଟା ମଧ୍ୟରେ ଫର୍ଦ୍ଦା ଫାଶ କଲା ପୋଲିସ |   (21-Oct-2026)       ||      ଦୁଇ କିମି ରାସ୍ତାରେ 26,ଗୋଟି ହମ୍ପସ ଦୁର୍ଘଟଣା ବଢୁଛି, ପ୍ରତିକାର ଦାବି |   (21-Oct-2026)       ||      ଦଶହରା ରେ ଖମ୍ବ ସ୍ଥାପନ, ତିନି ମାସପରେ ମା ମଙ୍ଗଳା ଙ୍କ ଯାତ୍ରା |   (21-Oct-2026)       ||      ରଣ ଝାଲୀ ରୋଡ଼ ନିକଟରେ ଅଟୋ ଧକ୍କାରେ ବାଇକ ଓ ସ୍କୁଟି ମୁହାଁମୁହିଁ ଧକ୍କା |   (19-Oct-2026)       ||      ତନ୍ତ୍ର ପୀଠ ଦକ୍ଷିଣ କାଳୀଙ୍କ ସରିଲା ଷୋଡଶ ଉପଚାର ପୂଜା ||   (19-Oct-2026)       ||      ଖଲ୍ଲିକୋଟ ବାଡ଼ ଯାତ୍ରାକୁ ପୁରିଲା 75 ବର୍ଷ, ଧୁମ, ଧାମ ରେ ପାଳନ ହେଉଛି ସାହି ଯାତ୍ରା |   (19-Oct-2026)       ||      ଝରକା ସଂରକ୍ଷିତ ଜଙ୍ଗଲରୁ ଶାଳ କାଠ ବୋଝେଇ ପିକପ ଭେନ ଜବତ, 3ଅଟକ ||   (19-Oct-2026)       ||      ଦୟାନିଧି ପୁର ଶାସନ ରେ ଥିବା କନକ ଦୁର୍ଗା ମହା ଗୌରୀ ବେଶ ରେ ଦର୍ଶନ ଦେଲେ |    (19-Oct-2026)       ||      ମା ତାରା ତାରିଣୀ ଙ୍କ ପୀଠରେ ସରିଲା ଷୋଡଶ ଦିନ ପୂଜା, ଆଜି ମହାକାଳୀ ବେଶରେ ଦର୍ଶନ ଦେବେ ମାଆ |   (19-Oct-2026)       ||      ତାରା ତାରିଣୀ ଙ୍କ ପୀଠରେ ଚାଲିଥିବା ଷୋଡଶ ଦିନାତ୍ମକ ପୂଜା ଶେଷ |    (19-Oct-2026)       ||      ନିଜ ଗାଁ କୁ ଫେରିଲା ମୃତ ଦେହ ଦାଦନ ଖଟିବାକୁ ଯାଇ ଶବ ହୋଈ ଫେରିଲେ |   (18-Oct-2026)       ||      ଖଲ୍ଲିକୋଟ ବ୍ଳକ କଂଗ୍ରେସ ର କର୍ମକର୍ତ୍ତା ଓ ନେତୃତ୍ୱ ମଣ୍ଡଳୀ ଙ୍କ ସମୀକ୍ଷା ବୈଠକ ||   (18-Oct-2026)       ||      କହ୍ନେଇ ପୁର ଠାରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହାତ୍ସବ "ସୁରଭି -26`ଅନୁଷ୍ଠିତ |   (18-Oct-2026)       ||     

ପୋଲସରା ବିଶ୍ଵକର୍ମା ମନ୍ଦିର ରେ ସମାଜ ପକ୍ଷରୁ ଦେବଶିଳ୍ପୀ ଙ୍କ ପୂଜା ଅନୁଷ୍ଠିତ |

18-Sep-2025

ପୋଲସରା ବିଶ୍ୱକର୍ମା ମନ୍ଦିରରେ ସମାଜ ପକ୍ଷରୁ ଦେବଶିଳ୍ପିଙ୍କ ପୂଜା ପାଳିତ।

ଓଡ଼ିଶା ଜନମତ,ପୋଲସରା,ସନ୍ତୋଷ କୁମାର ପଣ୍ଡା
 ତା.୧୮/୦୯/୨୦୨୫:

 ପୋଲସରା ଏଵଂ ଆଖପାଖ ଅଞ୍ଚଳରେ ୧୭ ତାରିଖ ବୁଧବାର ଦିନ ଦେବଶିଳ୍ପି ବିଶ୍ୱକର୍ମାଙ୍କ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି। ଦିବସର ବ୍ରାହ୍ମମୁହୂର୍ତ୍ତ ସମୟରୁ ସଂଧ୍ୟା ୭ ଘଟୀକା ସମୟ ମଧ୍ୟରେ ବିଧିବିଧାନ ନିତିକାନ୍ତି ପ୍ରକାରେ ପୁରୋହିତ ମଣ୍ଡଳୀଙ୍କ ଦ୍ବାରା ସମସ୍ତ ପ୍ରକାର କାର୍ଯ୍ୟ ମନ୍ତ୍ରୋଚାରଣ ମଧ୍ୟରେ ସୁଚାରୁରୂପେ ସମ୍ପନ୍ନ କରାଯାଇଥିଲା। ଏହି କ୍ରମରେ ଶ୍ରୀ ଶ୍ରୀ ବିଶ୍ୱକର୍ମା ସମାଜ,ଆଠଗଡ଼ ତାଲୁକା ପୋଲସରା ପକ୍ଷରୁ ସ୍ଥାନୀୟ ମନ୍ଦିରରେ ପ୍ରତିବର୍ଷ ଭଳି ବାର୍ଷିକ ଉତ୍ସବ ରୁପେ କୁଳଇଷ୍ଠ ବିଶ୍ୱକର୍ମାଙ୍କ ପୂଜା ପାଳିତ କରାଯାଇଥିଲା। ସଭାପତି ମଦନ ମୋହନ ମହାରଣାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏଵଂ ସାଧାରଣ ସମ୍ପାଦକ ବିକ୍ରମ ମହାରଣାଙ୍କ ସମ୍ପାଦନାରେ ଏକ ସ୍ବାଗତ ଏଵଂ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା। ଏଥିରେ ସମାଜର ପୋଲସରା ସମେତ ଖଲାଡ଼ି, ବରିଡାଖଣ୍ଡ, ଘାଟିପାରକୁ ମିଶାଇ ୪ ମୁଠାର ସମସ୍ତ ସଭାପତି,ଉପସଭାପତି,ସମ୍ପାଦକ,କୋଷାଧ୍ୟକ୍ଷ ଓ ଉପଦେଷ୍ଟା ଏଵଂ ସମସ୍ତ ସଦସ୍ୟବୃନ୍ଦ ଯୋଗଦେଇଥିଲେ। ବିଶେଷ କରି ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥିଭାବେ ଆସ୍କା ସା°ସଦ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ ମନ୍ଦିରକୁ ଆସି ପ୍ରଭୁଙ୍କ ଦର୍ଶନ କରିବାସହ ଆର୍ଶୀବାଦ ଲାଭ କରିଥିଲେ। ଏହି ଅବସରରେ ସମାଜ ତରଫରୁ ସା°ସଦକୁ ପା°ରପାରିକ ମଥାରେ ଚନ୍ଦନଟୋପା  ଲାଗିକରି ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ସମାଜର ଉପସ୍ଥିତ ଅନ୍ୟ ସମସ୍ତ କର୍ମକର୍ତ୍ତାମାନଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଉତ୍ସବ କାର୍ଯ୍ୟକ୍ରମରେ ସମାଜର କଳାକାରମାନଙ୍କ ଦ୍ବାରା ବହୁ ସୁନ୍ଦରଭାବେ ଭଜନ କୀର୍ତ୍ତନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବା ବେଳେ ଯୁଗ୍ମ ସମ୍ପାଦକ ଲବ ମହାରଣା,  ଉପସଭାପତି ଲକ୍ଷ୍ମୀ ମହାରଣା ଓ ସୁରେନ୍ଦ୍ର ମହାରଣା, କୋଷାଧ୍ୟକ୍ଷ ନିରଞ୍ଜନ ମହାରଣା, ମୁଖ୍ୟ ଉପଦେଷ୍ଟା ଯୋଗେନ୍ଦ୍ର ମହାରଣା ଓ ଉପଦେଷ୍ଟା ତ୍ରିନାଥ ମହାରଣା,ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ସେହିପରି ସ୍ଥାନୀୟ ସରକାରୀ ଜନସ୍ବାସ୍ଥ୍ୟ ଅନୁଖଣ୍ଡ କାର୍ଯ୍ୟାଳୟ,ସରକାରୀ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ କାର୍ଯ୍ୟାଳୟ ସମେତ ଶ୍ରୀ ଶ୍ରୀ ବିଶ୍ୱକର୍ମା ରାଜମିସ୍ତ୍ରୀ ସଂଘ ପୋଲସରା, ଶ୍ରୀ ଶ୍ରୀ ବିଶ୍ୱକର୍ମା ବାଇକ୍ ଗ୍ୟାରେଜ ସଂଘ ପୋଲସରା, ସ୍ଵର୍ଣ୍ଣ କାରିଗର ସଂଘ ପୋଲସରା,ବିଭିନ୍ନ ଗ୍ୟାରେଜ,ଫେବ୍ରିକେଶନ ଦୋକାନ ସହିତ ଗୃହମାନଙ୍କରେ ଏହି ପୂଜା ହୋଇଥିବା ଦେଖିବାକୁ ମିଳିଛି। ରଙ୍ଗୀନ ବିଭିନ୍ନ ଆକର୍ଷଣୀୟ ସାଜସଜ୍ଜା ଆଲୋକମାଳାରେ ଭରପୁର ଆକର୍ଷଣୀୟ ପୂଜା ମଣ୍ଡପରେ ଦେବଶିଳ୍ପୀଙ୍କୁ ଦର୍ଶନ ଲାଭ କରିବାସହିତ ଆର୍ଶୀବାଦ ନେଇ ପ୍ରସାଦ ସେବନ କରି  ନିଜକୁ ଧନ୍ୟ ମନେ କରିବା ଆଶାରେ ଦର୍ଶନାଥି ମାନଙ୍କ ପ୍ରତିଦିନ ସନ୍ଧ୍ୟାରେ ପ୍ରବଳ ଗହଳି ଲାଗିଥିବାର ଦେଖିବାକୁ ମିଳିଛି। ଯାହାଫଳରେ ଏହି ପୂଜା ପାଇଁ ସହର ଠାରୁ ଗ୍ରାମ ପର୍ଯ୍ୟନ୍ତ ଉତ୍ସବ ମୁଖର ହୋଇପଡ଼ିଥିବା ଦେଖାଯାଉଛି।

News Comment

You Might Also Like

BACK TO TOP